Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଉଗ୍ର ହେବାରେ ଲାଗିଛି ଦକ୍ଷିଣ ଚୀନ ସାଗର ବିବାଦ, କର୍ତ୍ତୃତ୍ୱ ଜାହିର କଲା ଇଣ୍ଡୋନେସିଆ

10/01/2020 at 4:22 PM

ନୂଆଦିଲ୍ଲୀ ୧୦।୧: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ଥିବା ବେଳେ ଆଉ ଦେଶଙ୍କ ବିବାଦ ଏବେ ସାମ୍ନାକୁ ଆସିଛି । ବିଶ୍ୱର ସୁପରପାୱାର ଦେଶମାନଙ୍କ ମଧ୍ୟରେ ଚୀନ୍ ହେଉଛି ଅନ୍ୟତମ ।  ଦକ୍ଷିଣ ଚୀନ ସାଗରରେ ନିଜର ପ୍ରଭାବ ବିସ୍ତାର ଲାଗି ଚୀନ ଉଦ୍ୟମ ଜାରି ରଖିଛି । ଯାହାକୁ ଇଣ୍ଡୋନେସିଆ ବିରୋଧ କରୁଛି। ଚୀନ ଅଧିନରେ ଥିବା ଏକ ଦ୍ୱୀପରେଚୀନ ନିଜର ଯୁଦ୍ଧ ଜାହାଜ ମୁତୟନ କରିଛି। ଯାହା ଏବେ ଦୁଇଦେଶଙ୍କ ମଧ୍ୟରେ ବିବାଦକୁ ଖୋରାକ ଯୋଗାଇଛି। ଚୀନକୁ ଟକ୍କର ଦେବା ଲାଗି ଇଣ୍ଡୋନସିଆ ନିଜର ଯୁଦ୍ଧ ଜାହାଜ ଓ ବୁଡାଜାହାଜ ଉଭୟ ମୁତୟନ କରିଛି ।

ଦକ୍ଷିଣ ଚୀନ ସାଗରରେ ଚୀନ ନିଜର ଆକ୍ରାମକ ଓ ବିସ୍ତାରବାଦୀ ନୀତି ଚଳାଇଛି। କିନ୍ତୁ ଚୀନର ଏହି ଏକତରଫା କାମକୁ ଏବେ ସମ୍ପୃକ୍ତ କ୍ଷେତ୍ରରେ ଥିବା ପଡୋଶୀ ଦେଶମାନେ ବିରୋଧ କରିବାକୁ ଲାଗିଲେଣି। ଦକ୍ଷିଣ ଚୀନ ସାଗର ସ୍ଥିତ ନତୁନା ଦୀପ ସମୂହରେ ଇଣ୍ଡୋନେସିଆ ଚୀନକୁ ବିରୋଧ କରି ନିଜ ଦେଶର ପତାକା ଉଡାଇଛି ।

ଇଣ୍ଡୋନେସିଆ ଦକ୍ଷିଣ ଚୀନ ସାଗରର ଏକ ଦ୍ୱୀପ ନତୁନା ଉପରେ ନିଜର ଦାବିଜାହିର କରି କେତେକ ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ମୁତୟନ ମଧ୍ୟ କରିଛି । କେବଳ ଏତିକି ନୁହେଁ ଏଠାକୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ ମଧ୍ୟ ଗସ୍ତ କରିଛନ୍ତି । ଇଣ୍ଡୋନେସିଆର ଏହି କାର୍ଯ୍ୟକୁ ଚୀନର ପସନ୍ଦ କରୁନଥିବା ବେଳେ ଏବେ ବିବାଦ ଗନେଇବାରେ ଲାଗିଛି।

ଚୀନ ର ଦକ୍ଷିଣରେ ଥିବା ଦକ୍ଷିଣ ଚୀନ ସାଗର ପ୍ରଶାନ୍ତ ମହାସାଗରର ଏକ ଅଂଶ ବିଶେଷ । ଯାହା ସିଙ୍ଗାପୁରଠାରୁ ତାଇୱାନପର୍ଯ୍ୟନ୍ତ ପ୍ରାୟ ୩୫ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ। ବିଶ୍ୱର ୫ ମହାସାଗର ପରେ ଏହା ସର୍ବୋଚ୍ଚ ଜଳକ୍ଷେତ୍ର ଅଟେ । ଏହି ସାଗର ଅନେକ ଛୋଟ-ଛୋଟ ଦ୍ୱୀପ ରହିଛି । ସବୁ ଦ୍ୱୀପକୁ ମିଶାଇ ଦ୍ୱପ ସମୂହ ବୋଲି କୁହାଯାଏ । ଦ୍ୱୀପକୁ ଲାଗି ରହିଥିବା ଦେଶମାନେ ସର୍ବଦା ଦ୍ୱୀପ ଉପରେ ନିଜର ଦାବି କରିଆସୁଛନ୍ତି । ତେବେ ଚୀନ ସବୁବେଳେ ବଢି ଚଢି ନିଜର ଦାବି କରିଥାଏ ।

ଏହିସବୁ କ୍ଷେତ୍ର ଚୀନ ବ୍ୟତୀତ ଫିଲିଫାଇନ୍ସ, ଭିଏତନାମ, ମାଲେସିଆ, ତାଇୱାନ ଓ ବ୍ରୁନେଇ ଆଦି ଦେଶମାନେ ମଧ୍ୟ ନିଜନିଜର ଦାବି କରିଥାନ୍ତି । ତେବେ ଦ୍ୱୀପକୁ ନେଇ ଏପର୍ଯ୍ୟନ୍ତ ଅଞ୍ଚଳରେ ବିବାଦ ନଥିଲା । ତେବେ ୪ବର୍ଷ ପୂର୍ବେ ଚୀନ ସମୁଦ୍ରରେ ଖୋଳାଖୋଳି କରିବା ଲାଗି ଜାହାଜରେ ଇଟା, ବାଲି ଓ ବଜୁରୀ ଆଦି ଦକ୍ଷିଣ ଚୀନ ସାଗରରେ ପହଞ୍ଚାଇବା ସହ ଏକ ଦ୍ୱୀପରେକାମ ଆରମ୍ଭ କରିଥିଲା । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏଠାରେ ଚୀନ ଏକ ବନ୍ଦର ସହ ଏୟାରପୋର୍ଟ ନିର୍ମାଣ ମଧ୍ୟ କରିସାରିଛି ।

ଦକ୍ଷିଣ ସାଗରରେ ଚୀନ ଏକ କ୍ରୁତିମ ଦ୍ୱୀପ ତିଆରି କରୁଛି । ଏହି ଦ୍ୱୀପରେ ସେନାବାହିନୀ ପାଇଁ ଏକ କ୍ୟାମ୍ପ ନିର୍ମାଣ କରିବ । ଏହାବ୍ୟତୀତ ଚୀନ ମଧ୍ୟ ଛୋଟ ଛୋଟ ଦ୍ୱୀପ ଉପରେ କବ୍‌ଜା କରୁଛି । ଯାହାକୁ ନେଇ ଏହି ବିବାଦ ଦେଖାଦେଇଛି । ଚୀନର ଏହି ବସ୍ତାରବାଦୀ ନୀତିକୁ ଆମେରିକା ସବୁବେଳେ ବିରୋଧ କରିଆସିଛି । କିଛି କିଛି ସମୟରେ ଭାରତ ମଧ୍ୟ ବିରୋଧର ସ୍ୱର ଉଠାଇଛି ।

ଚୀନ ବିରୋଧରେ ଭାରତୀୟ ନୌସେନା ଆମେରିକା, ଫିଲିଫାଇନ୍ସ ଓ ଜାପାନ ସହିତ ମିଶି ଦକ୍ଷିଣ ଚୀନ ସାଗରରେ ସମରାଭ୍ୟାସ କରିଛି । ପ୍ରତ୍ୟେକଦିନ ଚୀନ ନିଜର ଜାହାଜ ଏହି ସବୁ ବିବାଦୀୟ ଦ୍ୱୀପକୁ ନେଇଥାଏ । ତେବେ ଚୀନ ନିର୍ମାଣ କରିଥିବା କୁତ୍ରିମ ଦ୍ୱୀପରେ ନିଜ ସୈନ୍ୟ ଅଭ୍ୟାସ ଜାରି ରଖିଛି । ଏହିସମସ୍ତ ଘଟଣାକୁ ନେଇ ଚୀନର ଭିଏତନାମା, ଫିଲିଫାଇନ୍ସ ଓ ଅନ୍ୟଦେଶମାନଙ୍କ ସହ ବିବାଦ ଲାଗି ରହିଛି। ତେବେ ଏହି ବିବାଦରେ ଏପର୍ଯ୍ୟନ୍ତ ଇଣ୍ଡୋନେସିଆ ନିଜକୁ ସାମିଲ କରିନଥିବା ବେଳେ ପ୍ରଥମ ଥର ଖୋଲିକରି ସାମ୍ନାକୁ ଆସିଛି ।  ଇଣ୍ଡୋନେସିଆର ଏହି ବିବାଦୀୟ ଗତିବିଧିକୁ ବିରୋଧ କରି ଚୀନ ନିଜର ଯୁଦ୍ଧ ଜାହାଜ ନତୁନା ଦ୍ୱୀପରେ ମୁତୟନ କରିଛି । ତେବେ ଏବେ ଦେଖିବାର ରହିଲା ଏହାକୁ ନେଇ ଚୀନ କିପରି ପ୍ରତିକ୍ରିୟା ରଖୁଛି ।

   Related Posts