Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଇଣ୍ଡିଗୋର ଆକର୍ଷଣୀୟ ଅଫର୍ : ମାତ୍ର ୮୭୭ ଟଙ୍କାରେ ଦେଶର ଯେକୌଣସି ସ୍ଥାନକୁ କରିହେବ ଯାତ୍ରା

15/01/2021 at 11:43 AM

ନୂଆଦିଲ୍ଲୀ, ୧୫/୦୧: ଦେଶର ଜଣାଶୁଣା ବିମାନ କମ୍ପାନୀ ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଏହି ଅଫର ମଧ୍ୟମରେ ଆପଣ ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋର ଏହି ଅଫର୍ ୧୩ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୭ ତାରିଖରେ ସରିବ ବୋଲି କମ୍ପାନୀ ଘୋଷଣା କରିଛି । ଏ ନେଇ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।

କମ୍ପାନୀ ଟ୍ୱିଟରେ ଲେଖିଛି ଯେ, ଇଣ୍ଡିଗୋ ଏହି ଅଫର କେବଳ ୫ ଦିନ ପାଇଁ ଦେଉଛି । ଏହି ସମୟରେ ଟିକେଟ୍ କିଣିଲେ ଆପଣ ଦେଶର ଯେକୌଣସି ସ୍ଥାନରୁ ୮୭୭ଟଙ୍କାରେ ଯାତ୍ରା ଆରମ୍ଭ କରିପାରିବେ । ଏହା ସହିତ ଆପଣ କ୍ରେଡିଟ୍ କାର୍ଡର ବ୍ୟବହାର କରି ଟିକେଟ୍ କିଣିଲେ ଆପଣଙ୍କୁ ଅତିରିକ୍ତ ରିହାତି ମଧ୍ୟ ମିଳିପାରିବ । ଯଦି ଆପଣ ଏହି ଅଫର ଜରିଆରେ ଟିକେଟ୍ ନେଉଛନ୍ତି ତେବେ ଆପଣଙ୍କୁ ଏହାର ଲାଭ ୧ ଏପ୍ରିଲ୍ ୨୦୨୧ ଠାରୁ ୩୦ ସେପ୍ଚେମ୍ୱର ୨୦୨୧ ମଧ୍ୟରେ ନେବାକୁ ପଡ଼ିବ ଅର୍ଥାତ ଏହି ସମୟ ଭିତରେ ଦେଶର କୌଣସି ସ୍ଥାନକୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ ।

ଇଣ୍ଡିଗୋର ଏହି ବଡ଼ ସେଲ୍ ଅଫରରେ ଯଦି ଆପଣ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ଟିକେଟ୍ କିଣୁଛନ୍ତି ତେବେ ଆପଣଙ୍କୁ କିସ୍ତିରେ ଟଙ୍କା ପଇଠ କରିବାକୁ ସୁବିଧା ମିଳିବ । ଏଥି ପାଇଁ ଆପଣଙ୍କୁ ୩ ହଜାର ଟଙ୍କାରୁ ଅଧିକ ଦାମରୁ ଟିକେଟ୍ କିଣିବାକୁ ପଡ଼ିବ । ଏହି ଲାଭ ଉଠାଇବା ପାଇଁ ଆପଣଙ୍କୁ ଇଣ୍ଡିଗୋର ଅଫିସିଆଲ୍ ୱେବସାଇଟରୁ ଟିକେଟ୍ ବୁକ୍ କରିବାକୁ ହେବ । ଯାହାଫଳରେ ଆପଣଙ୍କୁ ୧୨ ପ୍ରତିଶତ ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । 

   Related Posts