Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ
  • ||
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||

ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣାଗ୍ରସ୍ତ ; ୮ କ୍ରୁ ମେମ୍ବର ଏବଂ ୧୮୧ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ବିମାନର ପାଇଲଟ ଥିଲେ ଭାରତୀୟ

29/10/2018 at 5:50 PM

ଜାକର୍ତ୍ତା ୨୯|୧୦: ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାଭା ସମୁଦ୍ରରେ ବୁଡିଯାଇଛି ଲାଇନ୍ ଏୟାରର ବୋଇଂ ୭୩୭ଏମଏଏକ୍ସ-୮ ବିମାନ । ବିମାନରେ ଥିବା ୮ କ୍ରୁ ମେମ୍ବର ଏବଂ ୧୮୧ ଯାତ୍ରୀଙ୍କ ବାବଦରେ ଏଯାଏଁ ଖୋଜ୍ ଖବର ମିଳିନି । ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ କରିବାର ୧୩ ମିନିଟ୍ ପରେ ଆଜି ଭୋରରେ ଘଟିଛି ଏମିତି ଦୁର୍ଘଟଣା ।

ସକାଳ ୬ଟା ୨୦ ମିନିଟରେ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କଲା ଲାୟନ୍ ଏୟାରର ବୋଇଂ ୭୩୭ଏମଏଏକ୍ସ-୮ । ବିମାନରେ ୮ ଜଣ କ୍ରୁ ମେମ୍ବର ଏବଂ ୧୮୧ ଜଣ ଯାତ୍ରୀ ଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ ।  ପଙ୍ଗକଲ୍ ପିନାଙ୍ଗ୍ ଅଭିମୁଖେ ଏହା ଉଡ଼ାଣ କରିଥିଲା । କିନ୍ତୁ ସମୁଦ୍ର ଉପରକୁ ଯିବାର କେଇ ମିନିଟ୍ ଯାଇନି ପାଇଲଟ୍ ଫେରିବାକୁ ଚାହିଁଥିଲେ । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ଯୋଗାଯୋଗ କରୁ କରୁ ତାଙ୍କୁ ଅନୁମତି ମିଳିଲା । କିନ୍ତୁ ସଙ୍ଗେ ସଙ୍ଗେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ।

ଜାଭା ସମୁଦ୍ର ଉପକୂଳରୁ ବିମାନର କିଛି ସିଟ୍ କଭର୍ ଏବଂ ଯାତ୍ରୀଙ୍କର ମୋବାଇଲ୍ ଫୋନ୍ କଭର୍ ମିଳିଛି । ତେଣୁ ବିମାନଟି ଏହିଠାରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି । ସମୁଦ୍ର ଭିତରେ ଚାଲିଛି ସର୍ଚ୍ଚ ଅପରେସନ। ୧୨ ଘଣ୍ଟାରୁ ଅଧିକ ସମୟ ହେବ ସେମାନଙ୍କର କିଛି ପତ୍ତା ମିଳୁ ନଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ବିମାନର ପାଇଲଟ୍ ଥିଲେ ଦିଲ୍ଲୀ ମୟୂର ବିହାରର ୩୧ ବର୍ଷୀୟ ଭବ୍ୟେ ସୁନେଜା । ୨୦୧୧ରେ ଇଣ୍ଡୋନେସିଆର ଲାୟନ୍ ଏୟାର୍-ରେ ସେ ଯୋଗ ଦେଇଥିଲେ । ସୁନେଜାଙ୍କର ୬ ହଜାର ଘଣ୍ଟାର ଫ୍ଲାଇଟ୍ ଅଭିଜ୍ଞତା ଥିବା ବେଳେ ତାଙ୍କ ସହ ଥିବା କୋ-ପାଇଲଟ୍ ହର୍ବିନୋଙ୍କର ମଧ୍ୟ ୫ ହଜାର ଘଣ୍ଟାର ଏକ୍ସପେରିଏନ୍ସ ଥିଲା । ପୁଣି ବିମାନଟି ମଧ୍ୟ ନୂଆ ଥିଲା । ସମୁଦ୍ର ପତନଠାରୁ ୧୧୧୩ ମିଟର ଉଚ୍ଚରେ ଥିବା ବେଳେ ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ଉଡ଼ାଣର କିଛି ସମୟ ପରେ ବିମାନରେ କି ତ୍ରୁଟି ଦେଖାଦେଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ତଥାପି ଏୟାର୍ ଟ୍ରାଫିକ୍ ରାଡାର୍ ଏବଂ ବିମାନର ପତ୍ତା ମିଳିବା ପରେ କକପିଟ୍ ଭଏସ୍ ରେକର୍ଡରୁ ତଥ୍ୟ ସଂଗ୍ରହ କରାଯିବ । ଇଣ୍ଡୋନେସିଆର ନାସନାଲ୍ କମିଶନ୍ ଫର୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବିଭାଗ, ବୋଇଂ ଦୁର୍ଘଟଣାର ତଦନ୍ତ କରିବ ।

୨୦୧୪ ପରେ ଇଣ୍ଡୋନେସିଆରେ ଏହା ବଡ ବିମାନ ଦୁର୍ଘଟଣା । ୨୦୧୪ ଡିସେମ୍ବରରେ ସମୁଦ୍ରରେ ଏୟାର୍ ଏସିଆର ଏକ ବୋଇଂ ବିମାନ ବୁଡ଼ି ଯାଉଥିଲା । ଯେଉଁଥିରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୬୨ ଜଣ ନେଇଥିଲେ ସଲୀଲ ସମାଧି ।

   Related Posts