Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦ୍ବିତୀୟ ଥର ମା ହେଲେ ମହିଳାଙ୍କୁ ମିଳିବ ୬ ହଜାର ଟଙ୍କା : ‘ଇନ୍ଦିରା ଗାନ୍ଧୀ ମାତୃତ୍ବ ପୋଷଣ’ ଯୋଜନା

20/11/2020 at 7:37 PM

ରାଜସ୍ଥାନ ୨୦/୧୧ : ମହିଳାମାନଙ୍କ ପାଇଁ ଆଉ ଏକ ମାତୃତ୍ବ ଯୋଜନା ଆରମ୍ଭ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଏହି ଯୋଜନାରେ ଦ୍ୱିତୀୟ ଥର ପାଇଁ ମା ହେଉଥିବା ମହିଳାମାନଙ୍କୁ ୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଅଶୋକ ଗେହେଲଟ କହିଛନ୍ତି ସିଧାସଳଖ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ରାଶି ଦିଆଯିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକିରେ “ଇନ୍ଦିରା ଗାନ୍ଧୀ ମାତୃତ୍ବ ପୋଷଣ” ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଏହି ଯୋଜନା କେବଳ ପୁଷ୍ଟିହୀନତାର ମୁକାବିଲା କରିବାରେ ସହାୟକ ହେବା ସହିତ ପିଲାମାନଙ୍କ ସଠିକ୍ ବିକାଶ ପାଇଁ ଜଣେ ମାର ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ସେ ଏହି ଅବସରରେ କହିଛନ୍ତି । ଗେହେଲଟ କହିଛନ୍ତି ଯେ ଯଦି ଜଣେ ଗର୍ଭବତୀ ମହିଳା ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଆନ୍ତି ତେବେ ଶିଶୁ ମଧ୍ୟ ସୁସ୍ଥ ଜନ୍ମ ହେବ ।

ମାର୍ଚ୍ଚ ୧୩ରେ ରାଜ୍ୟ ବଜେଟରେ ଏହି ଯୋଜନା ଘୋଷଣା କରାଯାଇଥିଲା । ଗେହେଲଟ କହିଛନ୍ତି ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବା ନେଇ ପୁରା ବ୍ୟବସ୍ଥା କାର୍ଯ୍ୟ କରିବ । କେବଳ ସେତିକି ନୁହେଁ ଏହି ଯୋଜନାକୁ ଦେଶବ୍ୟାପି ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି ଅଶୋକ କହିଛନ୍ତି । ଏହା ଦ୍ବାରା ପ୍ରାୟ ୭୭ ହଜାର ମହିଳା ଉପକୃତ ହେବେ ଏବଂ ଏଥି ପାଇଁ  ୪୩ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ।

   Related Posts