Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କର୍ମଚାରୀମାନେ ନେଲେନି କରୋନା ଟିକାର ଦ୍ୱିତୀୟ ଡୋଜ୍, ସିଲ୍ ହେଲା ୧୫ ସୋ-ରୁମ୍

30/11/2021 at 2:29 PM

ଇନ୍ଦୋର ୩୦/୧୧: ମଧ୍ୟପ୍ରଦେଶରେ ୧୫ଟି ଶିଳ୍ପ ପ୍ରତିଷ୍ଠାନ ସିଲ୍ ହୋଇଛି । କାରଣ ଏହି ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀମାନେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇନାହାଁନ୍ତି । କରୋନାର ନୂଆ ଭାରିଆଣ୍ଟ ନେଇ ସରକାର କଟକଣା କଡାକଡି କଲେଣି । ଏହାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୋମବାର ଦିନ ଇନ୍ଦୋରରେ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରରେ ମୋଟ ୧୫ ଟି ୟୁନିଟ୍ ସିଲ୍ କରାଯାଇଛି । ଅଧିକାରୀ କହିଛନ୍ତି ଯେ ଏହି ପ୍ରତିଷ୍ଠାନଗୁଡିକର କର୍ମଚାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଆଣ୍ଟି-କୋଭିଡ-19 ଟିକା ଦ୍ୱାରା ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି । ସିଲ୍ ହୋଇଥିବା ୟୁନିଟ୍ ଗୁଡିକରେ ଦୋକାନ ଏବଂ ଶୋ’ରୁମ୍ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି ।

ଏଜେନ୍ସି ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ କର୍ମଚାରୀମାନେ ଦ୍ୱିତୀୟ ଡୋଜ ପାଇବା ପରେ ଏବଂ ସେମାନଙ୍କ ସାର୍ଟିଫିକେଟ୍ ଜମା ହେବା ପରେ ହିଁ ପ୍ରତିଷ୍ଠା-ଶୋ’ରୁମ୍ ଖୋଲିବାକୁ ଅନୁମତି ଦିଆଯିବ । ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦.୬୮ ଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କୁ ଇନ୍ଦୋରରେ ପ୍ରଥମ ଡୋଜ ଏବଂ ୨୪.୩୩ ଲକ୍ଷ ଟିକାକରଣ କରାଯାଇଛି।

   Related Posts