Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଶୁଡିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ

ପୁରୀ ୧୬/୯: ଭୁଶୁଡିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରବେଶ ପଥର ଅପରପାର୍ଶ୍ବ ସୁରକ୍ଷା ପ୍ରାଚୀର ଭଶୁଡି ପଡିଛି । ସୁରକ୍ଷା ପ୍ରାଚିର ଭୁଶୁଡି ପଡିବା ଫଳରେ ଏଥି ସହ ସଲଗ୍ନ ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ପ୍ରାୟ ୨୦ ଫୁଟ ଲମ୍ବ ୪ ଫୁଟ ଓସାର ସୁରକ୍ଷା ପ୍ରାଚୀର ଭୁଶୁଡି ପଡିବା  ଯୋଗୁ ରାସ୍ତାରେ ବିରାଟ ଗର୍ତ ସୃଷ୍ଟି ହୋଇଛି ।

  ଐତିହ ସୁରକ୍ଷା ପାଇଁ ଉଦ୍ୟମ ହେଇଥିବା ବେଳେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରଣୀ ଏବେ ବିପଦରେ ରହିଛି । ଦିନକୁ ଦିନ ଏହି  ଅବକ୍ଷୟମୁଖୀ ଏହି ପଞ୍ଚତୀର୍ଥ ପୁଷ୍କରିଣୀ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ହୋଇପାରିନି ।  ପୂର୍ବରୁ ପଞ୍ଚତୀର୍ଥ ପୁଷ୍କରିଣୀ ଭତରୁ ଅନ୍ୟତମ ମାପ୍କଣ୍ଡ ପୁଷ୍କରିଣୀ ପାଚେରୀ ଏବେ ଭୁସୁଡି ପଡି ବିପଦପୁର୍ଣ୍ଣ ଅବସ୍ଥାରେ ଅଛି।

145 Views

   ସମ୍ବନ୍ଧିତ ଖବର