ଭାରତ-ପାକ୍ ଯୁଦ୍ଧ ହେଲେ ମରିବେ ୧୦ କୋଟି ଲୋକ, ସାରା ବିଶ୍ୱରେ ଦେଖାଦେବ ଗୁରୁତର ଖାଦ୍ୟ ସଂକଟ: ସାଇନ୍ସ ଜର୍ଣ୍ଣାଲ ରିପୋର୍ଟ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮। ୩: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଅସନ୍ତୋଷର ସ୍ଥାୟୀ ସମାଧାନ ନିତ୍ୟାନ୍ତ ଜରୁରି। ନଚେତ ଦୁଇ ଦେଶଙ୍କ  ଅଶାନ୍ତିର ପରିଣାମ ଦିନେ ନା ଦିନେ ସାରା ବିଶ୍ୱକୁ ଭୋଗିବାକୁ ପଡିବ। ଆମେରିକୀୟ ସାଇନ୍ସ ଜର୍ଣ୍ଣାଲ ‘ପ୍ରୋସିଡିଂସ ଅଫ ଦି ନ୍ୟାସନାଲ ଆକାଡେମୀ ଅଫ ସାଇନ୍ସେସ୍ ’ (ପିଏନଏଏସ୍) ଏହା ସତର୍କ କରାଇଦେଇଛନ୍ତି। ଉଭୟ ଦେଶ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ଲାଗି ମୁହାଁ ମୁହିଁ ଅବସ୍ଥାରେ ରହୁଛନ୍ତି। ଏଣୁ ଦୁଇ ଦେଶଙ୍କ ମଧ୍ୟରେ ଦିନେ ନା ଦିନେ ଯୁଦ୍ଧ ନିଶ୍ଚିତ ବୋଲି ପିଏନଏଏସ୍‌ରେ ପ୍ରକାଶିତ ରିପୋର୍ଟରେ ଆଶଙ୍କା କରାଯାଇଛି। ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧହୁଏ ତେବେ ରିପୋର୍ଟ ଅନୁସାରେ ଆସନ୍ତୁ ଜାଣିବା କ’ଣ ହେବ?     

{"id":240430,"width":581,"height":325,"sizeSlug":"large"}

ରିପୋର୍ଟ ଅନୁସାରେ ଭାରତ ଓ ପାକ୍ ମଧ୍ୟରେ ଯୁଦ୍ଧ ହେବା ଏକପ୍ରକାର ନିଶ୍ଚିତ। ଉଭୟ ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର। ଏଣୁ ଏଥିଲାଗି ସେମାନେ ଦୀର୍ଘବର୍ଷ ଧରି ପ୍ରସ୍ତୁତି ବି କରିଆସୁଛନ୍ତି। ସେମାନଙ୍କ ପାଖରେ ମହଜୁଦ ପରମାଣୁ ଅସ୍ତ୍ରଶସ୍ତ୍ରର ଯଦି ୧ ପ୍ରତିଶତ ବି ପରସ୍ପର ବିରୋଧରେ ଉପଯୋଗ କରନ୍ତି ତେବେ ଏହାର ପରିଣାମ ସେମାନଙ୍କ ସହ ବାକି ବିଶ୍ୱକୁ ବି ଭୋଗିବାକୁ ପଡିବ। 

{"id":240431,"sizeSlug":"large"}

ଯଦି ଯୁଦ୍ଧରେ ପରମାଣୁ ଅସ୍ତ୍ରର ଉପଯୋଗ ହେଲା ସଙ୍ଗେ ସଙ୍ଗେ ଉଭୟ ଦେଶର ୧୦ କୋଟି ଲୋକଙ୍କ ମୃତ୍ୟୁ ନିଶ୍ଚିତ।  ଅନ୍ୟପକ୍ଷରେ ପ୍ରାୟ ୧ ଦଶନ୍ଧୀ ଧରି ସମଗ୍ର ବିଶ୍ୱ ଗୁରୁତର ଖାଦ୍ୟ ସଙ୍କଟ ମଧ୍ୟକୁ ଠେଲିହୋଇଯିବ । ଯାହା ଭାରତ ଓ ପାକିସ୍ତାନ ଯୁଦ୍ଧର ବିଭିଷିକାକୁ ବି ବଳେଇଯିବ। ଖାଦ୍ୟ ଲାଗି ସାରା ବିଶ୍ୱରେ କୋଟି କୋଟି ଲୋକ ଛଟପଟ ହୋଇ ମରିବାକୁ ବାଧ୍ୟ ହେବେ। ଯାହା ଆଧୁନିକ ବିଶ୍ୱର ସବୁଠୁ ବଡ ଖାଦ୍ୟ ସଂକଟ ପ୍ରମାଣିତ ହେବ।

{"id":240432,"sizeSlug":"large"}

ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ଓ ପାକିସ୍ତାନର ପରମାଣୁ ଯୁଦ୍ଧ  ହେଲେ ସୂର୍ଯ୍ୟଙ୍କ ତାପମାତ୍ରା ହ୍ରାସ ହେବ। ଫଳରେ ବିଶ୍ୱର ତାପମାତ୍ରା ହ୍ରାସ ସହ ବର୍ଷା ମଧ୍ୟ ପ୍ରଭାବିତ ହେବ। ଯାହାର ଗୁରୁତର ପ୍ରଭାବ ବିଭିନ୍ନ ଫସଲ ଉପରେ ପଡିବ। ବିଶ୍ୱର ଫସଲ ଉତ୍ପାଦନ ପରିମାଣ ୧୨ ପ୍ରତିଶତ ହ୍ରାସ ହେବ। ଇତିହାସରେ ମରୁଡି ଯୋଗୁ ଅତୀତରେ ଉପୁଜିଥିବା ସବୁ ପରିସ୍ଥିତିକୁ ବଳେଇ ଯିବ ବୋଲି ଜର୍ଣ୍ଣାଲରେ ସତର୍କ କରାଯାଇଛି। 

{"id":240447,"sizeSlug":"large"}

ରଟଗର୍ସ ୟୁନିଭର୍ସିଟି ନ୍ୟୁ ବ୍ରେସବେନର ଗବେଷକଙ୍କ ଆକଳନ ଅନୁସାରେ ଏକବିଂଶ ଶତାବ୍ଦୀର ବିଶ୍ୱଲାଗି ଭାରତ ଓ ପାକ୍ ସବୁଠୁ ବଡ ଆହ୍ୱାନ। ଏମାନଙ୍କୁ କୌଣସି ପ୍ରକାରର ଯୁଦ୍ଧରୁ ନିବୃତ୍ତ ରଖାଯିବା ନିହାତି ଆବଶ୍ୟକ। ଯଦି ଏହା ନ ହୁଏ ତେବେ କେବଳ ଏହି ଦୁଇ ଦେଶଙ୍କ ଯୋଗୁ ମାନବଜନିତ  ଜଳବାୟୁ ପରିବର୍ତ୍ତନର ଯେଉଁ ପରିସ୍ଥିତି ଉପୁଜିବ ତାହା ଏକବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ବିଶ୍ୱକୁ ଭୋଗିବାକୁ ପଡିବ।

{"id":240455,"sizeSlug":"large"}

ଏଣୁ ଏହି ଅଧ୍ୟାୟନରେ ସାମିଲ ବୈଜ୍ଞାନିକ ପ୍ରଫେସର ଏଲେନ ରୋବୋକ୍ ଏବେଠୁ ଏହି ଦୁଇ ଦେଶଙ୍କ ପରମାଣୁ ନିରସ୍ତ୍ରିକରଣ ଜରୁରି ବୋଲି କହିଛନ୍ତି। ଯଦି ଏହା କରା ନଯାଏ ତେବେ ସେମାନେ ରଖିଥିବା ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ହେବା ନିଶ୍ଚିତ ଓ ବିଶ୍ୱଲାଗି ସଂକଟ ମଧ୍ୟ ନିଶ୍ଚିତ ବୋଲି ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.