ସଲମାନ୍ ଖାନଙ୍କ ଦବଙ୍ଗ୍ ସୁଟିଂ ସ୍ଥଳରେ ତିଆରି ହେଉଛି ବିବାହ ମଣ୍ଡପ, ଆପଣ ବି କରିପାରିବେ ବୁକିଂ

Published By : Prameya-News7 Bureau | October 26, 2020 IST

ଇନ୍ଦୋର ୨୬/୧୦ : ମଧ୍ୟ ପ୍ରଦେଶରେ ପର୍ଯ୍ୟଟନ ସ୍ଥଳର ବିକାଶ ଓ ବିସ୍ତାର ଯୋଜନା ଉପରେ ସରକାର କାମ କରୁଛନ୍ତି। ଏହି ଯୋଜନା ଅନୁଯାୟୀ ଇନ୍ଦୋର ମହେଶ୍ୱରର ଯେଉଁ ଘାଟରେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ-୩ ର ସୁଟିଂ ହୋଇଥିଲା ସେହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରାଯାଉଛି। ଏହି ସ୍ଥାନରେ ଡେଷ୍ଟିନେସନ ୱେଡିଙ୍ଗ ସ୍ପଟ ଭାବେ ବିକଶିତ କରିବାକୁ ଯୋଜନା ଉପରେ କାମ କରୁଛି। ଦବଙ୍ଗ-୩ ସୁଟିଂ ସ୍ଥାନରେ ମଣ୍ଡପ ସଜାଇ ବର-ବଧୁ ବିବାହ ଆୟୋଜନ କରିପାରିବେ। ଡେଷ୍ଟିନେସନ୍ ୱେଡିଙ୍ଗ୍ ପ୍ଳାନରଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଲୋକଙ୍କୁ ବହୁତ ପସନ୍ଦ ଆସିପାରେ। ପାଣିପାଗ ଅନୁଯାୟୀ ଏହି ସ୍ଥାନକୁ ଅନୁକୂଳ ବୋଲି କୁହାଯାଉଛି।

{"id":351091,"sizeSlug":"large"}

ଡେଷ୍ଟିନେସନ ୱେଡିଙ୍ଗ ପ୍ଲାନ କରୁଥିବା ବର-ବଧୁଙ୍କ ପାଇଁ ମଧ୍ୟ ପ୍ରଦେଶ ପର୍ଯ୍ୟଟନ ବିଭାଗ ବର୍ତ୍ତମାନ ମହେଶ୍ୱରର ଦବଙ୍ଗ-୩ ସୁଟିଂ ସ୍ଥଳରେ ବିବାହ ମଣ୍ଡପ ତିଆରି କରିବ।

{"id":351093,"sizeSlug":"large"}

ଗାନ୍ଧୀ ସାଗର ଡ୍ୟାମରେ ମଧ୍ୟ କୄଜରେ ନଭେମ୍ବର ୨୪ ତାରିଖକୁ ଏକ ନିର୍ବନ୍ଧ ସମାରୋହ ହେବ। ମଧ୍ୟ ପ୍ରଦେଶ ପର୍ଯ୍ୟଟନର ଇନ୍ଦୋର ରିଜନର ୭ ଭିନ୍ନ ଭିନ୍ନ ସ୍ଥାନରେ ୮ଟି ହୋଟେଲରେ ନଭେମ୍ବର ଓ ଡିସେମ୍ବରରେ ୩୪ଟି ବିବାହ ପାଇଁ ବୁକିଂ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଆଶା ପ୍ରକାଶ କରିଛି ଯେ ଏଠାରେ ଡେଷ୍ଟିନେସନ ୱେଡିଙ୍ଗ ପାଇଁ ଆହୁରି ପ୍ରସ୍ତାବ ଆସିପାରେ।

{"id":351094,"width":572,"height":385,"sizeSlug":"large"}

ଇନ୍ଦୋରର ଡେଷ୍ଟିନେସନ ୱେଡିଙ୍ଗ ସ୍ଥାନମାନଙ୍କରେ ଗତ ବର୍ଷ ଦୁଇ ମାସରେ କେବଳ ୪ଟି ବିବାହ ସମାରୋହ ହୋଇଥିଲା। କିନ୍ତୁ ଚଳିତ ବର୍ଷ ୩୪ଟି ବୁକିଂ ହୋଇସାରିଛି। ଇନ୍ଦୋର ଆଖପାଖ ଅଞ୍ଚଳ ସହ ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନର ଲୋକେ ମଧ୍ୟ ମହେଶ୍ୱର, ମାଣ୍ଡୁ ଓ ଗାନ୍ଧୀ ସାଗରରେ ଡେଷ୍ଟିନେସନ ୱେଡିଙ୍ଗ ପ୍ଲାନ କରୁଛନ୍ତି। ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଏହିସବୁ ସ୍ଥାନକୁ ବିକଶିତ କରାଯାଉଛି ଯେପରିର ରାଜ୍ୟର ରାଜସ୍ବ ମଧ୍ୟ ବୃଦ୍ଧି ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.