କିଶନଗଞ୍ଜ ୧୯।୦୭: ଭାରତ ନେପାଳ ମଧ୍ୟରେ ଜାରି ବିବାଦର ପ୍ରଭାବ ଏବେ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ନାଗରିକଙ୍କ ଉପରେ ପଡିଛି। ଏହି କ୍ରମରେ ବିହାରର କିଶନଗଞ୍ଜ ଜିଲ୍ଲାରେ ଭାରତ-ନେପାଳ ସୀମାରେ ଶନିବାର ରାତିରେ ନେପାଳ ପୋଲିସ୍ ତିନି ଜଣ ଭାରତୀୟ ନାଗରିକଙ୍କ ଉପରେ ଗୁଳିମାଡ କରିଛନ୍ତି। ଏହି ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ନିକଟତମ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆହତ ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ସିଂହ। ସେ ଖନିଆବାଦ ପଞ୍ଚାୟତର ମାଫିଟୋଲାର ବାସିନ୍ଦା। ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡେଣ୍ଢାଗାଚ୍ଛରେ ପ୍ରାଥମିକ ଉପଚାର ପରେ ଅଧିକ ଚିକିତ୍ସା ପାଇଁ ପୂର୍ଣ୍ଣିମା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଗୁରୁତର ଥିବା କୁହାଯାଉଛି।
wp:html/wp:htmlOne Indian injured after Nepal Police shot at three Indian men near India-Nepal border in Kishanganj. Injured shifted to hospital. Investigation underway: SP Kishanganj, Bihar
— ANI (@ANI) July 19, 2020
କିଶନଗଞ୍ଜ ଏସପି କୁମାର ଆଶିଷ କହିଛନ୍ତି ନେପାଳ ପୋଲିସ୍ ଦ୍ଵାରା କିଶନଗଞ୍ଜରେ ଭାରତ-ନେପାଳ ସୀମା ନିକଟରେ ତିନି ଜଣ ଭାରତୀୟଙ୍କ ଉପରେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଭାରତୀୟ ଆହତ ହୋଇଛନ୍ତି। ଆତହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରଠୁ ସ୍ଥାନୀୟ ପୋଲିସ ଓ ଏସଏସବି ଅଧିକାରୀ ଘଟଣାସ୍ଥଳରେ ତମ୍ବୁ କାଢିଛନ୍ତି। ଏହି ଘଟଣାକୁ ନେଇ ପୂରା ମାମଲା ଉପରେ ପୋଲିସ୍ ନଜର ରଖିଛି।
ଏହା ପୂର୍ବରୁ ନେପାଳ ପୋଲିସ୍ ଚଳିତ ବର୍ଷ ଜୁନ୍ ମାସରେ ବିହାରର ସୀତାମଢି ସ୍ଥିତ ସଂଲଗ୍ନ ସୀମାରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଚାରି ଜଣ ଭାରତୀୟ ମଧ୍ୟ ଆହତ ହୋଇଥିଲେ। ଏହା ସହିତ ନେପାଳି ପୋଲିସ୍ ଜଣେ ଭାରତୀୟଙ୍କୁ ଉଠାଇ ନିଜ ସହ ନେଇ ଯାଇଥିଲେ।
ଭାରତ-ନେପାଳ ସୀମା ପୂରା ସିଲ୍
ସୂଚନାଯୋଗ୍ୟ ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ଭାରତ-ନେପାଳ ସୀମା ସଂପୂର୍ଣ୍ଣ ଭାବେ ସିଲ୍ ରହିଛି। ଲୋକଙ୍କ ଯିବା ଆସିବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ନେପାଳ ସରକାର ଭାରତ-ନେପାଳ ସୀମାରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିଛନ୍ତି। ବିଶେଷ କରି ସୀମାର ମୁଖ୍ୟ ମାର୍ଗ ବ୍ୟତୀତ ପଗଣ୍ଡଡିଅରେ ମଧ୍ୟ ସୁରକ୍ଷା କଡାକଡି ରହିଛି। ନେପାଳରେ ନେପାଳୀ ସଶସ୍ତ୍ର ବଳ କ୍ୟାମ୍ପ ପକାଇ ସୀମାରେ ପ୍ରହରା ଦେଉଥିବା ବେଳେ ଭାରତୀୟ ସୀମାରେ ଏସଏସବି ପୂର୍ବରୁ ମୁତୟନ ରହିଛି।