ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ଭରିଲା ନାହିଁ ଇଣ୍ଡିଗୋ, ଅସୁବିଧାରେ ସମ୍ମୁଖୀନ ହେଲେ ଯାତ୍ରୀ, ଡିଜିସିଏ ନିର୍ଦେଶ ଦେଲେ ଏମିତି
4/11/2019 at 4:02 PM

ନୂଆଦିଲ୍ଲୀ୪/୧୧: ନଭେମ୍ବର ୪ ତାରିଖ ଅର୍ଥାତ ଆଜି ସକାଳୁ ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରିବା ଲାଗି ଟିକେଟ କାଟିଥିବା ଯାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ ବିମାନର ନେଟଓ୍ବାର୍କରେ ଅସୁବିଧା ଥିବାରୁ ଉଡ଼ାଣ ଭରି ନାହିଁ। ଯାହାଫଳରେ ଯାତ୍ରୀ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରି ନାହାନ୍ତି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନେଟଓ୍ବାର୍କ ସମସ୍ୟା କାରଣ ଯୋଗୁଁ କମ୍ପାନୀ ସିଷ୍ଟମ ଡାଉନ ରହିଛି। ଯେଉଁ କାରଣରୁ ଏୟାରପୋର୍ଟର ସେବାରେ ଅସୁବିଧାରେ ଦେଖାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଉଥିବାରୁ ଅନ୍ୟ ଏୟାରଲାଇନ୍ସ ଟିକେଟ କାଉଣ୍ଟରେ ଲମ୍ବା ଲାଇନ ଲାଗିଛି।
ନିକଟରେ ଇଣ୍ଡିଗୋର A320 Neo ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏଥିଲାଗି ବିମାନ ରେଗୁଲେଟର ଡିଜିସିଏ(Directorate General of Civil Aviation) ବିମାନ ଛିଡ଼ା କରିବାକୁ ଆଦେଶ ଦେଇଥିଲେ। ଏକ ସପ୍ତାହରେ ଚାରିଥର ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତୃଟି ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ଅକ୍ଟୋବର ୨୪ରୁ ୨୬ ତାରିଖ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ତିନୋଟି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଅକ୍ଟୋବର ମାସ ଶେଷ ସୁଧା ଇଞ୍ଜିନ ପରିବର୍ତ୍ତନ କରିବା ଲାଗି ଗୋ ଏୟାର ଓ ଇଣ୍ଡିଗୋ ଏୟାରଲାଇନସ୍କୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ କେହି ଡିଜିସିଏଙ୍କ ନିର୍ଦେଶ ପାଳନ କରି ନଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ସବୁ ଏ୩୨୦ ନିଓ ବିମାନରୁ ପି ଆଣ୍ଡ ଡବ୍ଲୁ ଇଂଜିନ ହଟାଇ ଦେବା ପାଇଁ ଡିଜିସିଏ ପୁଣି ନିର୍ଦେଶ ଦେଇଛନ୍ତି।