ଟଂକା, ପଇସା , ଗହଣାଭଳି କଳାହାଣ୍ଡିରେ ଚୋରୀ ହେଉଛି ଇନ୍ଦିରା ଆବାସ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚୋରୀ କରିବାର କୌଶଳ

Published By : Prameya-News7 Bureau | December 28, 2018 IST

ଭବାନୀପାଟଣା ୨୮|୧୨: ବାସହୀନଙ୍କ ପାଇଁ ସରକାର ଇନ୍ଦିରା ଆବାସ ଯୋଜନା କରିଛନ୍ତି । ହେଲେ ସେଥିରେ ବି ଘୋଟାଲା । ଦୁର୍ଗମ ଆଦିବାସୀ ଇଲାକାରେ  ଗରିବ ଗୁରୁବାଙ୍କ ପାଇଁ ଉଦ୍ଦିଷ୍ଟ ଇନ୍ଦିରା ଆବାସ ଗୃହ ଚୋରି ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଥୁଆମୂଳ-ରାମପୁର  କାଠଘରା ଗାଁରୁ ଦେଖିବା ଆମର ଏଇ ରିପୋର୍ଟ ।

{"id":68162}

{"id":68163}

ଇନ୍ଦିରା ଆବାସ ଚୋରି ।ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଆମକୁ ମିଳିଥିବା ସରକାରୀ କାଗଜପତ୍ର  ଇନ୍ଦିରା ଆବାସ ଚୋରିକୁ ପ୍ରମାଣିତ କରୁଛି । କଳାହାଣ୍ଡି ଥୁଆମୂଳ-ରାମପୁର କାଠଘରା ଗାଁର  ଟିକେମଣୀ ମାଝୀ । ୨୦୧୪ରେ  ଟିକେମଣୀଙ୍କ ଘରକୁ ହାତୀ ଭାଙ୍ଗି ଦେଲା । ବନ ବିଭାଗର ସୁପାରିଶରେ ୨୦୧୪-୧୫ରେ  ଇନ୍ଦିରା ଆବାସ ଘର ମିଳିଲା ତାଙ୍କୁ ।୨୦୧୮ ମାର୍ଚ୍ଚରେ  ଘର ସଂପୂର୍ଣ୍ଣ ବୋଲି ସରକାରୀ  ଦସ୍ତାବିଜରେ ଉଲ୍ଲେଖ ଅଛି । ଗୁଣପୁର ପଞ୍ଚାୟତର ପ୍ରଗତି କାନ୍ଥରେ ଟିକେମଣୀଙ୍କ ନାଁ ମଧ୍ୟ ଉଲ୍ଲେଖ ଅଛି । ହେଲେ ଟିକେମଣୀଙ୍କୁ ଘର ମିଳିନି । ଏଥିପାଇଁ ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ  ଗୁହାରୀ କରି ନିରାଶ ହେଲେ ସେ । ବାଧ୍ୟ ହୋଇ ସ୍ଥାୟୀ ଲୋକ ଅଦାଲତରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି ।

{"id":68164}
{"id":68165}

 ଟିକେମଣୀଙ୍କ ଘର ଚୋରି ମାମଲାରେ ସୂଚନା ଅଧିକାର ଆଇନ ବଳରେ ହାସଲ ହୋଇଥିବା ତଥ୍ୟ ମୁଣ୍ଡ ଘାବରେଇ ଦେଲା ଭଳି  । ଟିକେମଣୀଙ୍କ ସ୍ବାମୀ ପାଟସାୟ ମାଝୀଙ୍କ ନାଁରେ ଜାଲ ବ୍ୟାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଣ ହୋଇଛି । ଏଇଥିରୁ ବୁଝା ପଡ଼ୁଛି କେମିତି ବ୍ଲକରୁ  ବ୍ୟାଙ୍କ ଯାଏଁ ଏକ ଚେନ୍‌ କାମ କରୁଛି ଇନ୍ଦିରା ଆବାସ ଚୋରି ପାଇଁ ।

{"id":68166}

ସେପଟେ ଅନେକ  ଘର କାଗଜ ପତ୍ରରେ ସଂପୂର୍ଣ୍ଣ ଦର୍ଶାଯାଇଥିବା ବେଳେ ହିତାଧିକାରୀ କିନ୍ତୁ ଟଙ୍କା ପାଇନାହାଁନ୍ତି । ଧାର କରଜ କରି ଘର କରିବାକୁ ୨-୩ ବର୍ଷ ବିତିଲାଣି । ହେଲେ ଟଙ୍କାର ଦେଖା ନାହିଁ । ଏସବୁର ତଦନ୍ତ ହେଲେ  ଟଙ୍କା ଉଠାଣ ହୋଇଛି କି ନାହିଁ ସେ କଥା ମଧ୍ୟ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.