Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଆକାଶ ମାର୍ଗରୁ ଇନ୍ଦ୍ରପୁରୀର ଦୃଶ୍ୟ !

9/10/2019 at 8:50 PM

ଭୁବନେଶ୍ୱର – ପାର୍ବଣର ପ୍ରମୁଖ ଦୁର୍ଗା ପୂଜା ଶେଷ ହୋଇଛି । ମା ମେଲାଣି ନେଉଛନ୍ତି । ତେବେ ଏଥର ପାର୍ବଣରେ ରାଜଧାନୀର ତୋରଣ ଗୁଡ଼ିତ ବେଶ୍ ଚର୍ଚ୍ଚାରେ ଥିଲା । ଯାହାକୁ ଆଧୁନିକ ଜ୍ଞାନକୌଶଳରେ ତୋଳି ଧରିଥିଲା ନ୍ୟୁଜ7 । ପୂଜାଠୁ ନେଇ ଭସାଣି ଯାଏଁର ଆକାଶମାର୍ଗର ଚିତ୍ର ଦେଖିନିଅନ୍ତୁ ।

ଆକାଶ ମାର୍ଗରୁ ଇନ୍ଦ୍ରପୁରୀର ଦୃଶ୍ୟ  ଏହା  ହେଉଛି ଭୁବନେଶ୍ୱର ରସୁଲଗଡ଼ ଦୁର୍ଗାପୂଜା ତୋରଣର । ଏଥର ଏଠାରେ ଇନ୍ଦ୍ରପୁରୀ ଡିଜାଇନର ତୋରଣ ପ୍ରସ୍ତୁତ ହୋଇଥିଲା ।  ଯିଏ ବି ଦେଖୁ ଥିଲା ସେ ପ୍ରଶଂସା ନିଶ୍ଚୟ କରୁଥିଲା । ତେବେ ଏହି ସୁନ୍ଦରତାକୁ ଅତି ନିଖୁଣ ଭାବେ ଆପଣଙ୍କ ପାଖେ ପହଞ୍ଚାଇବାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିଥିଲା ନ୍ୟୁଜ7 ।  ପାର୍ବଣର ଏ ମହକକୁ ଭଲ କରି ଅନୁଭବ କରି ନିଅନ୍ତୁ ।  ଏ ଚିତ୍ରକୁ ବି ଦେଖନ୍ତୁ । 

  ପୂଜା ମଣ୍ଡପରେ ଝଲସୁଥିବା ଆଲୋକମାଳା ଗୁଡ଼ିକ ମାଟି ଉପରେ ତାରା ଭଳି ଲାଗୁଛି । ନୟାପଲ୍ଲୀର ପଦ୍ମାବତୀ ପ୍ୟାଲେସର ଟପ୍ ଏଙ୍ଗଲ୍ ଭିଉ ଉପରେ ବି ଟିକେ ଆଖି ବୁଲେଇ ଆଣନ୍ତୁ । ଗୋଟେ ଫିଲ୍ମର ସେଟ୍ ଭଳି ଲାଗୁଛି ନା । ମୀନାବଜାର, ମେଳା ଏଗୁଡ଼ିକ ସୁନ୍ଦରତା ବି ଆକାଶ ମାର୍ଗରୁ ଦେଖିଲେ ବେଶ୍ ମନଲୋଭା ଥିଲା । ତାହା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବି ଦେଖିନିଅନ୍ତୁ । ସହିଦନଗର ପୂଜା ମଣ୍ଡପର ଲକ୍ଷ୍ନୌ ତୋରଣର ଚିତ୍ର ବି କିଛି କମ୍ ଆକର୍ଷଣୀୟ ନ ଥିଲା ।  ସଂଧ୍ୟା ସମୟର ଏହି ମନଲୋଭା ଦୃଶ୍ୟ ପୂରା ରାଜଧାନୀକୁ ଦେଇଥିଲା ରାଜକୀୟ ଠାଣି । ସେହିଭଳି ବରମୁଣ୍ଡାର ଅକ୍ଷରଧାମ ତୋରଣ ବି ଆଖି ଖୋସି ଦେଲାଭଳି ଥିଲା ।  ଯାହାକୁ  ଭିନ୍ନ ଅନ୍ଦାଜରେ ତୋଳି ଧରିଥିଲୁ ଆମେ । …ତେବେ ଖାଲି ସଂଧ୍ୟା ସମୟରେ ତୋରଣର ନୁହେଁ ।

  ମାଙ୍କ ମେଲାଣି ସମୟର ଚିତ୍ରକୁ ନିଆରା ଢଙ୍ଗରେ ଆପଣଙ୍କ ଆଗରେ ରଖିଛି ନ୍ୟୁଜ7 ।  ରୂପେଲି ସହର କଟକର ସାହି, ଗଳିରେ ଦଶହରା ସମୟର ଚିତ୍ର ଦେଖନ୍ତୁ । ପୂଜା ସମୟରେ ଭାଇଚାରାର ସହର ବେଶ୍ ଭାବପ୍ରବଣ ଲାଗୁଛି ।  ୟେ ହେଉଛି ମା ବିସର୍ଜିତ ହେଉଥିବା ଦେବୀ ଗଡ଼ା ଓ ତାହାର ଆଖପାଖ ଅଞ୍ଚଳ ।

ବିସର୍ଜନ ପୂର୍ବର ଓ ପରର ଦୃଶ୍ୟ  । ପାରମ୍ପରିକ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ଅଛନ୍ତି ଗୋଟିଏ ପରେ ଗୋଟିଏ ମେଢ ।  ପୂଜା ଆରମ୍ଭରୁ ଭସାଣୀ ଯାଏଁ, ସବୁ କିଛିକୁ ଟିକିନିଖି ଆପଣଙ୍କ ଆଗରେ ଥୋଇବାର ପ୍ରୟାସ କରିଛି ନ୍ୟୁଜ7 । 

କାରଣ ମାଙ୍କ ଧରାବତରଣ ଉତ୍ସବର ପୂରା ବର୍ଷକର ପ୍ରତୀକ୍ଷା କରିଥାନ୍ତି ଆପଣ । ଆଉ ଏବେ ଯେତେବେଳେ ମା ବିଦାୟ ନେଉଛନ୍ତି, ଏହି ଚିତ୍ର ଆପଣଙ୍କ ସ୍ମୃତିକୁ ଆଗାମୀ ବର୍ଷେ ଯାଏଁ ନିଶ୍ଚୟ ତାଜା ରଖିବ ।

   Related Posts