ଆନ୍ଦିରା ଆବାସ ଟଙ୍କା କେମିତି ହେଉଛି ହଡପ ଜାଣନ୍ତୁ: କଳାହାଣ୍ଡିରେ ୩ ହିତାଧିକାରୀ ଦେଲେ ଜିଆରଏସଙ୍କ ବିରୋଧରେ ଏତଲା

Published By : Prameya-News7 Bureau | January 15, 2019 IST

ଭବାନୀପାଟଣା ୧୫|୧: ସରକାରଙ୍କ ଇନ୍ଦିରା ଆବାସ ଯୋଜନା ବାଟବଣା । ଗ୍ରାମ ରୋଜଗାର ସେବକ, ଘର ନିର୍ମାଣ କରିଦେବାର ଆଳ ଦେଖାଇ  ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୁର ମେଦେନୀପୁର ପଞ୍ଚାୟତରୁ ଆସିଛି ଏଭଳି ଆଭିଯୋଗ । ଅଭିଯୋଗର ଦୁଇ ବର୍ଷ ପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ହିତାଧିକାରୀ ।…

{"id":74346}

ନିର୍ମାଣ ହେବ ସ୍ବପ୍ନର ଘର । ଝାଟିମାଟି ଘର ଛାଡି ପାଇବେ ଇନ୍ଦିରା ଆବାସ । ଏମିତି କିଛି ସ୍ବପ୍ନ ଦେଖିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମେଦିନିପୁର ଗ୍ରାମ ପଞ୍ଚାୟତ ବାସିନ୍ଦା । ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଗରିବଙ୍କ ନାଁରେ  ଇନ୍ଦିରା ଆବାସ ଗୃହ 2014-15 ରୁ ଆନୁମୋଦନ ହୋଇଥିଲା । ଏ ନେଇ ପ୍ରଥମ ଓ ଦ୍ବିତୀୟ କିସ୍ତିରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ପୈଠ ହୋଇଛି । ହେଲେ ନିର୍ମାଣ ହୋଇନି ଗୃହ । କେଉଁଠି କେବଳ ମାଟି ଖୋଳା ହୋଇଛି ତ ଆଉ କେଉଁଠି କେବଳ କାନ୍ଥ ନିର୍ମାଣ ହୋଇଛି । ଇନ୍ଦିରା ଆବାସ ଗୃହ ତଦାରଖ ଦାୟିତ୍ବରେ ଥିବା ପଞ୍ଚାୟତ ଜିଆରଏସ ଗୃହ ନିର୍ମ।ଣ କରିବାକୁ ଚାପ ପ୍ରୟୋଗ କରି ଟଙ୍କା ହଡପ କରି ଧରା  ଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । 

{"id":74347}

ଏ ନେଇ ହିତାଧିକାରୀ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ଯାଏ ସମସ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ କେହି ଶୁଣୁନାହାନ୍ତି । ନୟାନ୍ତ ହୋଇପଡିଥିବା ୩ ହିତାଧିକାରୀ ଏବେ ଭବାନୀପାଟଣା ସଦରଥାନାରେ ପଞ୍ଚାୟତ ଜିଆରଏସ ବିରୋଧରେ ଏତଲା ଦାୟର କରିଛନ୍ତି । ଅପରପକ୍ଷରେ ହିତାଧିକାରୀ ଓ ଜିଆରଏସ ବୁଝାମଣାକୁ ସରକାରୀ ତ୍ରୃଟି ବୋଲି ମାନିବାକୁ ନାରାଜ ବ୍ଲକ ବିଡିଓ ।  

{"id":74348}

ବିନା ଘର ଫାଉଣ୍ଡେସନରେ କିପରି ହିତାଧିକାରୀଙ୍କ ଦ୍ବିତୀୟ କିସ୍ତି ଉଠାଣ ହେଲା । ଟଙ୍କା ହଡପ ଅଭିଯୋଗ ସତ୍ତ୍ବେ ସଂମ୍ପୃକ୍ତ ଜିଆରଏସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ବ୍ଲକ କର୍ତ୍ତୃପକ୍ଷଙ୍କ ଭୂମିକା ଉପେର ପ୍ରଶ୍ନ ଚିହ୍ନ ଲଗାଇଛି । 

{"id":74349}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.