Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଷ୍ଟ୍ରେଚର ବି ନାହିଁ, ପଟା ରିକ୍ସାରେ ବୁହା ହୋଇଯାଉଛନ୍ତି ରୋଗୀ

19/01/2019 at 5:21 PM

କେନ୍ଦ୍ରାପଡ଼ା ୧୯|୧: କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକେ ତାତିଥିବା ବେଳେ ଆଜି ଗୋଟେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ ତ ନାହାନ୍ତି, ପୁଣି ଷ୍ଟେ୍ରଚର ନଥିବାରୁ କେମିତି ଜଣେ ରୋଗୀଙ୍କୁ ରିକ୍ସା ଟ୍ରଲିରେ ବସାଇ ହସ୍ପିଟାଲ ଭିତରକୁ ନେବାକୁ ପଡ଼ିଥିଲା,  ତାକୁ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେନି ।…..

କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଟିକେ ନଜର ପକାନ୍ତୁ । ଆଖପାଖ ପ୍ରାୟ ୨୫ଟି ପଞ୍ଚାୟତର ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । ହେଲେ ନା’ ଏଠି ଅଛନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର, ନା’ ଅଛନ୍ତି କର୍ମଚାରୀ । ସ୍ବାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ଏହା ସରକାରୀ ଡାକ୍ତରଖାନା ନା ଗୁହାଳଘର ତାକୁ ନେଇ ଆପଣ ସଂଦେହରେ ପଡ଼ିଯିବେ । ଡିସେମ୍ବର ୨୭ରେ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏଭଳି ଦୁରାବସ୍ଥା ନେଇ ବିସ୍ତୃତ ଖବର ପ୍ରସାରଣ କରିଥିଲା ନ୍ୟୁଜ୍‌ ସେଭେନ୍‌ । ଏହା ପରେ ଆଜି ସଚେତନ ନାଗରିକ ଓ ବିଭିନ୍ନ ସଂଗଠନ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ପ୍ରଶାସନିକ ଅବହେଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ।

ଗୋଟେପଟେ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ନେଇ ପ୍ରତିବାଦର ସ୍ବର ତେଜୁଥିବାବେଳେ ଅନ୍ୟପଟେ ବିପର୍ଯ୍ୟସ୍ତ ରୋଗୀ ସେବାର ଫ୍ରେସ୍‌ ନମୂନା ଦେଖିବାକୁ ମିଳିଥିଲା । ଅଣ୍ଟାଭାଙ୍ଗି ଯାଇଥିବା ଜଣେ ବୃଦ୍ଧଙ୍କୁ ଆମ୍ବୁଲାନ୍‌ସ୍‌ ବଦଳରେ ଟ୍ରଲି ରିକ୍ସାରେ ହସ୍ପିଟାଲ ଅଣାଯାଇଥିଲା । ହେଲେ ହସ୍ପିଟାଲରେ ଷ୍ଟେ୍ରଚରଟିଏ ନଥିବାରୁ ସେଇ ଟ୍ରଲିରେ ବୃଦ୍ଧଙ୍କୁ ହସ୍ପିଟାଲ ଭିତରକୁ ନେବାକୁ ପଡ଼ିଥିଲା । ଘଟଣାକୁ ନେଇ ଖୋଦ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ମଧ୍ୟ ନିଜର ଅସହାୟତା ପ୍ରକାଶ କରିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସବୁଠୁ ବଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହିସାବରେ ଗଣାଯାଉଥିବା ଇନ୍ଦୁପୁର ଡାକ୍ତରଖାନାକୁ ରାତି ପାହିଲେ ଶହ ଶହ ରୋଗୀ ଆସନ୍ତି । କିନ୍ତୁ ଏହାର ଅବସ୍ଥା କ’ଣ ସେକଥା ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି । ଏଭଳି ଅବସ୍ଥାରେ କେମିତି ଏତେ ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦିଆଯାଇପାରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts