Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଇନ୍ଦିରା ଆବାସରେ କେମିତି ହେଉଛି ଲାଂଚ କାରବାର ଆଉ ଲାଂଚ ନଦେଲେ ହିତାଧିକାରୀ ହେଉଛି ହନ୍ତସନ୍ତ ପଢନ୍ତୁ କନ୍ଧମାଳରୁ ଏହି ରିପୋର୍ଟ

8/01/2019 at 4:46 PM

ଫୁଲବାଣୀ୮|୧: ଗରିବ, ବାସହୀନ ମୁଣ୍ଡ ଗୁଞ୍ଜିବେ ବୋଲି ସରକାର ଯୋଜନା ପରେ ଯୋଜନା ଲମ୍ବେଇ ଚାଲିଛନ୍ତି  । ହେଲେ ଯିଏ ପ୍ରକୃତ ହିତାଧିକାରୀ ସତରେ କଣ ସିଏ ଉପକୃତ ହୁଏ ? ୱାର୍କ ଅର୍ଡର ମିଳୁଛି । କିନ୍ତୁ ଦୌଡ଼ି ଦୌଡ଼ି ବି ଘର ପାଇଁ ବାକି କିସ୍ତି ଅର୍ଥ ମିଳୁନି । ଘର ଅଧପନ୍ତରିଆ ହୋଇ ପଡୁଛି । ଏପରିକି ହିତାଧିକାରୀଙ୍କୁ ଲାଞ୍ଚ ମାଗୁଛନ୍ତି ବ୍ଲକ କର୍ମଚାରୀ  । କନ୍ଧମାଳ ଦାରିଙ୍ଗିବାଡ଼ିରୁ ଦେଖିବା ଏଇ ରିପୋର୍ଟ ।

କନ୍ଧମାଳ ଦାରିଙ୍ଗିବାଡ଼ି ସାରିଙ୍ଗିରିପି ଗାଁର ରମେଶ ନାୟକ । ଦିନ ମଜୁରିଆ ଭାବେ ଖଟିଲେ ପେଟ ପୋଷନ୍ତି । ସରକାରୀ ଯୋଜନାରେ ଘର ପାଇଁ ଦୌଡ଼ି ଦୌଡ଼ି ଚପଲ ଘୋରି ହେବା ପରେ ଇନ୍ଦିରା ଆବାସର କାର୍ଯ୍ୟାଦେଶ ମିଳିଲା । ମାସେ ଭିତରେ ଫାଉଣ୍ଡେସନ କାମ ସାରିବା ପରେ  ପ୍ରଥମ କିସ୍ତି ଟଙ୍କା ବି ମିଳିଲା ।ଏହାପରେ  ଛାତ ଲେବୁଲ୍ ଯାଏଁ କାମ ସାରିଦେଲେ ରମେଶ । ଦ୍ବିତୀୟ କିସ୍ତି ଅର୍ଥ ପାଇଁ ବ୍ଲକକୁ ଯିବାରୁ ଆଜି ଆସ, କାଲି ଆସ କହି ଫେରାଇଲେ । ହାତ ଗୁଞ୍ଜା ବି ମାଗିଲେ । ହେଲେ ଲାଞ୍ଚ ଦେବାକୁ ତାଙ୍କ ପାଖରେ ଅର୍ଥ ନଥିବାରୁ ତାଙ୍କୁ ଆଉ କିସ୍ତି ଟଙ୍କା ମିଳିଲାନି । ତେଣୁ ୪-୫ ବର୍ଷ ହେଲା ଘର କାମ ଅଧପନ୍ତରିଆ ହୋଇପଡ଼ିଛି । ଅଭିଯୋଗ କଲେ ଶୁଣୁଛି କିଏ ?

କେବଳ ରମେଶ ନୁହଁନ୍ତି । ବହୁ ଗରିବ ହିତାଧିକାରୀ ସମାନ ସମସ୍ୟା ଭୋଗୁଛନ୍ତି ।  ସମସ୍ତଙ୍କର ଘର ଅଧା ତିଆରି ହେଇ ପଡ଼ିଛି । ଆଉ ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି  ହିତାଧିକାରୀ । ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ନଦେଲେ କାମ ହେଉନି  । ଜିଲ୍ଲାରେ ଏବେ ୫ ହଜାର ୪୨୧ ଘର ଅସଂପୂର୍ଣ୍ଣ ହେଇ ପଡ଼ିରହିଥିବା ଜଣାପଡ଼ିଛି ।

ଯୋଜନା ହିତାଧିକାରୀଙ୍କ ହିତରେ ନାଁ ସରକାରୀ କର୍ମଚାରୀଙ୍କ ଲାଞ୍ଚ ପାଇଁ ? କେବେ ବାକି ଅର୍ଥ ମିଳିବ ଆଉ ଛାତ ତଳେ ମୁଣ୍ଡୁ ଗୁଞ୍ଜିବେ ଗରିବଗୁରୁବା ତାକୁ ଏବେ ଅପେକ୍ଷା ….

   Related Posts