ଭାରତ-ଆମେରିକାର ବାଣିଜ୍ୟିକ ଟକ୍କର : ଭାରତକୁ ଦିଆଯାଉଥିବା ରିହାତି ପ୍ରତ୍ୟାହାର ପାଇଁ ଆମେରିକାର ମସୁଧା

Published By : Prameya-News7 Bureau | March 05, 2019 IST

ନୂଆଦିଲ୍ଲୀ ୫/୩: ବାଣିଜ୍ୟ କ୍ଷେତ୍ରରେ ଭାରତକୁ ଦିଆଯାଉଥିବା ରିହାତି ପ୍ରତ୍ୟାହାର କରିବା ଲାଗି ଆମେରିକା ଚିନ୍ତା କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ କଂଗ୍ରେସରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଜିଏସପି ବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ ପ୍ରିଫରେନ୍‌ସ ଆମେରିକାର ୧୨୦ ବିକାଶଶୀଳ ରାଷ୍ଟ୍ର ପ୍ରତି ଲାଗୁ କରିଛି । ଏଥିରେ ସେସବୁ ଦେଶରୁ ଆମଦାନୀ ହେଉଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଉପରେ କୌଣସି ଶୁଳ୍ଖ ଦେବାକୁ ପଡ଼ିନଥାଏ । ଏବଂ ଏହି ୧୨୦ ଦେଶ ମଧ୍ୟରେ ସବୁଠାରୁ ଅଧିକ ଅନୁଗ୍ରହୀତ ହୋଇଥାଏ ।। ଭାରତ ଆମେରିକାକୁ ୫.୬ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥାଏ। ନିକଟରେ କିଛି ବିଦେଶୀ  ମାର୍କେଟିଂ କମ୍ପାନି ପ୍ରତି ଭାରତ ତାର ବାଣିଜ୍ୟିକ ନିୟମ ପରିବର୍ତ୍ତନ କରିଥିବାରୁ ଆମାଜନ ଓ ଫ୍ଲିପ୍‌କାର୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ମତଭେଦ ଦେଖାଦେଇଛି । ଆମେରିକା ଭାରତ ଠାରୁ ଜିଏସପି ପ୍ରତ୍ୟାହାର କରିନେବ ବୋଲି ନିଷ୍ପତ୍ତି ନେଇଛି । ତେବେ ଏହା ଦ୍ବାରା ଦୁଇଦେଶ ମଧ୍ୟରେ ବାଣିଜ୍ୟ ପ୍ରଭାବିତ ହେବ ନାହିଁ ବୋଲି ବାଣିଜ୍ୟ ସଚିବ ଅରୂପ ବର୍ଦ୍ଧମାନ କହିଛନ୍ତି।   ……

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.