ମାଆ କରୋନା ପଜିଟିଭ୍ ଝିଅ ସାନିଟାଇଜର, ଇନ୍ଦୋର ଡାକ୍ତରଖାନାରେ କଣ ଥିଲା ଏହି ଘଟଣା...

Published By : Prameya-News7 Bureau | June 06, 2020 IST

ଇନ୍ଦୋର, ୦୬|୦୬:   କରୋନା ସଙ୍କଟ ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ମେଡିକାଲ କଲେଜରେ ଜଣେ ମହିଳା ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ତେବେ ଶିଶୁକନ୍ୟାର ନାଁ ତାହାର ମାଆ ସାନିଟାଇଜର୍ ରଖିଛନ୍ତି । ଶିଶୁଟି ଜନ୍ମ ହେବା ପୂର୍ବରୁ ମାଆ ଓ ପିତା ଉଭୟ କରୋନା ସଂକ୍ରମିତ ହୋଇଥିଲେ । ଶିଶୁର ନାଁ ସାନିଟାଇଜର ରଖିବା ପରେ ହସ୍ପିଟାଲର କର୍ମଚାରୀ ମଧ୍ୟ ଏହ ନାଁରେ ଶିଶୁଟିକୁ ଡାକୁଥିବା ଦେଖିବାକୁ ମିଳିଛି ।

ଇନ୍ଦୋରର ଜୁନା ରିସାଲା ଅଞ୍ଚଳରେ ରହୁଥିବା ମହିଳା ଭାରତୀ, ତାଙ୍କ ପତି ଯେତେବେଳେ ୭ଦିନର ଶିଶୁ କନ୍ୟାକୁ ନେଇ ଘରକୁ ଯାଇଥିଲେ ଘରେ ସମସ୍ତେ ଖୁସି ହୋଇଯାଇଥିଲେ । ଭାରତୀ କହିଛନ୍ତି ଯେ, ତାଙ୍କ ବଡ ଝିଅର ନାଁ ଅନାମିକା । ସେ ନିଜ ସାନ ଝିଅର ନାଁ ସାନିଟାଇଜର୍ ରଖିବେ ବୋଲି ଭାବିଥିଲେ । ଶିଶୁଟି ଜନ୍ମ ହେବା ପରେ ସେ ଏହି ନାଁରେ ଶିଶୁ କନ୍ୟାକୁ ଡାକିଥିଲେ । ତେବେ ଶିଶୁର ପିତା ଏଥିପାଇଁ ରାଜି ନଥିଲେ । ପରେ ସେ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ଶିଶୁଟିକୁ ଏହି ନାଁରେ ଡାକିଲେ ଶିଶୁଟି ସମସ୍ତଙ୍କୁ ଚାହୁଁଛି ।

ଭାରତୀ ଆହୁରି କହିଛନ୍ତି ଯେ, ଶିଶୁଟିକୁ ତାହାର ଜେଜେ ବାପା ଦେଖିପାରି ନାହାଁନ୍ତି । କାରଣ କରୋନା ସଂକ୍ରମିତ ହୋଇ ଜେଜେ ବାପା ପ୍ରାଣ ହରାଇଥିଲେ । ମେ ୧୫ ତାରିଖରେ ସେ ପ୍ରାଣ ହରାଇଥିଲେ । ଏହାପରେ ପରିବାରର ସମସ୍ତ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତଙ୍କର ଚିକିତ୍ସା ଚାଲିଥିଲା । ପରେ ସେ ସୁସ୍ଥ ହେବା ପରେ ଶିଶୁ କନ୍ୟାଟି ଜନ୍ମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.