Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପୁରୀର ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ : ମୁଖ୍ୟମନ୍ତ୍ରୀଙ୍କ ଟ୍ୟାଗ ଲାଇନ୍ ‘‘ ଆପଣ ଖୁସି ତ ’’ କୁ ନେଇ ରାମ୍ପ ଗୀତ ହେଲା ମୁଖ୍ୟ ଆକର୍ଷଣ

10/02/2019 at 3:10 PM

ପୁରୀ୧୦|୧: ପୁରୀର ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ଷ୍ଟାଡ଼ିୟମ ପରିସରରେ ଦୁଇଦିନିଆ ଇଣ୍ଡୋ-ଜାପାନ ସାଂସ୍କୃତିକ ମହୋତ୍ସବ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଦ୍ବାରା ଉଦଘାଟିତ ହୋଇଛି। ମହୋତ୍ସବରେ ଜାପାନର ୫୦ ଜଣ ପ୍ରସିଦ୍ଧ କଳାକାର ଯୋଗଦେଇ ଜାପାନର ଜାତୀୟ ସଂଗୀତ ସହ ନୃତ୍ୟ, ଗୀତ ଏବଂ ସେମାନଙ୍କ କଳାନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।

ତେବେ ମୁଖ୍ୟ ଆକର୍ଷଣ ଥିଲେ ସମୀରେଂଶୁ ମହାନ୍ତି ଓରଫ ବିଗ୍ ଡ଼ିଲ୍। ମୁଁ ଓଡ଼ିଆ, ବୋଉ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୟାଗ ଲାଇନ ‘‘ ଆପଣ ଖୁସି ତ ’’ ଶବ୍ଦକୁ ନେଇ ରାମ୍ପ ଗୀତ ପ୍ରଦର୍ଶନ। ସେହିଭଳି ଜାପନ କଣ୍ଠଶିଳ୍ପୀଙ୍କ ଲୈଲା ହିଁ ମେ ଲୈଲା ଗୀତ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା ।

ଜାପାନ ଓ ଭାରତ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଭାଷା, ସାହିତ୍ୟ, ସଂସ୍କୃତି ଓ ଭାଇଚାରାକୁ ଏଭଳି ମହୋତ୍ସବ ସମୃଦ୍ଧ କରିବ ବୋଲି ରାଜଶ୍ବମନ୍ତ୍ରୀ ମହେଶ୍ବର ମହାନ୍ତି କହିଥିଲେ। ପେଣ୍ଠକଟା ମତ୍ସ୍ୟଜୀବି ବସ୍ତି ସମେତ ସ୍ଥାନୀୟ ବାସିନ୍ଦା ଏଭଳି ସାଂସ୍କୃତିକ ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ।

ଉଦଘାଟନୀ ଉତ୍ସବରେ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ମୁଖ୍ୟ କୁନା ଦାଶ, ମତ୍ସ୍ୟଜୀବି ନେତା କେ. ପ୍ରସାଦ ରାଓ, କେ. ତାତା ରାଓ ପ୍ରମୁଖ ଯୋଗ ଦେଇଥିଲେ।

   Related Posts