ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି ଅଭିଯୋଗ

Published By : Prameya-News7 Bureau | November 03, 2019 IST

ଭୁବନେଶ୍ୱର ୦୩।୧୧ -ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତିର ଗୋଟିଏ ପରେ ଗୋଟିଏ ଖିଅ ଲମ୍ବିବାରେ ଲାଗିଛି। କଟକ ସଦର ବ୍ଲକ ଯଶପଡା ପଞ୍ଚାୟତରେ ଆବାସ ଯୋଜନାରେ ହେରଫେର ହୋଇଥିବା ଅଭିଯୋଗ ଆଣିଛି ବିଜେପି ।

 ପଞ୍ଚାୟତ ସମିତି ସଭ୍ୟ ଚିତ୍ତରଞ୍ଜନ ବେହେରାଙ୍କ କୋଠାଘର ଥାଇ ତାଙ୍କ ବାପାଙ୍କ ନାଁରେ ପୂର୍ବରୁ ଇନ୍ଦିରା ଆବାସ ଘର ଥିବାବେଳେ ଏବେ ପୁଣି ଥରେ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ବେହେରା  ଓ ତାଙ୍କ ସାନ ଭାଇ ତ୍ରିଲୋଚନ ବେହେରାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଁ ଜିଏ ଟ୍ୟାଗିଙ୍ଗ ହେବା ନେଇ ଅଭିଯୋଗ କରିଛି ବିଜେପି।

{"id":178804}

ଏମିତିକି ତାଲିକାର ୩୪ ନମ୍ବର ସିରିଏଲରେ ଗୀତାଞ୍ଜଳି ଓ ୯୩ ନମ୍ବରରେ ତ୍ରିଲୋଚନଙ୍କ ନାଁ ଥିବା କହିଛି ବିଜେପି। ରାଜ୍ୟରେ ଫୋନି କ୍ଷତିଗ୍ରସ୍ତଙ୍କ ଲାଗି  ୩ ଲକ୍ଷ ୮୯ ହଜାର ଘର ଦେବାକୁ କେନ୍ଦ୍ର ରାଜି ହୋଇଥିବା ସରକାର ଚିଠି ଲେଖିଥିବା ଏହି ସଂଖ୍ୟା ପରେ ୧୨ ଲକ୍ଷ ୭୫ ହଜାର ହେଲା କେମିତି ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଏହି ପ୍ରସଙ୍ଗରେ ଦଳ ମାହାଙ୍ଗାର ୧୪ ଶହ ୭୧ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ଲୋକଙ୍କୁ ପୁଣିଥରେ ଫୋନି ସହାୟତା ଦିଆଯାଇଛି ବୋଲି ଏସଆରସିଙ୍କୁ ଭେଟି ଅଭିଯୋଗ କରିସାରିଥିବା ବେଳେ ଏହାର ଜବାବ ରଖିଛି ବିଜେଡି। ବିଜେଡି ସାସଂଦ ତଥା  ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର  ରାଜ୍ୟ ବିଜେପି ପାଖର ପ୍ରସଂଗ ନାହିଁ ବୋଲି କହିଛନ୍ତି । ବିଜେପି କପୋଳକଳ୍ପିତ ଭାବେ ଏପରି ପ୍ରସଙ୍ଗ ଆଣି ବିଫଳ ହେଉଥିବା କଥା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.