Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ କୁ ବୃଦ୍ଧି

30/09/2018 at 4:35 PM

ଜାକର୍ତ୍ତା ୩୦/୯ : ଇଣ୍ଡୋନେସିଆରେ ପ୍ରକୃତିର ତାଣ୍ଡବ । ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ଛୁଇଁଚି । ସେପଟେ ରିକ୍ଟର ସ୍କେଲରେ ୭.୫ତୀବ୍ର ଶକ୍ତିଶାଳୀ ଭୂକମ୍ପରେ ଅନେକ ଘରଦ୍ବାର ଭାଙ୍ଗି ଯାଇଛି । ଏବେବି ଅନେକ ଲୋକ ଭଗ୍ନାବଶେଷ ଭିତରେ ଫଶିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ପାଲୁ ଏବଂ ଡୋଙ୍ଗଲା ସହର ଅନେକ ଅଞ୍ଚଳ ଧ୍ବସ୍ତ । ଶକ୍ତିଶାଳୀ ଭୂକମ୍ପ ପରେ ୨୦ଫୁଟ ଉଚ୍ଚ ବିଶାଳ ସମୁଦ୍ର ଢେଉ ପୂରା ଇଲାକାରେ ତାଣ୍ଡବ ରଚିଛି । ପ୍ରଭାବିତ ଇଲାକାରେ ୩ଲକ୍ଷରୁ ଅଧିକ ଲୋକ ସୁନାମିରେ ପ୍ରଭାବିତ ହୋଇଛନ୍ତି । ସୁନାମି ଆସିବା ସମୟରେ ବେଳାଭୂମି ଉତ୍ସବର ପ୍ରସ୍ତୁତି ଚାଲିଥିଲା । ଶହ ଶହ ଲୋକ ବେଳାଭୂମିରେ ଥିଲେ । ଏଭିତରେ ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ । ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କର ପରିଚୟ ମିଳିପାରି ନାହିଁ। ସୁନାମି ଢେଉ ମାଡରେ ଶହ ଶହ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କ ସଂଖ୍ୟା ଡାକ୍ତରଖାନାରେ ବଢିବାରେ ଲାଗିଛି । ଏପରିକି ଅନେକ ଆହତଙ୍କୁ ବାହାରେ ଚିକିତ୍ସା କରାଯାଉଛି । କିଛି ହୋଟେଲ ଏବଂ ମଲ୍ ରେ ଅନେକ ଲୋକ ଫଶିଥିବା ଆଶଙ୍କା କରାଯାଉଛି । ସେମାନଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ଉଦ୍ଧାର କାମରେ ସେନାକୁ ନିୟୋଜିତ କରାଯାଇଛି । ଭୂମିକମ୍ପ ଯୋଗୁ ବ୍ୟାପକ ଅଞ୍ଚଳରେ କ୍ଷତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇ ପଡିଛି । ଏପଟେ ସୁନାମିର କରାଳ ରୂପ ନେଇ ଗୋଟିକ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଏଥିରୁ ଦେଖିବାକୁ ମିଳୁଛି । କ୍ଷୟକ୍ଷତିର ପରିମାଣ କେତେ ବ୍ୟାପକ । ଭଗ୍ନାବଶେଷ ଭିତରେ ବଞ୍ଚି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ପ୍ରାଥମିକତା । 

   Related Posts