ଭାରତ ମାତା କି ଜୟ ଧୂନରେ କମ୍ପିଲା ବରଫର ପାଦଦେଶ, ମାଇନସ ୪୦ ଡିଗ୍ରୀ ପାରଦରେ ବି 'ହୀମବୀର' ଉଡାଇଲେ ତ୍ରିରଙ୍ଗା

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ୨୬/୦୧: ଆଜି ସାର ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛନ୍ତି ଜାତୀୟ ସଂଗୀତର ଗାନ । ସବୁରି ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ତେବେ ଦେଶପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନ ବହନ କରୁଥିବା ଯବାନ ମାନେ ମଧ୍ୟ ଏଥିରୁ ବାଦ ପଡିନଥିଲେ ।

wp:html /wp:html

କାରଣ ସେମାନଙ୍କର ପ୍ରତିଟି ରକ୍ତକଣିକାରେ ପ୍ରବାହିତ ହେଉଛି ଦେଶପ୍ରେମ । ସେ ଖରା ହେଉ ଅବା ବର୍ଷା । ଯେଉଁଠି ବରଫ ଓ ଥଣ୍ଡାରେ ଥରହର ହେଉଛନ୍ତି ଲୋକେ । ସେଠି ବି ଧୋବ ଫରଫର ହୋଇ ଉଡିଛି ଜାତୀୟ ପତାକା ।

wp:html /wp:html

୪୦ ଡିଗ୍ରୀ ତାପମାନରେ ବି ଆଇଟିବିପି ଯବାନମାନେ ଉଡାଇଛନ୍ତି ଜାତୀୟ ପତାକା । ମନେ ପକାଇଦେଇଛନ୍ତି ଦେଶ ମାତୃକା ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟ । କେବଳ ପତାକା ଉଡାଇନାହାଁନ୍ତି ଶତ୍ରୁ ଦେଶକୁ ବି ଦେଖାଇଛନ୍ତି ଆଜି ବୀରପୁତ୍ର ଅଛନ୍ତି ଏହି ମାଆର ସ୍ୱାଗତ କରିବାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.