ଖୋର୍ଦ୍ଧା ଫୁଡ ପାର୍କରେ ହେବ ଇଣ୍ଡୋନିସିନ୍‌ର ସର୍ବବୃହତ୍ତ ୟୁନିଟ୍: IPICOL

Published By : Prameya-News7 Bureau | August 28, 2020 IST

ଭୁବନେଶ୍ୱର ୨୮।୮: ଖାଦ୍ୟ ପ୍ରକ୍ରିୟାକରଣରେ ଜାପାନର ପ୍ରମୁଖ କମ୍ପାନୀ ଇଣ୍ଡୋନିସିନ୍‌ ଖୋର୍ଦ୍ଧା ଫୁଡ ପାର୍କରେ ଭାରତରେ ତାଙ୍କର ସର୍ବ ବୃହତ୍ତ ୟୁନିଟ୍ ସ୍ଥାପନା କରିବେ। ଇପିକଲ ପକ୍ଷରୁ ଏକ ଅଧିକାରୀକ  ବିବୃତ୍ତିରେ ଏହି ସୂଚନା  ଦିଆଯାଇଛି। ଦେଶରେ ଟପ୍ ରାମେନ୍‌ ବ୍ରାଣ୍ଡର ଖାଦ୍ୟ ପଦାର୍ଥ ଉତ୍ପାଦନ ସହ ଜଡିତ ଇଣ୍ଡୋନିସିନ୍‌ର ଏହା ଦ୍ୱିତୀୟ ୟୁନିଟ୍‌ ହେବ। ଭାରତରେ ଏହି ସମ୍ପ୍ରସାରଣ ନେଇ କମ୍ପାନୀ ବୁଧବାର ଅନୁଷ୍ଠିତ ଏକ ୱବିନାରରେ ସୂଚନା ଦେଇଥିଲେ।

{"id":321734,"width":578,"height":324,"sizeSlug":"large"}

ଇନଭେଷ୍ଟ ଇଣ୍ଡିଆ ଅନ ଫୁଡ ପ୍ରୋସେସିଂ ୟୁନିଟିଜ୍ ଇନ୍‌ ଇଣ୍ଡିଆନ ଷ୍ଟେଟସ୍  ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡିଶାରେ ନିବେଶ ନିଷ୍ପତ୍ତିକୁ କମ୍ପାନୀ ୩୦ ବର୍ଷର ଇତିହାସରେ ସର୍ବୋତ୍ତମ ନିଷ୍ପତ୍ତି ବୋଲି କୁହାଯାଇଛି। ଓଡିଶାରେ ଆମର ସର୍ବୋତ୍ତମ ଉତ୍ପାଦନ ଦକ୍ଷତା ଥିବା ଓ ଏହା ଆମଲାଗି ଏକ ମାନକ ବୋଲି ଇଣ୍ଡୋନିସିନ୍ ଫୁଡର ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମା କହିଛନ୍ତି। 

{"id":321735,"width":576,"height":383,"sizeSlug":"large"}

ତେବେ କମ୍ପାନୀ ତାଙ୍କର ଏହି ସମ୍ପ୍ରସାରଣ ଲାଗି ନିବେଶର ପରିମାଣ, କ୍ଷମତା ଅଥବା ନିଯୁକ୍ତି ସୁଯୋଗ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଖୋର୍ଦ୍ଧା ଫୁଡ ପାର୍କରେ ଇଣ୍ଡୋନିସନ୍‌ ଦୀର୍ଘ ବର୍ଷରୁ ଉତ୍ପାଦନ କରିଆସୁଛନ୍ତି। ଏହି ୱେବିନାରରେ ରାଜ୍ୟ ଏମଏସଏମଇ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.