Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାଟନାରେ ଇଣ୍ଡିଗୋ ଷ୍ଟେସନ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ପୋଲିସ ମହଲରେ ଚାଞ୍ଚଲ୍ୟ

12/01/2021 at 9:47 PM

ପାଟନା ୧୨।୦୧: ବିହାରରେ ଅପରାଧୀ ପୁଣି ଥରେ ବଡ ଘଟଣା  ଘଟାଇଛନ୍ତି। ରାଜଧାନୀ ପାଟନାରେ ମଙ୍ଗଳବାର ସନ୍ଧ୍ୟାରେ ବିମାନ ବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟରତ ଷ୍ଟେସନ ମ୍ୟାନେଜର ରୂପେଶ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ରୂପେଶ ପାଟନା ବିମାନ ବନ୍ଦରରେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ କାରରେ ନିଜ ଘରକୁ ଫେରୁଥିଲେ। ତାଙ୍କ ଆପାର୍ମମେଣ୍ଟ ସାମ୍ନାରେ ହିଁ ବାଇକ୍‌ରେ ଆସି ଦୁଇ ଜଣ ଦୁର୍ବୃତ୍ତ ରୂପେଶଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ସେହି ସମୟରେ ଆପାର୍ଟମେଣ୍ଟର ଗାର୍ଡ ଉପସ୍ଥିତ ନଥିଲେ। ଗୁଳିର ଶବ୍ଦ ଶୁଣି  ଆଖପାଖର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ହତ୍ୟାକାଣ୍ଡ ପରେ ପୋଲିସ ପ୍ରଶାସନରେ ଚହଳ ପଡି ଯାଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି।  ହତ୍ୟା ପଛର କାରଣ ଜଣା ପଡିନାହିଁ। ଲୋକଙ୍କ ଜୀବନଙ୍କ ସୁରକ୍ଷାକୁ ନେଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଘଟଣାର ସୂଚନା ମିଳିବା ମାତ୍ରେ ପାଟନା ପୋଲିସ ଛାନବିନରେ ଜୁଟି ଯାଇଛି।

ଆପାର୍ଟମେଣ୍ଟର ଫ୍ଲାଟ୍ ସଂଖ୍ୟା ୩୦୩ରେ ରୂପେଶଙ୍କ ପରିବାର ଲୋକ ରହୁଛନ୍ତି। ଘଟଣା ପରେ ପତ୍ନୀଙ୍କ ଅବସ୍ଥା ବେହାଲ ହୋଇ ପଡିଛି। ଘଟଣାସ୍ଥଳରେ ଏସଏସପି ଉପେନ୍ଦ୍ର ଶର୍ମା ଓ ସିଟି ଏସପି ବିନୟ ତିଓ୍ଵାରୀଙ୍କ ସହିତ ଅନେକ ଥାନାର ପୋଲିସ ପହଞ୍ଚି ଯାଇଛି।

   Related Posts