ଇନ୍ଦିରା ହୃଦୟେଶଙ୍କ ପରଲୋକରେ ଶୋକର ଲହର, ଉତ୍ତରାଖଣ୍ଡ ବିଧାନସଭାରେ ଥିଲେ ବିରୋଧୀ ଦଳ ନେତ୍ରୀ

Published By : Prameya-News7 Bureau | June 13, 2021 IST

ଡେରାଡୁନ ୧୩।୬: ଉତ୍ତରାଖଣ୍ଡ ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ରବିବାର ପରଲୋକ ହୋଇଛି। ତାଙ୍କ ପରଲୋକ ଖବର ରାଜ୍ୟରେ ଶୋକ ଛାଇ ଯାଇଛି। ୭ ଏପ୍ରିଲ ୧୯୪୧ରେ ଜନ୍ମିତା ଇନ୍ଦିରା କଂଗ୍ରେସର ଜଣେ ଟାଣୁଆ ନେତ୍ରୀ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ମନ୍ତ୍ରୀମଣ୍ଡଳରେ ସଂସଦୀୟ, ଉଚ୍ଚଶିକ୍ଷା ଓ ଯୋଜନା ମନ୍ତ୍ରୀ ଥିଲେ।

{"id":465458,"width":835,"height":626,"sizeSlug":"large","linkDestination":"none"}

ଇନ୍ଦିରା  ୧୯୭୪ରେ ରାଜନୀତିକୁ ଆସିଥିଲେ। ୧୯୭୪-୮୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭା ପରିଷଦକୁ ନିର୍ବାଚିତ ହୋଇଥିଲେ। କେବେଳ ୧୯୮୦-୮୫କୁ ଛାଡି ଦେଲେ ୧୯୮୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଲଗାତାର ୪ଥର ଉତ୍ତର ପ୍ରଦେଶ ବିଧାନପରିଷଦକୁ ନିର୍ବାଚିତ ହୋଇଥିଲେ। ରାଜ୍ୟ ରାଜନୀତିରେ ସକ୍ରିୟ ଇନ୍ଦିରା ଉତ୍ତରାଖଣ୍ଡ ବିଧାନସଭା ଗଠିତ ହେବା ପରେ ୨୦୦୦-୨୦୦୨ ବିରୋଧୀ ଦଳ ନେତ୍ରୀ ଥିବା ବେଳେ ୨୦୦୨-୨୨୦୭ ବିଧାନସଭାରେ ନିର୍ମାଣ, ସଂସଦୀୟ ବ୍ୟାପାର, ରାଜ୍ୟ ସମ୍ପତ୍ତି, ସୂଚନା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଥିଲେ।

{"id":465459,"sizeSlug":"large","linkDestination":"none"}

ସେହିପରି ୨୦୧୨-୨୦୧୭ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଅର୍ଥ, ବାଣିଜ୍ୟ କର ମନ୍ତ୍ରୀ ଥିବା ବେଳେ ୨୦୧୭ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଥିଲେ। ଜଣେ ଅପରାଜୟୀ ଲୋକପ୍ରୀୟ ଜନନେତ୍ରୀ ଥିଲେ ଇନ୍ଦିରା। ତାଙ୍କ ପରୋଲକ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.