Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ, ‘ଟୁ ପ୍ଲସ୍ ଟୁ’ ବାର୍ତ୍ତାରେ ଚୀନକୁ ଉଚିତ୍ ଶିକ୍ଷା ଦେବାକୁ ହେବ ଯୋଜନା

26/10/2020 at 3:58 PM

ଓ୍ଵାଶିଂଟନ/ନୂଆଦିଲ୍ଲୀ ୨୬।୧୦: ଦକ୍ଷିଣ ଏସିଆ ବିଶେଷ କରି ପୂର୍ବ ଲଦାଖରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ବିରୋଧରେ ଜବାବୀ ରଣନୀତି ପ୍ରସ୍ତୁତ ଲାଗି ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ସୋମବାର ଭାରତ ପହଞ୍ଚିଛନ୍ତି। ପାମ୍ପିଓଙ୍କ ବ୍ୟତୀତ ଆମେରିକୀ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ ଏହି ବାର୍ତ୍ତା ପାଇଁ ଭାରତ ଆସିଛନ୍ତ। କ୍ଵାଡ ପରେ ଆମେରିକୀୟ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ନୂଆଦିଲ୍ଲୀରେ  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ହେବାକୁ ଥିବା ଏହି ବୈଠକ ଐତିହାସିକ ହେବାକୁ ଯାଉଛି।

ଚୀନ ବିରୋଧରେ ଜବାବୀ ରଣନୀତି ପ୍ରସ୍ତୁତ କରିବା ବ୍ୟତୀତ ଦୁଇ ଦେଶ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ରାଜିନାମା ମଧ୍ୟ ହେବ ଏବଂ ବେସିକ ଏକ୍ସଚେଞ୍ଜ ଆଣ୍ଡ କର୍ପୋରେସନ ଏଗ୍ରୀମେଣ୍ଟ ଫର ଜିଓ ସ୍ପେସିଆଲ କର୍ପୋରେସନ(ବିଇସିଏ)ଉପରେ ମଧ୍ୟ ସହମତି ହେବାର ପୂରା ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଫର୍ମୁଲା ‘ଟୁ ପ୍ଲସ୍ ଟୁ’ ଆଧାରରେ ଏହି ବାର୍ତ୍ତା ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୭ରେ ନିଜର ପ୍ରଥମ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ‘ଟୁ ପ୍ଲସ୍ ଟୁ’ ଆଲୋଚନା ଘୋଷଣା କରିଥିଲେ। ୨୦୧୮ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଏହି ବୈଠକର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ଗତ ବର୍ଷ ଡିସେମ୍ବରରେ ଓ୍ଵାଶିଂଟନରେ ଦ୍ଵିତୀୟ ବାର୍ତ୍ତା ଆୟୋଜିତ ହୋଇଥିଲା। ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ଓବାମା ପ୍ରଶାସନରେ ଦୁଇ ଦେଶ ମଧ୍ୟରେ ହେଉଥିବା ବୈଦେଶିକ ଓ ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକର ଜାଗା ନେଇଛି।

‘ଟୁ ପ୍ଲସ୍ ଟୁ’ ବୈଠକ ପୂର୍ବରୁ ଗତ ଦିନରେ ଜାପାନରେ କ୍ଵାଡ ବାର୍ତ୍ତା ଆୟୋଜିତ ହୋଇଥିଲା। କ୍ଵାଡର ଚାରି ଦେଶ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ବୈଠକରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବ ଦେବାକୁ ଆଲୋଚନା କରାଯାଇଥିଲା। ଏବେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ‘ଟୁ ପ୍ଲସ୍ ଟୁ’ ବୈଠକକୁ ନେଇ ଚୀନ ଚିନ୍ତାରେ।

   Related Posts