Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଇଣ୍ଡେନେସିଆରେ କ୍ରେଫ୍ଟୋ କରେନ୍ସୀ ବ୍ୟାନ୍, ଉଲେମା କାଉନସିଲ କହିଲେ ଇସ୍ଲାମରେ ଏହା’ହାରାମ’

12/11/2021 at 9:43 PM

ଜାକାର୍ତ୍ତା ୧୨।୧୧: ଇଣ୍ଡେନେସିୟ ଇସ୍ଲାମ ସମୂଦାୟ କ୍ରେଫ୍ଟୋ କରେନ୍ସୀକୁ ନିଷିଦ୍ଧ କରି ଦେଇଛନ୍ତି। ମୌଲବୀଙ୍କ ଏକ ଶୀର୍ଷ ସଙ୍ଗଠନ ଉଲେମା କାଉନସିଲ (ଏମୟୁଆଇ) ଦେଶରେ ମୁଦ୍ରା ଭାବେ କ୍ରେଫ୍ଟୋ କରେନ୍ସୀ ପ୍ରଚଳନ ଇସ୍ଲାମରେ ବେଆଇନ ବୋଲି କହିଛନ୍ତି। ତେବେ ଡିଜିଟାଲ ସମ୍ପତ୍ତି କାରବାରରେ ଏହାକୁ ଅନୁମତି ଦିଆଯାଇପାରେ ବୋଲି କୁହାଯାଇଛି। ଇଣ୍ଡୋନେସିଆ ବିଶ୍ୱର ସର୍ବ ବୃହତ୍ତ ଇସ୍ଲାମ ଦେଶ। ବ୍ୟାପାର ମନ୍ତ୍ରାଳୟଙ୍କ ଅନୁସାରେ ଗତ ମେ ମାସ ପର୍ଯ୍ୟନ୍ତ କମୋଡିଟି ଏକ୍ସଚେଞ୍ଜରେ କ୍ରେଫ୍ଟୋ କରେନ୍ସୀର ଟ୍ରେଡିଂ ମୋଟ ୩୭୦ଟ୍ରିଲିୟନକୁ ଛୁଇଁଛି।

ଗତ ୨୦୨୦ ମସିହା ଶେଷ ପର୍ଯ୍ୟନ୍ତ ଦେଶରେ କ୍ରେଫ୍ଟୋ କରେନ୍ସୀର କାରବାର ୬୫ ଟ୍ରିଲିୟନରେ ସୀମିତ ଥିଲା। ତେବେ ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ଦେଶରେ କ୍ରେଫ୍ଟୋ କରେନ୍ସୀ କାରବାରକୁ ପ୍ରୋତ୍ସାହିତ କରିଛି। ଦେଶରେ ୨୦୨୦ ଶେଷ ସୁଦ୍ଧା ବ୍ୟବସାୟୀଙ୍କ ସଂଖ୍ୟା ୪୦ ଲକ୍ଷ ଥିଲା। ଏବେ ସେମାନଙ୍କ ସଂଖ୍ୟା ୬୫ ଲକ୍ଷକୁ ପହଞ୍ଚିଛି। ତେବେ ଧାର୍ମିକ ଆଦେଶ ମୁଖ୍ୟ ଅସରୁନ ନିୟାମ ସୋଲେହ ମୁଦ୍ରାଭାବେ କ୍ରେଫ୍ଟୋ କରେନ୍ସୀର ପ୍ରଚଳନ ଶରିଆ ଆଇନରେ ପ୍ରତିବନ୍ଧିତ ବୋଲି କହିଛନ୍ତି।

କ୍ରେଫ୍ଟୋ କରେନ୍ସୀ ଯୋଗୁ ଅନିଶ୍ଚିତତା ଓ କ୍ଷତିର ପରିସ୍ଥିତି ଉପୁଜିପାରେ। ଏହା ଛଡା ଏହା ଦେଶର ଆଇନକୁ ମଧ୍ୟ ଉଲ୍ଲଂଘନ କରୁଛି। ସେହିପରି ବସ୍ତୁ ଭାବେ ମଧ୍ୟ କ୍ରେଫ୍ଟୋ କରେନ୍ସୀ ବେଆଇନ ବୋଲି କହିଛନ୍ତି। ଏମୟୁଆଇ ଏହାକୁ ଜୁଆ ସହ ତୁଳନା କରିଛନ୍ତି। ଏଣୁ ଏହା ଇସ୍ଲାମ ନିୟମ ଅନୁଯାୟୀ ହୋଇ ନଥିବାରୁ ଏହାକୁ ନିଷିଦ୍ଧ କରାଯାଉଥିବା ସୋଲେହ କହିଛନ୍ତି। ତେବେ ଏମୟୁଆଇଙ୍କ ଆଦେଶ ଆଇନ ରୂପେ କାହା ଲାଗି ବାଧ୍ୟ ନୁହେଁ। କାରଣ ଏହା ସରକାରର ଅଂଶ ନୁହେଁ ବୋଲି ସୋଲେହ କହିଛନ୍ତି।

   Related Posts