ଭୁବନେଶ୍ୱର ଆଇଡି ମାର୍କେଟ ସିଲ୍‌, କୋଭିଡ଼ ନିୟମ ଉଲ୍ଲଂଘନ ପାଇଁ ବନ୍ଦ କଲା ବିଏମ୍‌ସି

Published By : Prameya-News7 Bureau | April 30, 2021 IST

ଭୁବନେଶ୍ୱର ୩୦।୦୪: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ସିଲ୍‌ ହେଲା ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ (ଆଇଡି) ମାର୍କେଟ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସି । ଆଗାମୀ ୩ଦିନ ଯାଏଁ ମାର୍କେଟ ଖୋଲିବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।

ଖବର ଅନୁଯାୟୀ, କୋଭିଡ କଟକଣାକୁ ଉଲଂଘନ ଅଭିଯୋଗରେ ଆଇଡି ମାର୍କେଟ ସିଲ୍‌ । ମାର୍କେଟରେ ଭିଡ଼ ଜମାଇବା କାରଣରୁ ଆଜି ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ସେହିପରି ଶନିବାର ଓ ରବିବାର ଦୁଇଦିନ ସପ୍ତାହନ୍ତ ସଟଡାଉନ ରହିଛି। ଏଣୁ ଆସନ୍ତା ୩ ଦିନ ପାଇଁ ବନ୍ଦ ହେବ ଇନ୍ଦ୍ରଧନୁ ମାର୍କେଟ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସଂଧ୍ୟାରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ହୋଇଥିଲା।

ସେହିପରି ବିଏମ୍‌ସି ଅଧିକାରୀଙ୍କ ମୁତାବିକ , ବାରମ୍ବାର ତାଗିଦ ସତ୍ତ୍ୱେ ବି ଆଇଡି ମାର୍କେଟ କୌଣସି ବି ବ୍ୟକ୍ତି ସାମାଜିକ ଦୂରତା ମାନୁନଥିଲେ କି ମୁହଁରେ ମାସ୍କ ପିନ୍ଧୁନଥିଲେ । ଏକ ସପ୍ତାହ ଧରି ବିଏମ୍‌ସି ପକ୍ଷରୁ ଲଗାତର ଭାବରେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରିଥିଲେ ବିଏମ୍‌ସି । କିନ୍ତୁ ଅମାନିଆ ସବୁବେଳେ ଅମାନିଆ । ଶେଷରେ ବାଧ୍ୟ ହୋଇ ବିଏମ୍‌ସି ପକ୍ଷରୁ ଆଇଡି ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍‌ କରାଯାଇଛି ।

ସେପଟେ ଗୁରୁବାର ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ ୟୁନିଟ-୧ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ବନ୍ଦ କରିଛି ବିଏମ୍‌ସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.