Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କୋଟିକୋଟି ଟଙ୍କାର ମାଲିକ, ମନ୍ଦିର ଦୂଆରେ ମାଗୁଥିଲେ ଭିକ! ଜଣାପଡିଲା ଅସଲ କାରଣ

3/03/2021 at 8:37 PM

ଇନ୍ଦୋର : ନିଶା ମଣିଷକୁ କୋଉ କୂଳର କରେନା। ନିଶା ଲାଗି ମାନ ସମ୍ମାନ ଘର, ପରିବାର ଧନସମ୍ପତ୍ତି ସବୁ ଭୁଲି ଜନୈକ ଧନାଢ୍ୟ ବ୍ୟକ୍ତି ମନ୍ଦିର ବାହାରେ ହାତ ପତାଉଥିବାର ପ୍ରଥମ ଥର ଜଣାପଡିଛି। ମଧ୍ୟପ୍ରଦେଶ ଇନ୍ଦୋର କାଲକା ମାତା ମନ୍ଦିର ବାହାରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପୁନର୍ବାସ ଲାଗି ଆଗେଇ ଆସିଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ପରମପୂଜ୍ୟ ରକ୍ଷକ ଆଦିନାଥ ୱେଲଫେୟାର ଏଣ୍ଡ ଏଜୁକେସନାଲ ସୋସାଇଟି  ଏହି ଧନକୁବେର ଭିକ୍ଷୁକଙ୍କ ରହସ୍ୟ ଉଦଘାଟନ କରିଛି।

କାଲକାମାତା ମନ୍ଦିର ସମ୍ମୁଖରେ ଭିକ ମାଗୁଥିବା ରମେଶ ଯାଦବଙ୍କୁ ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ମୁଖ୍ୟ ରୂପାଲୀ ଜୈନ ଯେତେବେଳେ ଦେଖିଲେ ତାଙ୍କ ହୃଦୟ କରୁଣାରେ ଦ୍ରବିଭୂତ ହୋଇଗଲା। ତାଙ୍କ ଲାଗି କିଛି କରିବା ନିମନ୍ତେ ତାଙ୍କୁ ସଂସ୍ଥାକୁ ନେଇ ଯିବା ସହ ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ତାଙ୍କ ଘରେ ପହଞ୍ଚିଥିଲେ।

ସେ ଯେଉଁ ଘରକୁ ଯାଇଥିଲେ ତାର ଇଣ୍ଟେରିୟର ଦେଖି ରୂପାଲୀ ସ୍ତମ୍ବିଭୂତ ହୋଇଯାଇଥିଲେ। ହୁଏତ ସେ ଭୁଲ ଠିକଣାରେ ଚାଲିଆସିଥିବାର ଅନୁମାନ କରିଥିଲେ। ହେଲେ ପରିବାର ଲୋକଙ୍କ ସହ କଥା ହେବା ପରେ ସେ ରମେଶଙ୍କ ଘରକୁ ହିଁ ଆସିଥିବାର ସ୍ପଷ୍ଟ ହୋଇଥିଲେ। ଏତେ ଦନାଢ୍ୟ ବ୍ୟକ୍ତି,  ହେଲେ ମନ୍ଦିର ଆଗରେ ଭିକ ମାଗୁଥିବାର କହିବାରୁ ପରିବାର ଲୋକେ ତାହା ତାଙ୍କ ନିଶାପାଣିର କମାଲ ବୋଲି କହିଥିଲେ।

ଇନ୍ଦୋର ସହରରେ ତାଙ୍କ କେବଳ ବଙ୍ଗଳା ନାହିଁ ବିଭନ୍ନ ଆପାର୍ଟମେଣ୍ଟରେ ଫ୍ଲାଟ ବି ରହିଛି। ହେଲେ ଏଥିରୁ ହେଉଥିବା ଆୟ ନିଶାପାଣି କରି ଉଡାଇ ଦେଉଥିଲେ। ଏଣୁ ପରିବାର ଲୋକେ ତାଙ୍କ ହାତକୁ ପଇସା ବନ୍ଦ କରିବାରୁ ସେ ଦୁଇ ବର୍ଷ ହେଲା କାଲକା ମନ୍ଦିରକୁ ଆଶ୍ରା କରୁଥିଲେ। ସେଠାରେ ଭକ୍ତ ଯାହା ଟଙ୍କେ ଆଠଣା ପକାଇ ଦିଅନ୍ତି ସେଥିରେ ତାଙ୍କର ନିଶାଖର୍ଚ୍ଚ ଚଳାଉଥିବାର ରୂପାଲୀ ଜାଣିବାକୁ ପାଇଥିଲେ। ଏଣୁ ତାଙ୍କୁ କେନ୍ଦ୍ର ସରକାରଙ୍କ ଦିନବନ୍ଧୁ ପୁନର୍ବାସ ଯୋଜନାରେ ସାମିଲ କରି  ନିଶାଭ୍ୟାସ ଛଡାଇବାକୁ  ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି। କେବଳ ରମେଶ ନୁହନ୍ତି ସଂସ୍ଥା ତାଙ୍କ ସହ ଏପରି ୧୦୯ ଜଣ ଲୋକଙ୍କୁ ଉଦ୍ଧାର କରି ଯୋଜନାରେ ପୁନର୍ବାସ ଲାଗି ପଦକ୍ଷେପ ନେଇଥିବା ରୂପାଲୀ ଜୈନ କହିଛନ୍ତି।

   Related Posts