Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରେସର କୁକରକୁ ବାହାହେଲେ ଯୁବକ: ୪ ଦିନ ପରେ ଦେଲେ ତଲାକ, କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

1/10/2021 at 6:37 PM

ନୂଆଦିଲ୍ଲୀ ୦୧/୧୦ : କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ଅନ୍ଧ ପ୍ରେମିକ-ପ୍ରେମିକା ନିଜ ପ୍ରେମ ପାଇଁ ସବୁ ସୀମା ପାର କରିଦିଅନ୍ତି। ନିକଟରେ ଇଣ୍ଡୋନେସିଆରେ ଜଣେ ଯୁବକଙ୍କ ପ୍ରେମ କାହାଣୀକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଯୁବକଙ୍କ କାହାଣୀ ଶୁଣି ଆପଣ ବି କହିବେ ପ୍ରେମ ସତରେ ଅନ୍ଧ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ କିଭଳି ଅନ୍ଧ।

ଇଣ୍ଡୋନେସିଆରେ ରହୁଥିବା ଯୁବକ ଖୋଇରୁଲ ଅନାମଙ୍କ ବିବାହ ସୋସିଆଲ ମିଡ଼ିଆ ହୁଲୁସ୍ତୁଲ କରିଦେଇଛି। କାରଣ ଖୋଇରୁଲ କୌଣସି ମଣିଷକୁ ନୁହେଁ ବରଂ ପ୍ରେସର କୁକରକୁ ବିବାହ କରିଛନ୍ତି। ଖୋଇରୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଖୋଇରୁଲଙ୍କ ବିବାହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଯେ ଜଣେ ଯୁବକ ପ୍ରେସର କୁକରକୁ କିଭଳି ବାହା ହୋଇପାରେ। ତେବେ ଖୋଇରୁଲ ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ବିବାହର କାରଣ ଦର୍ଶାଇଛନ୍ତି ଯାହା ଲୋକଙ୍କୁ ଆହୁରି ଚକିତ କରିଦେଇଛି।

ବାହାଘର ଫଟୋ ପୋଷ୍ଟ କରି ଖୋଇରୁଲ ଲେଖିଛନ୍ତି, ତାଙ୍କ କନ୍ୟା ସୁନ୍ଦର, ତାଙ୍କ କଥା ମାନେ, କିଛି କୁହେନି କିନ୍ତୁ ରୋଷେଇ ବହୁତ ଭଲ କରେ। ଖୋଇରୁଲ ବିବାହ ଅବସରରେ ନିଜର ଧଳା କୁକରକୁ ମଧ୍ୟ କନ୍ୟା ଭଳି ସଜାଇଛନ୍ତି। ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଗୋଟିଏ ଫଟୋରେ ସେ କୁକରକୁ କିସ କରୁଥିବା ନଜର ଆସିଛନ୍ତି। କୁକରକୁ ବାହାହେବା ପରେ ସେ ବିବାହ ଡକ୍ୟୁମେଣ୍ଟରେ ଦସ୍ତଖତ ମଧ୍ୟ କରିଥିଲେ ଓ କୁକରକୁ ନିଜ ପତ୍ନୀ ମାନିଛନ୍ତି।

ଆଉ ଏକ ପୋଷ୍ଟରେ ଖୋଇରୁଲ ନିଜର ଆଉ ଏକ କାରନାମାରେ ଲୋକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବିବାହର ୪ ଦିନ ପରେ ସେ ନିଜ କନ୍ୟାକୁ ତଲାକ ଦେଇଛନ୍ତି। ତଲାକ ଦେବାର କାରଣ, ବିବାହ କରିବା କାରଣରୁ ଆହୁରି ଅଜବ। ଫେସବୁକରେ ନିଜର ତଲାକ ଘୋଷଣା କରି ଖୋଇରୁଲ କହିଛନ୍ତି ଯେ ତାଙ୍କ ପତ୍ନୀକୁ କେବଳ ଭାତ ରାନ୍ଧି ଆସେ ଆଉ କିଛି ଆସେନି।

ସୂଚନା ଅନୁଯାୟୀ, ଖୋଇରୁଲ ଅନାମ ଇଣ୍ଡୋନେସିଆର ପ୍ରସିଦ୍ଧ କଣ୍ଟେଣ୍ଟ କ୍ରିଏଟର। ଫେସବୁକରେ ତାଙ୍କର ଭେରିଫାଏଡ ପ୍ରୋଫାଇଲ ଅଛି। ଫେସବୁକରେ ତାଙ୍କର ଏହି ପୋଷ୍ଟକୁ ୧୦ ହଜାରରୁ ଅଧିକ ଲୋକ ସେୟାର କରିଛନ୍ତି। ହଜାର ହଜାର ଲୋକେ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

   Related Posts