କରୋନା ମୁକାବିଲା ଲାଗି ଭାରତରେ ଆଗକୁ ଆସିଲେ ଉଦ୍ୟୋଗପତି, କଟକଣା ଯୋଗୁ ଅଟକିଲା ଔଦ୍ୟୋଗିକ ଉତ୍ପାଦନ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୩: କରୋନା ସଂକ୍ରମଣଜନିତ ପରିସ୍ଥିତି ସାରା ଦେଶକୁ ଏବେ କବାଟ ପଛପଟକୁ ନେଇଯାଇଛି। ଭୂତାଣୁ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ସରକାରମାନେ ଏବେ ବିଭିନ୍ନ କଟକଣା ଜାରି କରୁଥିବା ବେଳେ ରେଳ, ବସ୍ ଓ ସାର୍ବଜନିକ ପରିବହନ ସେବା ବନ୍ଦ ହୋଇଗଲାଣି। ଯାହାର ସିଧା ପ୍ରଭାବ ଏବେ ବଜାର ଉପରେ ପଡିଛି। କଟକଣା ଯୋଗୁ ଲୋକେ କାର୍ଯ୍ୟସ୍ଥଳକୁ ଯାଇପାରୁନଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି।

{"id":242835,"sizeSlug":"large"}

ଅଟୋ, ସ୍ମାର୍ଟଫୋନ ନିର୍ମାତା, ଉପଭୋକ୍ତା ଇଲେକ୍ଟ୍ରୋନିକ୍ ଫାର୍ମ, ରିୟେଲିଟି, ଇନଫୋଟେକ୍ ସେବା ସମେତ ଆପ୍ଲିଆନ୍ସ ଉତ୍ପାଦନ  ସହ ଜଡିତ କମ୍ପାନୀମାନେ ଏବେ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲିଆସିଛନ୍ତି। ଲୋକେ କାର୍ଯ୍ୟକ୍ଷେତ୍ରକୁ ଆସିପାରୁନଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ପାଦନ ପ୍ରଭାବିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଫଳେ ୨୦୨୧ ଆର୍ଥିକ ବର୍ଷ ଆରମ୍ଭରେ ହିଁ ଉତ୍ପାଦନ କ୍ଷେତ୍ର ସିଧାଶଳଖ ୫ପ୍ରତିଶତ ପ୍ରଭାବିତ ହେଉଥିବା ବେଳେ କ୍ଷତିର ପରିମାଣ ପ୍ରାୟ ୩୧ ବିଲିୟନ ଡଲାରରୁ ବି ଅଧକ ବୋଲି ଏବେ ଆକଳନ କରାଯାଉଛି।

{"id":242842,"sizeSlug":"large"}

ତେବେ କରୋନା ଯୋଗୁ କନଷ୍ଟ୍ରକସନ୍ ଉଦ୍ୟୋଗ ଗୁରୁତର ପ୍ରଭାବିତ ହେଉଛି। କ୍ରିଡାଇ ନ୍ୟାସନାଲର ଅଧ୍ୟକ୍ଷ ଜାକ୍ସେ ଶାହାଙ୍କ ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ଏବେ ୧୮ ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣାଧୀନ ଥିବା ବେଳେ ୮୫ ଲକ୍ଷରୁ ଅଧିକ ଲୋକେ କାର୍ଯ୍ୟ କରୁଛନ୍ତି। ତେବେ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଲୋକଙ୍କୁ ପ୍ରକଳ୍ପସ୍ଥଳରୁ ଦୂରରେ ରଖାଯାଉଥିବାରୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି। ତେବେ ସାରା ଦେଶରେ ଏବେ ଦୋକାନ ଓ ମଲ ବନ୍ଦ ରହିଥିବାରୁ ଚାହିଦା ଓ ଯୋଗାଣ ପ୍ରଭାବିତ ହୋଇଛି। ଏଣୁ ଔଦ୍ୟୋଗିକ ଉତ୍ପାଦନ ପ୍ରଭାବିତ ହେବା ଯୋଗୁ କାରବାର ସେପରି ପ୍ରଭାବିତ ହେବ ନାହିଁ ବୋଲି କହିଛନ୍ତି  ଗୋଦରେଜ୍ ଆପ୍ଲିଆନ୍ସେସ୍‌ର ବ୍ୟବସାୟିକ ମୁଖ୍ୟ କମଲ ନନ୍ଦୀ।  

{"id":242843,"sizeSlug":"large"}

ତେବେ ଦେଶରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଉଦ୍ୟୋଗପତିମାନେ ସହଯୋଗର ହାତ ବଢେଇଛନ୍ତି। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କ ଅଟୋମୋବାଇଲ ଓ ହସ୍ପିଟାଲିଟି ଉଦ୍ୟୋଗର ଫିଲାନଥରୋପି ଶାଖା ନିମନ୍ତେ ଆଗାମୀ କିଛି ମାସରେ ତାଙ୍କର ଶହେ ପ୍ରତିଶତ ବେତନ ଉତ୍ସର୍ଗ କରିବା ଲାଗି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ କରୋନା ସଂକ୍ରମିତଙ୍କ ଆଇସୋଲେସନ ଲାଗି ହସ୍ପିଟାଲମାନଙ୍କରେ ଉପୁଜିଥିବା ସ୍ଥାନାଭାବ ସମସ୍ୟାର ସମାଧାନ ଲାଗି ମହିନ୍ଦ୍ରା ହଲିଡେଜ୍‌ର ରିସର୍ଟର ବ୍ୟବହାର ଲାଗି ମଧ୍ୟ ସରକାର ଓ ସେନାକୁ ଅନୁମତି ଦେଇଛନ୍ତି।

{"id":242844,"sizeSlug":"large"}

କେବଳ ଆନନ୍ଦ ମହିନ୍ଦ୍ରା ନୁହଁନ୍ତି କର୍ପୋରେଟ୍ ଜଗତର ଅନିଲ ଅଗ୍ରୱାଲ  ମଧ୍ୟ ତାଙ୍କ ବେଦାନ୍ତ କମ୍ପନୀର ଖଣି ଓ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଦିନ ମଜୁରିଆ ଠିକା କର୍ମଚାରୀଙ୍କ ଲାଗି ୧୦୦ କୋଟି ଟଙ୍କାର ଜରୁରିକାଳୀନ ପାଣ୍ଠି ସ୍ଥାପନ କରିବେ ବୋଲି କହିଛନ୍ତି। କରୋନା ସଂକ୍ରମଣ ସମୟରେ କାର୍ଯ୍ୟକୁ ଆସୁନଥିବା କର୍ମଚାରୀ ଓ ଶ୍ରମିକଙ୍କ ପାରିଶ୍ରମିକ ମଧ୍ୟ କାଟିବେନି ବୋଲି ମଧ୍ୟ କହିଛନ୍ତି ଅଗ୍ରୱାଲ। ସେହିପରି ପେଟିଏମ ସଂସ୍ଥାପକ ବିଜୟ ଶେଖର ଶର୍ମା କରୋନା ସଂକ୍ରମଣ ବେଳେ ଡାକ୍ତରୀ ସୁବିଧା ଲାଗି ୫ କଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ଷେତ୍ରରେ ଆଲିବାବା ସଂସ୍ଥାପକ ଜ୍ୟାକ୍ ମା ଓ ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍ ଗେଟ୍‌ସ ମଧ୍ୟ ସହାୟତା ଘୋଷଣା କରିଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.