Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଲକଡାଉନ ଉଲଙ୍ଘନକାରୀଙ୍କ ପାଇଁ ଅଜବ ଦଣ୍ଡ : ଭୂତକୋଠିରେ କରାଯାଉଛି ବନ୍ଦ

22/04/2020 at 2:41 PM

ନୂଆଦିଲ୍ଲୀ ୨୨/୦୪ : କରୋନା ଭାଇରସ ଯୋଗୁଁ ଦୁନିଆର ଣେକ ଦେଶକୁ ଲକଡାଉନ କରାଯାଇଛି | ଲକଡାଉନ ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି | ନିୟମ ଉଲଙ୍ଘନକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା କରାଯାଇଛି | ତେବେ ଆଗ ଅଲଗା ଦେଶରେ ଉଲଙ୍ଘନକାରୀଙ୍କ ପାଇଁ ଅଲଗା ଅଲଗା ଦଣ୍ଡ ବ୍ୟବସ୍ଥା ରହିଛି | ଇଣ୍ଡୋନେସିଆ ଉଲଙ୍ଘନକାରୀଙ୍କ ପାଇଁ ଏକ ଅଜବ ଦଣ୍ଡ ବ୍ୟବସ୍ଥା କରିଛନ୍ତି | ଏଠାରେ ଲକଡାଉନ ନିୟମ ଉଲଙ୍ଘନକାରୀଙ୍କୁ ପୋଲିସ ଗିରଫ କରି ଭୁତ କୋଠିରେ ବନ୍ଦ କରିଦେଉଛି |

ସୂଚନାଯୋଗ୍ୟ ଯେ, ଯେଉଁମାନେ ଅନ୍ୟ ସହରରୁ ଆସୁଛନ୍ତି ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି | କିଛି ଲୋକ ନିୟମ ପାଳନ କରୁଥିବାବେଳେ କିଛି ଲୋକ ଜାଣିଶୁଣି ନିୟମ ଉଲଙ୍ଘନ କରୁଛନ୍ତି | ଯେଉଁମାନେ ଲକଡାଉନ ନିୟମ ଉଲଙ୍ଘନ କରୁଛନ୍ତି ତାଙ୍କୁ ପୋଲିସ ନେଇ ଧାନ ଖେତରେ ଥିବା ଏକ ଭୁତ କୋଠିରେ ବନ୍ଦ କରିଦେଉଛି |

ସୂଚନାଯୋଗ୍ୟ ଯେ, ଲକଡାଉନ ନିୟମ ଉଲଙ୍ଘନକାରୀଙ୍କ ପାଇଁ ସର୍ଜନ ରିଜେଣ୍ଟ କୁସଦିନାର ଉତୁଙ୍ଗ ୟୂନି ନିଜ ଅଫିସରଙ୍କୁ ଏହି ଭୁତ କୋଠିକୁ ସଫା ରଖିବାକୁ କହିଛନ୍ତି | ନିଜ ଅଫିସରଙ୍କୁ ସେ କହିଛନ୍ତି ଯେ, ଯଦି କେହି ବି ଆଇସୋଲେସନ ନିୟମ ଉଲଙ୍ଘନ କରେ ତାହେଲେ ତାଙ୍କୁ ଏହି ଭୁତକୋଠିରେ କିମ୍ବା କୌଣସି ପୁରୁଣା ସ୍କୁଲରେ ବନ୍ଦ କରିଦିଅନ୍ତୁ | କିନ୍ତୁ ଏଥିପାଇଁ ତାଙ୍କର ଅନୁମତି ଆବଶ୍ୟକ | ତେବେ ଭୁତକୋଠିରେ ବନ୍ଦ ଥିବା ସମୟରେ ସେମାନଙ୍କ ଖାଇବା ପିଇବାର ପୁରା ବ୍ୟବସ୍ଥା କରାଯିବ ଏବଂ ନିୟମିତ ଭାବେ ତାଙ୍କୁ ମନିଟର କରାଯିବ |

ସର୍ଜନ କହିଛନ୍ତି ଯେ, ପ୍ଲୁଫୁରେ ରହୁଥିବା ଦୁଇଜଣ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ପରେ ସେ ନିୟମ ଉଲଙ୍ଘନ କରିଥିଲେ | ଯାହାଫଳରେ ସେମାନଙ୍କୁ ସେହି ଭୁତକୋଠିରେ ବନ୍ଦ କରିଦିଆଯାଇଥିଲା | 

   Related Posts