Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବରରେ ସଂକଟରେ ପଡିଛି ଶିଳ୍ପ : ହଜାର ହଜାର ଶ୍ରମିକ ବେକାର

3/09/2019 at 3:27 PM

ବାଲେଶ୍ବର ୩/୯: ବାଲେଶ୍ବରରେ  ସଂକଟରେ ପଡିଛି ଶିଳ୍ପ । ଏକଦା ହଜାରେ ଦିନରେ ହଜାରେ ଶିଳ୍ପ ନାରାରେ ବାଲେଶ୍ବରରେ ପାଖାପାଖି ୨ ଶହରୁ ଅଧିକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଥିଲା । ସରକାରଙ୍କ ବିଭିନ୍ନ ଶିଳ୍ପ ପ୍ରୋତ୍ସାହନ, ସବସିଡି ଆଦିର ସାହାରା ରେ ୩ ଟି ବଡ ଶିଳ୍ପ ସଂସ୍ଥା ସହ ବାଲେଶ୍ବରରେ ଶିଳ୍ପ  ପରିବେଶ ଏକଦା ସମୃଦ୍ଧ ଥିଲା । ଏବେ କିନ୍ତୁ, ଚିତ୍ର ଓଲଟି ଯାଇଛି ,ସରକାର ସବସିଡ଼ି ଏବଂ  ଅନାନ୍ୟ ସୁବିଧା ସୁଯୋଗ ବନ୍ଦ କରିଦେବାରୁ ଅନେକ ଶିଳ୍ପ ବନ୍ଦ ହୋଇଗଲାଣି।

୧୯୮୪ ମସିହାରେ ବାଲେଶ୍ବରରେ ଗଢି ଉଠିଥଲା ୨ ଶହରୁ ଉର୍ଦ୍ଧ ଶିଳ୍ପ ସଂସ୍ଥା। ସେଥିମଧ୍ୟରେ ୩ ଟି ବୃହତ ଶିଳ୍ପ ସଂସ୍ଥା ଥିବା ବେଳେ ୧୪ ଟି ମଧ୍ୟମ ଓ ୨୫୭ ଟି ଛୋଟ ଶିଳ୍ପ ସଂସ୍ଥା ଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି କିଛି ଶିଳ୍ପ ସଂସ୍ଥା ସହ ଅନେକ ମାଇକ୍ରୋ ଶିଳ୍ପ ସଂସ୍ଥା ମଧ୍ୟ ଗଢି ଉଠିଥିଲା । ଇଡକୋ ଠାରୁ ଜମି ନେଇ କାରଖାନା କରିଥିଲେ  ୨୬୭ ସଂସ୍ଥା । ତେବେ ସରକାର କିଛି ବର୍ଷ ପରେ ଦେଇଥିବା ସୁବିଧା ସୁଯୋଗ କାଢି ନେବା ପରେ ଚିତ୍ର ବଦଳିଯାଇଛି । ୪୦ରୁ ବେଶି  ଉର୍ଦ୍ଧ ଶିଳ୍ପ ସଂସ୍ଥା ବନ୍ଦ । ଅନେକ ସଂକଟରେ । ଏହି ସବୁ ସଂସ୍ଥା ବନ୍ଦ ହୋଇ ଯିବା ଫଳରେ ଏବେ ହଜାର ହଜାର ଶ୍ରମିକ ବେକାର । ସେମାନଙ୍କର ଭାଗ୍ୟ ଅନ୍ଧାର ମଧ୍ୟକୁ ଟାଣି ହୋଇ ଯାଇଛି।

ଇଡ଼ିକୋ ବାଲେଶ୍ବର ସହରରେ ୮୩ ଟି ଶିଳ୍ପ ସଂସ୍ଥା, ଗଣେଶ୍ବର ପୁରରେ ୫୬, ବାଲଗୋପାଲକୁରରେ ୧୫, ବାମପଦାରେ ୪, ବାଲିଆପାଳରେ 4, ପଣପଣାରେ ୧୨  ଓ ଶ୍ରୀକୋଣାରେ ୨୦ ଶିଳ୍ପ ସଂସ୍ଥାକୁ ଜାଗା ଯୋଗାଇଥିଲେ। ସେଥତ୍ମଧ୍ୟରୁ ୪୦ଟି ବନ୍ଦ ହୋଇ ଯାଇଥତ୍ବା ବଳେ ୪୮ଟି ସୁପ୍ତ ଆକାରରେ ରହିଛି। ମାତ୍ର ୧୧ଟି  ଶିଳ୍ପ ସଂସ୍ଥାର ଜାଗା ଫେରି ଆସିଛି। ଜିଲ୍ଲା ଶିଳ୍ପ ସଂସ୍ଥାର ହିୁସାବରେ ୧୭୮ ସଂସ୍ଥା ବନ୍ଦ ହୋଇ ଯାଇଛି। ଆଉ ସଥିରୁ  ଅଧତ୍କାଂଶ ମାଇକ୍ର ଇଣ୍ଡ ଷ୍ଟ୍ରୀ। ବ୍ୟାଙ୍କ୍ ଋଣ ଓ ଅନ୍ୟ ସମସ୍ୟାରୁ ଶିଳ୍ପର ଅବସ୍ଥା ବେହାଲ ।

ଏବେ  ବିରଳା ଟାୟାର୍ସର ଅବସ୍ଥା ଶୋଚନୀୟ । ବାଲେଶ୍ବର ଏଲୟେଜର ଅବସ୍ଥା ମଧ୍ୟ ଠିକ୍ ନାହଁ। ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା କଥା ନକହିବାଭଲ। ଏପରିସ୍ଥଳେ ଯଦି ସରକାର ସେମାନଙ୍କୁ ସହଯୋଗର ହାତ ନବଢାଇବେ ତାହଲେ ବାଲେଶ୍ବର ଜିଲ୍ଲା  କେବଳ ଶିଳ୍ପ ବିହୀନ ହେବ ତାହା ନୁହେଁ, ବେକାରୀ ଓ ବିଶୃଙ୍ଖଳା ବି ଅଣାୟତ ହେବ ।  

   Related Posts