ଇଣ୍ଡୋନେସିଆ ସମୁଦ୍ରରେ ଭୂସ୍ଖଳନ ହୋଇ ସୁନାମି: ମୃତ୍ୟୁ ସଂଖ୍ୟା ୨୮୧କୁ ଛୁଇଁଲା, ଫେଲ ମାରିଲା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ

Published By : Prameya-News7 Bureau | December 24, 2018 IST

ଜାକର୍ତ୍ତା ୨୪/୧୨ : ଇଣ୍ଡୋନେସିଆର ସୁନ୍ଦା ଘାଟିରେ ଆଗ୍ନେୟ ଉଦଗୀରଣ ହୋଇ ଆସିଥିଲା ସୁନାମି | ସୁନାମି ପ୍ରଭାବରେ ଏଯାଏଁ ୨୮୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ୧୦୦୦ ରୁ ଅଧିକ ଲୋକେ ଆଘାତ ହୋଇଛନ୍ତି | ଶନିବାର ବିଳମ୍ବିତ ରାତିରେ ଜ୍ୱାଳାମୁଖୀ ଫାଟିବା ଦ୍ୱାରା ସମୁଦ୍ର ତଳେ ଭୂସ୍ଖଳନ ହୋଇଥିଲା | ଫଳରେ ସମୁଦ୍ର ତଟ ଅଂଚଳରେ ସୁନାମିର ପ୍ରଭାବ ଦେଖିବାକୁ ମିଳିଥିଲା | ଆତଙ୍କ ଖେଳାଇଦେଇଥିଲା ଏହି ସୁନାମି |

{"id":66789}

ଦକ୍ଷିଣ ସୁମାତ୍ରା ଅଂଚଳରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି | ଖବର ମୁତାବିକ, ସୁନ୍ଦା ଅଂଚଳରେ ଆଉ ଏକ ସୁନାମି ଆସିବାର ସମ୍ଭାବନା ରହିଛି | ଇଂଲଣ୍ଡ ୟୁନିଭର୍ସିଟି ପ୍ରଫେସରଙ୍କ ସୂଚନା ଅନୁଯାୟୀ, କକ୍ରାତୋଆ ଜ୍ୱାଳାମୁଖୀ ଏବେ ମଧ୍ୟ ଉଦଗୀରଣ ହେଉଛି | ଯାହାଫଳରେ ସମୁଦ୍ର ସ୍ଥଳରେ ପୁଣି ଥରେ ଭୂସ୍ଖଳନର ଆଶଙ୍କା କରାଯାଉଛି | ୧୮୮୩ ମସିହାରେ କକ୍ରାତୋଆ ଜ୍ୱାଳାମୁଖୀ ଫାଟିବା ଯୋଗୁଁ ୩୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା |

{"id":66783}


ତେବେ ମୃତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି | ବଡ ବଡ କୋଠା ପଡିଯିବାରୁ ଭଙ୍ଗା କୋଠା ତଳେ ଅନେକ ଲୋକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି | ପୋଲିସ ଏବଂ ସେନା କର୍ମୀ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି | ସୁନ୍ଦା ଘାଟି ଇଣ୍ଡୋନେସିଆର ଯାବା ଏବଂ ସୁମାତ୍ରା ଦ୍ବୀପ ମଝିରେ ରହିଛି |

{"id":66784}


ଖବର ମୁତାବିକ, ଆସନ୍ନ ବିପଦ ବିଭାଗ ଲୋକଙ୍କୁ ସୁନାମି ବିଷୟରେ ସୂଚନା ଦେବାରେ ଅସମର୍ଥ ହୋଇଥିଲା | ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିବା ଦେଖି ପ୍ରଥମେ ଜୁଆର ଭଟ୍ଟାର ଆଶଙ୍କା କରାଯାଇଥିଲା | ତେବେ ବିଭାଗ ଲୋକଙ୍କୁ ମିଛ ସୂଚନା ନଦେବାକୁ ପରାମର୍ଶ ଦେଇଥିଲା | କିନ୍ତୁ ସୁନାମିର ଭୟାବହତା ପରେ ବିଭାଗ କ୍ଷମା ପ୍ରାର୍ଥନା କରିଛି |

{"id":66790}


ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ସୁଲାବେଶୀ ଦ୍ବୀପରେ ଭୂମିକମ୍ପ ପରେ ସୁନାମି ଆସିଥିଲା | ଏଥିରେ ୮୩୨ ଲୋକଙ୍କ ମୃତ୍ୟୁ ହୋଇଥିଲା | ୨୦୦୪ ମସିହାରେ ସୁମାତ୍ରାରେ ଭୟଙ୍କର ଭୂମିକମ୍ପ ହୋଇଥିଲା | ରକ୍ତର ସ୍କେଲରେ ଯାହାର ତୀବ୍ରତା ୯.୩ ରେକର୍ଡ କରାଯାଇଥିଲା | ଏଥିରେ ଭାରତ ସହ ଅନ୍ୟ ୧୪ଟି ଦେଶ ପ୍ରଭାବିତ ହୋଇଥିଲେ |

{"id":66785}


ଇଂଡିନେସିଆରେ ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯୟ ଦେଖା ଦେଇଥାଏ | ଇଣ୍ଡୋନେସିଆ 'ରିଙ୍ଗ ଅଫ ଫାୟାର' ଉପରେ ଅବସ୍ଥିତ | ଭୂପୃଷ୍ଠାରେ ମଧ୍ୟରେ ଟେକଟାନିକ ପ୍ଲେଟସ ପରସ୍ପରକୁ ଧକ୍କା ଦେବା ଫଳରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ବିସ୍ଫୋରଣ ଭଳି ଘଟଣା ଘଟିଥାଏ |

{"id":66787}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.