ଲାଣ୍ଡିଂ ବେଳେ ଫାଟିଗଲା ବିମାନ ଚକା, ଭୟରେ କମ୍ପୁଥିଲେ ଯାତ୍ରୀ, ତାପରେ...

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ, ୧୫।୬: କନୁର ଠାରୁ କର୍ଣ୍ଣାଟକ ଯାଉଥିବା ଇଣ୍ଡିଗୋ ବିମାନରେ ଥିବା ଯାତ୍ରୀ ଏକ ପ୍ରକାର ଥରହର ହୋଇଯାଇଛନ୍ତି l କର୍ଣ୍ଣାଟକର ହୁବଳୀ ଏୟାରପୋର୍ଟରେ ସୋମବାର ସନ୍ଧ୍ୟାରେ ଲାଣ୍ଡିଙ୍ଗ କରୁଥିବା ସମୟରେ ଏକ ବିମାନର ଚକା ଫାଟି ଯାଇଥିଲା l ଯାହାକୁ ନେଇ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା l

ମଙ୍ଗଳବାର ଏନେଇ ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି l ଏୟାରଲାଇନ୍ସ କତୃପକ୍ଷ କହିଛନ୍ତି ଯେ ଏୟାରକ୍ରାଫ୍ଟକୁ ମେଣ୍ଟେନାନ୍ସ ଯାଞ୍ଚ ପାଇଁ ନିଆଯାଇଛି l ଇଣ୍ଡିଗୋ 6e-7979 ବିମାନ କନୁର ଠାରୁ ହୁବେଳୀ ଅଞ୍ଚଳକୁ ଯାଉଥିଲା l ସୋମବାର ସନ୍ଧ୍ୟାରେ ଲାଣ୍ଡିଙ୍ଗ ସମୟରେ ଏପରି ଘଟଣା ଘଟିଥିଲା l ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କର କ୍ଷତି ହୋଇନାହିଁ l ସମସ୍ତେ ସୁରକ୍ଷିତ ଅଛନ୍ତି l

ଏୟାରଲାଇନ ଏନେଇ ପ୍ରେସ ରିଲିଜ ଜାରି କରିଛି l ଜଣେ ଅଧିକାରୀଙ୍କ ସୂଚନା ମୁତାବକ ସୋମବାର ରାତି ସାଢେ ଆଠଟା ସମୟରେ ପାଇଲଟ ବିମାନ ଲାଣ୍ଡିଙ୍ଗ କରିବାକୁ ପ୍ରୟାସ କରିଥିଲେ l କିନ୍ତୁ ବିପରୀତ ଦିଗରୁ ହେଉଥିବା ପବନ କାରଣରୁ ଏହା ସମ୍ଭବ ହୋଇପାରୁନଥିଲା l ଏହି କାରଣରୁ ହୁଏତ ଚକାଟି ଫାଟିଯାଇଥିବା ଅଧିକାରୀ ଜଣକ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.