Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

‘ବାଏ ବାଏ ଫ୍ୟାମିଲି, ଆମେ ବର୍ତ୍ତମାନ ଘରକୁ ଯାଉଛୁ’ : ବୋଇଂ ୭୩୭ କ୍ରାସ୍ ହେବାପୂର୍ବରୁ ନିଜ ପିଲାମାନଙ୍କ ସହ ଜଣେ ମା’ଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

10/01/2021 at 6:55 PM

ନୂଆଦିଲ୍ଲୀ ୧୦/୦୧ : ଇଣ୍ଡୋନେସିଆରେ ଯାତ୍ରୀବାହୀ ବିମାନ ବୋଇଂ-୭୩୭ କ୍ରାସ୍ ହେବାପରେ ଏକ ସମୁଦ୍ରରେ ଖସିପଡିଥିଲା । ଏହି ବିମାନରେ ପ୍ରାୟ ୬୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ । ଯାକର୍ତ୍ତାରୁ ବୋର୍ଣ୍ଣିଓ ଯାଉଥିବା ଏହି ବିମାନ, ଉଡାଣର କିଛି ସମୟ ପରେ ବିମାନବନ୍ଦର ସହ ସମ୍ପର୍କ ଛିନ୍ନ କରିଥିଲା । ପରେ ଏହା କ୍ରାସ୍‌ ହୋଇଥିବା ଜଣାପଡିଥିଲା ଏବଂ ରବିବାର ସକାଳେ ଏହାର ବ୍ଲାକ୍‌ ବକ୍ସ ମିଳିଛି ।

ତେବେ ଦୁଃଖର ବିଷୟ ହେଉଛି ବିମାନରେ ଥିବା ସମସ୍ତ ଯାତ୍ରୀ ନିଖୋଜ ଅଛନ୍ତି । ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ତେବେ ବିମାନଟି ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ରତିହ୍‌ ଓ୍ବିଣ୍ଡାନିଆ ନାମକ ଜଣେ ମହିଳା ଫଟୋ ଉଠାଇ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ କ୍ୟାପସନ୍‌ରେ ଲେଖିଥିଲେ, ‘ବାଏ ବାଏ ଇନଷ୍ଟାଗ୍ରାମ ଫ୍ୟାମିଲି, ଆମେ ବର୍ତ୍ତମାନ ଘରକୁ ଆସୁଛୁ’ ।

ରତିହ୍‌ ଓ୍ବିଣ୍ଡାନିଆଙ୍କ ଭାଇ ଇରଫାନ୍ସୟା ରିଆଣ୍ଟୋ ପରିବାର ସହ ଇନଷ୍ଟ୍ରାଗ୍ରାମରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରେ ଫର୍ ଅସ୍‌’ । ତେବେ ଦୁଃଖର ବିଷୟ ହେଉଛି ବିମାନଟି ବର୍ଣ୍ଣିଓରେ ପହଞ୍ଚିବା ପୂର୍ବରୁ ହିଁ ସମୁଦ୍ର ମଧ୍ୟରେ କ୍ରାସ୍‌ ହୋଇଯାଇଥିଲା ।

ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଉଛି । ବିମାନରେ ଥିବା ଯାତ୍ରୀମାନଙ୍କ ଶରୀରର ଅଂଶ ବିଶେଷ ପାଣିରୁ ଉଦ୍ଧାର କରାଯାଉଛି । ଉଦ୍ଧାରକାରୀ ଟିମ୍‌ ଲଗାତାର ଭାବେ ସମୁଦ୍ର ମଧ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ବିମାନଟି ଟେକଅଫ୍ କରିବାର କିଛି ସମୟ ପରେ ପ୍ରାୟ ୧୦,୯୦୦ ଫୁଟ ଅଲଟିଟ୍ୟୁଡ୍‌କୁ ପହଞ୍ଚିବା ପରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ତେବେ ନିକଟରେ ଥିବା ଦ୍ବୀପଗୁଡିକର ବାସିନ୍ଦା କହିଛନ୍ତି ବିମାନଟି କ୍ରାସ କରିବା ପୂର୍ବରୁ ୨ଟି ଭୟଙ୍କର ଶବ୍ଦ ହୋଇଥିଲା ।  

ଇଣ୍ଡୋନେସିଆର ରାଷ୍ଟ୍ରପତି ଏହି ଦୁଃଖଦ ଘଟଣା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆମେ ପାରୁପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛୁ । ଆମେମାନେ ପ୍ରାର୍ଥନା କରୁଛୁ ସେମାନେ ଖୁବଶୀଘ୍ର ମିଳିଯାଆନ୍ତୁ’ ।

   Related Posts