Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୧୦୦ ଟଙ୍କା ପାଇଁ ୧୦ ମାସର ପିଲା ସହ ମାଆ କରୁଥିଲା ଏପରି କାର୍ଯ୍ୟ : ବନ୍ଧା ହେଲା ମାଆ

4/10/2021 at 1:06 PM

ନୂଆଦିଲ୍ଲୀ ୦୪/୧୦ : କୁହାଯାଏ ମାଆ ତା ପିଲା ପାଇଁ ସବୁ କିଛି କରିପାରେ । ମାଆ ବିନା ପିଲାର ଜୀବନ ଅଧା । କିନ୍ତୁ ଏଭଳି ନିର୍ଦ୍ଦୟୀ ମାଆ କେବେ ଦେଖିଛନ୍ତି। ଟଙ୍କା ପାଇଁ, ଜଣେ ମାଆ ନିଜର ନିରୀହ ସନ୍ତାନ ସହିତ ଏପରି କାର୍ଯ୍ୟ କରି ପାରନ୍ତି । ଯାହା ଶୁଣିବା ପରେ ହୃଦୟ ଭାଙ୍ଗି ଯିବ । ଘଟଣା ଏତେ ବିପଜ୍ଜନକ ଥିଲା ଯେ ଘଟଣା ସାମ୍ନାକୁ ଆସିବା ପରେ ମାଆଙ୍କୁ ଗିରଫ କରାଯାଇଛି। ଏହି ମା ନିଜ ଜୀବନ୍ତ ପିଲାଟିକୁ ପ୍ରତିଦିନ ମାତ୍ର 1 ପାଉଣ୍ଡ (100 ଟଙ୍କା) ପାଇଁ ମମିରେ ପରିଣତ କରୁଥିଲା ।

ତେବେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟ ଦକ୍ଷିଣ ଟାଙ୍ଗେରାଙ୍ଗରେ ରହୁଥିବା ଏହି ମାତା ନିଜର ୧୦ ମାସର ପୁଅକୁ ଭିକ ମାଗିବା ପାଇଁ ଭଡା ରଖୁଥିଲା । ଭିକାରୀମାନେ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ରୂପା ରଙ୍ଗରେ ରଙ୍ଗ କରି ଏହାକୁ ମମି ରୂପରେ ଦେଖାଉଥିଲେ । ଏବଂ ରାସ୍ତାରେ ବସି ତା ନାମରେ ଭିକ୍ଷା ମାଗୁଥିଲେ। ଏସବୁ ବଦଳରେ ମାଆ ପ୍ରତିଦିନ ୧ ପାଉଣ୍ଡ ଅର୍ଥାତ୍ ୨୦ ହଜାର ଇଣ୍ଡୋନେସିଆ ରୁପିଆ (ଭାରତୀୟ ମୁଦ୍ରାରେ ୧୦୦ ଟଙ୍କା) ପାଉଥିଲେ । ଏହି ଶିଶୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିଶୁ ନିର୍ଯାତନା ମାମଲାରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ, ଶିଶୁଟିର ମା ତାଙ୍କୁ ପ୍ରତିଦିନ ସକାଳେ ଭଡାରେ ପିଲାଟିୁ ଦେଉଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସେ ପୋଲିସର ହେପାଜତରେ ଅଛନ୍ତି। ଦକ୍ଷିଣ ଟାଙ୍ଗରଙ୍ଗର ସାମାଜିକ ସେବା ବିଭାଗର ମୁଖ୍ୟ ୱାହୁନୋଟୋ ଲୁକମାନ କହିଛନ୍ତି ଯେ ଶିଶୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ବିଷୟରେ ଜାଣିଥିଲୁ। ଆମେ ଶିଶୁର ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରିବୁ ।

   Related Posts