ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମେଡିକାଲ ରାସ୍ତାରେ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | February 23, 2020 IST

ଭୁବନେଶ୍ବର ୨।୨: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି । ତେବେ ଗୁରୁତର ଯାତ୍ରୀଙ୍କୁ ବିମାନ ବନ୍ଦରରୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ବିମାନରେ ପଶ୍ଚିମବଙ୍ଗର ଲକ୍ଷ୍ମୀ ଦାସ ନାମକ ଜଣେ ଯୁବତୀ ଯାତ୍ରା କରୁଥିଲେ । ବିମାନଟି ଆକାଶରେ ଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ବିମାନଟି ଅବତରଣ କରାଯାଇଥିଲା । କିନ୍ତୁ ତାଙ୍କୁ ଚିକିତ୍ସା ପାଇଁ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.