Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଇଣ୍ଡୋନେସିଆ ସିନାବଙ୍ଗ ଆଗ୍ନେୟଗିରିରେ ପୁଣି ବିସ୍ଫୋରଣ, ଆକାଶକୁ ଉଠୁଛି ଲାଭା ସାଙ୍ଗକୁ ପାଉଁଶ

11/03/2021 at 4:33 PM

ସୁମାତ୍ରା : ଇଣ୍ଡୋନେସିଆ ସୁମାତ୍ରା ଦ୍ୱୀପସ୍ଥିତ ଆଗ୍ନେୟଗିରି ମାଉଣ୍ଟ ସିନାବଙ୍ଗ ଗୁରୁବାର ପୁଣି ଉଦଗିରଣ କରିଛି। ଫଳରେ ଲାଭା ନିର୍ଗତ ହେଉଥିବା ବେଳେ ଆକାଶକୁ ଧୂଆଁ ମିଶା ପାଉଁଶ ଫିଙ୍ଗୁଛି। ଆଗ୍ନେୟଗିରି ଉଦଗିରଣ ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ତେବେ ଘଟଣାରେ ମୃତାହତଙ୍କ ନେଇ ସୂଚନା ମିଳିନାହିଁ।

କିଛିଦିନ ପୂର୍ବରୁ ସିନାବଙ୍ଗ ସକ୍ରିୟ ହେବାରୁ ଆଖପାଖରେ ଥିବା ଜନସବତୀ ଖାଲି କରାଯାଇଥିଲା। ସେତେବେଳେ ପାହାଡରୁ ପ୍ରାୟ ୫ କିଲୋମିଟର ଊର୍ଦ୍ଧ୍ୱକୁ ଲାଭା ଓ ପାଉଁଶ ଉଠୁଥିଲା। ତେବେ ଶାନ୍ତ ପଡିଯିବାରୁ ଲୋକେ ପୁଣି ନିଜ ଘରକୁ ଫେରିଥିବା ବେଳେ ଗୁରୁବାର ଅଚାନକ ଉଦଗିରଣ କରିଛି।

ଇଣ୍ଡୋନେସିଆ ଭୋଲକାନିକ ଏଣ୍ଡ ଜିଓଲିକାଲ ଡିଜାଷ୍ଟର ରିଡକ୍ସନ ସେଣ୍ଟର (ଭିଜିଡିଆରସି)ଙ୍କ ସୂଚନା ଅନୁସାରେ ମାଉଣ୍ଟ ସିନାବଙ୍ଗରୁ ଏବେ ୧ ହଜାର ମିଟର ଉଚ୍ଚକୁ ଧୂଆଁ ଓ ପାଉଁଶ ଉଠୁଛି । ଫଳରେ ପାହାଡର ପ୍ରାୟ ୩ କିଲୋମିଟର ଅଞ୍ଚଳରେ ପାଉଁଶ ବୃଷ୍ଟି ହେଉଛି। ତେବେ ସିନାବଙ୍ଗ ଚେକ୍ ପୋଷ୍ଟରେ ମୁତନୟ ଜନୈକ ଅଧିକାରୀ ଏଥିଯୋଗୁ କେହି ହତାହତ ହୋଇନଥିବା କହିଛନ୍ତି।

୨ହଜାର ୬୦୦ ମିଟର ଉଚ୍ଚ ଏହି ଆଗ୍ନେୟଗିରି ପ୍ରାୟ ୪ଶହ ବର୍ଷ ହେଲା ଶାନ୍ତ ଥିଲା। ତେବେ ଗତ ୨୦୧୦ ମସିହାରେ ଏଥିରୁ ପ୍ରଥମ ଥର ଉଦଗିରଣ ଆରମ୍ଭ ହୋଇଥିବା ବେଳେ ସେବେଠାରୁ ଏ ପର୍ଯ୍ୟନ୍ତ ଅନୁନ୍ୟ ୩୦ ହଜାର ଲୋକେ ପାହାଡ ଆଖପାଖ ଅଞ୍ଚଳ ଛାଡି ପଳାୟନ କରିଛନ୍ତି। ୨୦୧୦ ପରେ ୨୦୧୪, ୧୬ରେ ଉଦଗିରଣ ହୋଇଥିଲା। ତେବେ ଭିତରେଭିତରେ କୁହୁଳୁଥିବା ଆଗ୍ନେୟଗିରି ଗତମାସରେ ଉଦଗିରଣ କରିବା ସହ ୫ କିଲୋମିଟର ଉପରକୁ ଲାଭା, ଧୂଆଁ ଓ ପାଉଁଶ ଫିଙ୍ଗିଥିଲା।    

   Related Posts