Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏମିତି ଥିଲା ଇନ୍ଦିରା ନୋଇଙ୍କ କର୍ମମୟ ଜୀବନର ଆରମ୍ଭ ଦିନ, ଯେତେବେଳେ ୫୦$ ଅପବ୍ୟୟରେ ବି ହୋଇଥିଲେ ବ୍ୟଥିତ

27/09/2021 at 5:03 PM

ବିଶ୍ୱର ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅମେରିକା ପେପସି କୋର ପୂର୍ବତନ ଅଧ୍ୟକ୍ଷା ତଥା ସିଇଓ ଇନ୍ଦିରା ନୋଇ ବେଶ ଜଣଶୁଣା। ଭାରତୀୟ ବଂଶୋଦଭବ ଏହି ମହିଳାଙ୍କ ଜୀବନୀ ପୁସ୍ତକ ‘ମାଇଁ ଲାଇଫ ଇନ୍‌ ଫୁଲ’ ବିଶ୍ୱରେ ଏବେ ବେଶ୍ ଚର୍ଚ୍ଚା ସାଉଁଟିଛି। ଏଥିରେ ତାଙ୍କ ଶିକ୍ଷା ସମାପନ ଓ କ୍ୟାରିୟର ପ୍ରାରମ୍ଭ ଦିନର ଏକ କାହାଣୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ହେଚେଟ୍‌ ଇଣ୍ଡିଆଙ୍କ ଅନୁମତିରେ ମନିକଣ୍ଟ୍ରୋଲଙ୍କ ଦ୍ୱାରା ପ୍ରକାଶିତ ଏହି ଅଧ୍ୟାୟରେ ବିଶ୍ୱର ଏକ ବିଶାଳ କର୍ପୋରେଟ୍ ଜଗତକୁ ନିଜ ନିୟନ୍ତ୍ରଣରେ ରଖିଥିବା ଏହି ମହିଳା ଏକ ସମୟରେ ୫୦ ଡଲାର ବ୍ୟୟରେ କ୍ରୟ କରିଥିବା ବିଜନେସ୍‌ ସୁଟ ଫିଟ୍‌ ନହେବାରୁ କିପରି ବ୍ୟଥିତ ହୋଇପଡିଥିଲେ ତାର ବର୍ଣ୍ଣନା ରହିଛି। 

ବିଶ୍ୱର ଏହି ପ୍ରଭାବଶାଳୀ ମହିଳାଙ୍କ କ୍ୟାରିୟର ଯାତ୍ରାର ବିବରଣୀ ସହ ତାଙ୍କ କାର୍ଯ୍ୟ, ପରିବାର ଓ ଆମ ଭବିଷ୍ୟତ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଶିକ୍ଷା ସମାପ୍ତି ପରେ ଚାକିରୀ ଲାଗି ସାକ୍ଷାତକାର ନିମନ୍ତେ  ନିଜ ପାଇଁ ପୋଷାକ କିଣିନଥିଲେ ନୋଇ। ଏ ବାବଦେ ମନେପଡିବା ବେଳକୁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟରେ ନିଜ ଲାଗି କ୍ରୟ କରିଥିବା ପୋଷାକଟି କିପରି ଉପହସିତ କରିଥିଲା ସେ ନେଇ ଉଲ୍ଲେଖ କରିଛନ୍ତି। ତେବେ ପୋଷାକ ପରିପାଟି ନୁହେଁ ଶିକ୍ଷା ସହ ଦକ୍ଷତା ହିଁ ଯୋଗ୍ୟତାର ମାପକାଠି ବୋଲି ସେ ପ୍ରଥମ ଥର ଜାଣିବାକୁ ପାଇଥିଲେ।  

ପୁସ୍ତକରେ ସେ ଲେଖିଛନ୍ତି ଯେ ବାଛିଥିବା ପୋଷାକଟି ଯଦିଓ ସୁନ୍ଦର ଥିଲା ହେଲେ ତାଙ୍କ ଶରୀରକୁ ଫିଟ୍ ହେଉନଥିଲା। ଏଣୁ ତାଙ୍କର ପ୍ରଥମ ସାକ୍ଷାତକାର ଯଦିଓ ସଫଳ ଥିଲା ତାଙ୍କ ପୋଷାକ ଓ ସାଣ୍ଡାଲ ଲାଗି ସେ ଅପମାନିକ ବୋଧ କରିଥିଲେ।  ନୋଇ ଲେଖିଛନ୍ତି ଶୀତ ଅବକାଶର କିଛି ସମୟ ପରେ ଗ୍ରୀଷ୍ମକାଳୀନ ଚାକିରୀର ସନ୍ଧାନ ଆରମ୍ଭ ହୋଇଯାଇଥାଏ। ଜଣେ ଭଲ ଛାତ୍ରୀ ହୋଇଥିବାରୁ ମୋର ଅଧ୍ୟାପକମାନେ ମଧ୍ୟ ମୋ ଲାଗି ସୁପାରିଶ କରିବା ଲାଗି ପ୍ରସ୍ତୁତ ଥିଲେ। ସେତେବେଳେ ଆମେରିକା କର୍ପୋରେଟ ଯାହା ଚାହୁଁଥିଲେ ସେ ସବୁ ମୋ ଭିତରେ ଭରି ରହିଥିବା ଅଧ୍ୟାପକମାନେ ଭାବୁଥିଲେ ଓ ତାହା ହେଉଛି ବୈଶ୍ୱିକ ଦୃଷ୍ଟିକୋଣ। ୟେଲ୍‌କୁ କମ୍ପାନୀମାନେ ଆସିବାର ଥିଲା ଓ ସେଥିଲାଗି ମୋତେ ପ୍ରସ୍ତୁତ ହେବାର ଥିଲା।

ତେବେ ମୋର ଯାହା ଚିନ୍ତା ଥିଲା ତାହା ହେଉଛି ବିଜନେସ୍‌ ସୁଟ୍‌, ଯାହା ମୋପାଖରେ ନଥିଲା। ଏଣୁ ବିଜନେସ୍‌ ସୁଟ୍‌ ଟିଏ କିଣିବା ଲାଗି ମୋର ସଞ୍ଚୟ ସାଉଣ୍ଟି ଥିଲି। ମୋ ପାଖରେ ମୋଟ ୫୦ ଡଲାର ସମ୍ଭବ ହେଉଥିଲା।  ସେତକ ସହ ‘କ୍ରେଜ୍‌’ରେ ପହଞ୍ଚି ମୋ ଲାଗି ଏକ ଗାଢ ନିଳ ରଙ୍ଗର ଦୁଇଟି ବଟନ ଥିବା ଜ୍ୟାକେଟର ପଲିଷ୍ଟର ପୋଷାକ ସହ ମେଳ କରି ସ୍ଲାକ୍ସ ବାଛିଥିଲି। ହେଲେ ବାଛିଥିବା ପୋଷାକ ମୋତେ ଫିଟିଙ୍ଗ ହେଉଛି କି ନା ତାହା ଦେଖିବା ଲାଗି ସେଠାରେ ଟ୍ରାଏଲ ରୁମ ନଥିଲା। ଡ୍ରପ ପଛପଟେ ନୂଆ ପୋଷାକ ଟ୍ରାଏଲ କରିବା ଲାଗି ଅସହଜ ଅନୁଭବ କରିଥିଲି।

ତେବେ ପରଖିବା ଲାଗି ଆଇନା ଆଗରେ ପୋଷାକକୁ ଧରି କେମିତି ଦେଖା ଯାଉଛି ଦେଖିଥିଲି। ସ୍ଲାକ୍ସ ଠିକ୍‌ ଲାଗୁଥିଲା, ଜ୍ୟାକେଟ୍‌ ଟିକେ ଓସାରିଆ ମନେ ହେଉଥିଲା। ତେବେ ସେତେବେଳେ ମାଙ୍କ କଥା ମନେ ପଡିଥିଲା। ଯେତେବେଳେ ପୋଷାକ କ୍ରୟ କରିବୁ ଟିକେ ବଡ଼ ଦେଖି କିଣୁଥିବୁ ସେହି ଅନୁସାରେ ଶରୀର ମଧ୍ୟ ବଢିବ। ହେଲେ ସେତେବେଳେ ଭୁଲି ଯାଇଥିଲି ଯେ ମୁଁ ୨୪ ବର୍ଷର ହୋଇସାରିଛି ବୋଲି। ସବୁତିକ ସଞ୍ଚୟ ପୋଷାକ କିଣାରେ ଖର୍ଚ୍ଚ କରିଦେଇ ଆସିଲି।

ତେବେ କ୍ରେଜ ଛାଡିବା ପୂର୍ବରୁ ମୋର ଧ୍ୟାନ ଜୋତା ବିଭାଗ ଆଡକୁ ଯାଇଥିଲା। ହେଲେ ଜୋତା କିଣିବା ଲାଗି ଆଉ ପଇସା ନଥିଲା। ଭାବିଲି ପିନ୍ଧିଥିବା ଲୋଫର ଶୀତଦିନେ କିଣିଥିଲି ଚଳିଯିବନିକି। ଜୋତା ତ ଗୋଡରେ ରହିବ ଟେବୁଲ ତଳେ କିଏ ଦେଖୁଛି। ପୋଷାକ କିଣିବା ପରେ ଘରେ ଯାଇ ପରଖିବାକୁ ଭୁଲି ଯାଇଥିଲି। ସାକ୍ଷାତକାର ଦିନ ନୂଆ ପୋଷାକ କାଢି ପିନ୍ଧିବା ବେଳକୁ ବ୍ଲାଉଜ୍ ଫିଟ ହୋଇଥିଲା, ହେଲେ ଜ୍ୟାକେଟ୍‌ ଟି ଅସମ୍ଭବ ବଡ ଲାଗୁଥିଲା, ସ୍ଲାକ୍ସ ମଧ୍ୟ ଛୋଟ ଥିଲା। ତେବେ ସେତେବେଳେ ପୋଷାକ ଫେରାଇବାକୁ ଆଉ ପାଖରେ ସମୟ ନଥିଲା।

ସେଇ ପୋଷାକରେ ଏସଓଏମ ପ୍ରଶାସନିକ ଭବନରେ ପହଞ୍ଚିଥିଲି, ଯେଉଁଠି ମୋ ଭଳି ଅନେକ ଆଶାୟୀ ନିଯୁକ୍ତିଦାତାଙ୍କୁ ଭେଟିବା ଲାଗି କ୍ୟାରିୟର ଅଫିସରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ମୋର ଅନେକ ସହପାଠୀ ମଧ୍ୟ ଥିଲେ, ଯେଉଁମାନେ ବ୍ରୁକ୍ସ୍‌ ବ୍ରଦର୍ସ ସୁଟ୍‌, ସିଲ୍କ ସାର୍ଟ ଓ ଉଲେନ ସ୍କଟ ଓ ବ୍ଲେଜରରେ ବେଶ ଋଚିପୂର୍ଣ୍ଣ ଲାଗୁଥିଲେ। ସେଠାରେ ସମସ୍ତଙ୍କ ମଧ୍ୟରେ ମୁଁ ଏକା ଭିନ୍ନ ଦେଖାଯାଉଥିଲି, ମୋ ପ୍ରତି ସେମାନଙ୍କ ମନ୍ତବ୍ୟ ମଧ୍ୟ କାନରେ ପଡୁଥିଲା, ହେଲେ ସେସବୁ ପ୍ରତି ନଶୁଣିଲା ପରି ଆଚରଣ କରିଥିଲି।

ସେଦିନ କନେକ୍ଟି କଟ୍‌ କଙ୍ଗ୍ଲୋମେରେଟ୍ ଇଂସିଲକୋଙ୍କ କମ୍ପାନୀରେ ସାକ୍ଷାତକାର ଦେଇଥିଲି। ସାକ୍ଷାତକାର ବେଶ୍ ଭଲ ହୋଇଥିଲା। ହେଲେ ସେଠାରୁ ମୁଁ ଲଜ୍ଜିତ ହୋଇ ଫେରିଥିଲି। ସିଧା କ୍ୟାରିୟର ଡେଭଲପମେଣ୍ଟ ନିର୍ଦ୍ଦେଶକ ଜେନ୍ ମରିସନ୍‌ଙ୍କ କକ୍ଷରେ ପଡିଥିବା ସୋଫାରେ ଉପରେ ବଶି କାନ୍ଦିଥିଲି। ଜେନ୍‌ ଏହାକୁ  ଗୁରୁତର ସହ ଗ୍ରହଣ କରିଥିଲେ ଓ କାନ୍ଦିବାର କାରଣ ପଚାରିଥିଲେ। ଜବାବରେ ଦେଖନ୍ତୁ ମୁଁ  ସାକ୍ଷାତକାର ପାଇଁ କିପରି ପୋଷାକ ପିନ୍ଧି ଆସିଛି, ସମସ୍ତେ ମୋ ଉପରେ ହସୁଛନ୍ତି।

ଏଥିରେ ସେ ଟିକେ ସହଜ ହୋଇଥିଲେ ଓ ବୁଝାଇଥିଲେ ଏହି ସାକ୍ଷାତକାର ଯଦି ଭାରତରେ ହୋଇଥାନ୍ତା ତେବେ ତୁମେ କଣ ପିନ୍ଧିଥାନ୍ତ? ମୁଁ କହିଥିଲି ଶାଢୀ ! ତୁମେ ତୁମର ପରିଧାନ ପିନ୍ଧ, ତେଣିକି ସେମାନେ ତାଙ୍କ ପଦବୀ ଲାଗି ତୁମକୁ ଚୟନ ନ କଲେ ତାହା ସେମାନଙ୍କର କ୍ଷତି। ତୁମେ ତୁମ ଭଳି ରୁହ ବୋଲି କହିଥିଲେ। ତେବେ ସନ୍ଧ୍ୟାରେ ଇଂସିଲକୋ ଦୁଇଟି ଅଫର ଦେଇଥିଲେ। ଏଥିରୁ ଗୋଟିଏ ମୋ ଲାଗିଥିଲା। ଅର୍ଥାତ ସେମାନେ ମୋ ପୋଷାକ ନୁହେଁ ମୋତେ ତାଙ୍କ ପଦବୀ ନିମନ୍ତେ ମନୋନୀତ କରିଥିଲେ। ଆମେରିକା ମେରିଟୋକ୍ରେସୀର ଏହା ଏକ ଜୀବନ୍ତ ଉଦାହରଣ ଥିଲା। ଏଥିରୁ ମୋତେ ପ୍ରତୀତ ହୋଇଥିଲା ମୁଁ ଏବେ ଏକ ନୂଆ ପରିବେଶରେ ଅଛି। ପ୍ରସ୍ତାବ ସ୍ୱୀକାର କରିବା ଲାଗି ମୋତେ ୩ ସପ୍ତାହ ସମୟ ଦିଆଯାଇଥିଲା।

 ତେବେ ମୋ ଲାଗି ଏହାର ପରବର୍ତ୍ତୀ ସାକ୍ଷାତକାର ଏକ କନସଲ୍ଟିଂ ଫାର୍ମ ବୁଜ୍ ଆଲେନ୍‌ ହାମିଲ୍ଟନଙ୍କ ସହ ଧାର୍ଯ୍ୟ  ହୋଇଥିଲା। ସେତେବେଳେ କନସଲଟାନ୍ସୀ ଫାର୍ମରେ ଅଫର ପାଇବା ଅନେକଙ୍କ ଲାଗି ଆକାଙକ୍ଷିତ ଥିଲା। ମୋ ପାଖରେ ଚାକିରୀର ଏକ ପ୍ରସ୍ତାବ ମଧ୍ୟ ଥିଲା ଏଣୁ ଆଗାମୀ ସାକ୍ଷାତକାର ଲାଗି ମୁଁ ବେଶ ଉତ୍ସାହିତ ଥିଲି। ଯେଉଁଥିରେ ମୁଁ ସଫଳ ହୋଇପାରିବି ବୋଲି ମଧ୍ୟ ଆଶାୟୀ ଥିଲି।

ମୁଁ ଏଥର ପାରମ୍ପରିକ ଶାଢୀ ପିନ୍ଧି ସାକ୍ଷାତକାରକୁ ଯାଇଥିଲି। ବୁଜ୍ ଆଲେନଙ୍କ ଟେକ୍ସାସ ପାର୍ଟନର ମୋର ସାକ୍ଷାତକାର ନେଇଥିଲେ। ତାଙ୍କର ସାକ୍ଷାତକାରରେ ମୁଁ ବେଶ୍‌ ସହଜ ଥିଲି ମୋ ବେଶ ପୋଷାକକୁ ନେଇ କେହି ମୋତେ ବୁଲି ବୁଲି ଚାହୁଁନଥିଲେ କି ମୋ ବାବଦେ କେହି ମତମନ୍ତବ୍ୟ ବି ଦେଉ ନଥିଲେ। ତେବେ ଏହି ସାକ୍ଷାତକାର ବେଶ କଠିନ ଥିଲା। ବୁଜ୍ ଆଲେନ୍‌ଙ୍କ ଟେକ୍ସାସ ପାର୍ଟନର ସାକ୍ଷାତକାରରେ ତାଙ୍କର ସମସ୍ତ ବ୍ୟବସାୟୀକ କଳ କୌଶଳ ଉପଯୋଗ କରିଦେଇଥିଲେ। ଏଥିରୁ ସାକ୍ଷାତକାର ନେଉଥିବା ବ୍ୟକ୍ତି ମୋ ଯୋଗ୍ୟତା ଓ ଦକ୍ଷତାର ପରୀକ୍ଷା ନେଉଥିବା ମୁଁ ବୁଝି ଯାଇଥିଲି, ମୁଁ କଣ ପିନ୍ଧିଛି ବା ଦେଖା ଯାଉଛି ସେଥିପ୍ରତି ତାଙ୍କର ଧ୍ୟାନ ନଥିଲା।

ବୁଜ ଆଲେନ ଚିକାଗୋରେ ମୋତେ ଗ୍ରୀଷ୍ମ କାଳୀନ ଚାକିରୀ ଲାଗି ମନୋନୀତ କରିଥିଲେ। ଯେଉଁଠି ହାଭାର୍ଡ, ଷ୍ଟାନଫୋର୍ଡ, ନର୍ଥୱେଷ୍ଟର୍ଣ୍ଣ ଏପରିକି ଚିକାଗୋ ବିଶ୍ୱବିଦ୍ୟାଳୟଙ୍କ ଇଣ୍ଟର୍ଣ୍ଣମାନଙ୍କୁ ମୋ ସହ ନିଯୁକ୍ତ କରିଥିଲେ। ଏଠାରେ ଇଣ୍ଡିଆନାର ଏକ କମ୍ପାନୀଙ୍କ ଲାଗି ରଣନୀତି ପ୍ରସ୍ତୁତକରୁଥିବା ଟିମ୍‌ରେ ମୁଁ ଯୋଗଦେଇଥିଲି, ଯାହା  ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରୁଥିଲା। ପୁରୁଷମାନଙ୍କର ଏହି ଟିମ୍‌ ଏକ ଚମତ୍କାର ଟିମ୍‌ ଥିଲା, ଯେଉଁମାନେ ମୋତେ ସେମାନଙ୍କ ପ୍ରତ୍ୟେକ ଆଲୋଚନା, ପର୍ଯ୍ୟାଲୋଚନାରେ ସାମିଲ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ। ମୋତେ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଣିକି ମୁଁ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ସାଢୀ ପିନ୍ଧି ଯାଉଥିଲି ତେବେ କେବେବି କ୍ଲାଏଣ୍ଟଙ୍କ ସାମ୍ନାକୁ ଯାଇନଥିଲି।

ଥରେ କ୍ଲାଏଣ୍ଟ ମିଟିଂରେ ଯୋଗଦେବାକୁ ପଡିଥିଲା। ଏଥିରେ ମୋ ସହ ଥିବା ଲୋକଙ୍କୁ କିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ତାହା ବାସ୍ତବିକ ଅବର୍ଣ୍ଣନୀୟ। ତେବେ ପରିସ୍ଥିତିକୁ ମୁଁ ବୁଝିଯାଇଥିଲି ଓ ମୋତେ ସେଥିରୁ ଓହରାଇନେବାକୁ ବାଧ୍ୟ ହୋଇଥିଲି। ତେବେ ଏଥିଲାଗି ମୋତେ ବେଶି ମୂଲ୍ୟ ଦେବାକୁ ପଡିନଥିଲା। ଆମେରିକାରେ ଏକ କର୍ମଜୀବି ମହିଳା ଭାବେ ଏହପରି ସେତେବେଳକୁ ମୁଁ ମୋ ମାର୍ଗକୁ ଆସି ସାରିଥିବାରୁ ବେଶ ରୋମାଞ୍ଚିତ ଥିଲି ବୋଲି ଉଲ୍ଲେଖ କରିଛନ୍ତି ଇନ୍ଦିନରା ନୁଇ।

   Related Posts