ଇଣ୍ଡିଗୋ ବିବାଦ: ଫଟୋଗ୍ରାଫି ଯୋଗୁଁ ଦୁଇ ସପ୍ତାହ ପାଇଁ ବାତିଲ୍ ହେଲା ଫ୍ଲାଇଟ୍

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: ଇଣ୍ଡିଗୋର ଚଣ୍ଡିଗଡ଼-ମୁମ୍ବାଇ ଫ୍ଲାଇଟରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଉପସ୍ଥିତିରେ ମିଡିଆଚାନେଲ କରିଥିବା ନିୟମ ଉଲ୍ଲଂଘନରେ ଡିଜିସିଏ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଡିଜିସିଏ କହିଛନ୍ତି ଯଦି କୌଣସି ଫ୍ଲାଇଟରେ ଏୟାରକ୍ରାଫ୍ଟ ନିୟମ ୧୯୩୭ର ନିୟମ-୧୩ର ଉଲ୍ଲଂଘନ କରନ୍ତି ସେହି ରୁଟରୁ ଫ୍ଲାଇଟର ସେଡ୍ୟୁଲକୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ସସପେଣ୍ଡ କରାଯିବ। ତେବେ ଏ ନିୟମ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ସହିତ ଜଡ଼ିତ।
କ୍ରମାଗତ ଅଭିଯୋଗ ଆସୁଛି କୌଣସି ଏୟାରକ୍ରାଫ୍ଟ ନିୟମ ପାଳନ କରୁ ନାହାନ୍ତି। ଏଭଳି ବେନିୟମ କାମକୁ ସହ୍ୟ କରାଯିବ ନାହିଁ ବୋଲି ଆଜି ଡିଜିସିଏ କହିଛନ୍ତି। ଯଦି କୌଣସି ସେଡ୍ୟୁଲଡ ପାସେଞ୍ଜର ଏୟାରକ୍ରାଫ୍ଟରେ ସେଫ୍ଟି ଷ୍ଟାଣ୍ଡାର୍ଡ ସହିତ ନିୟମର ଅବମାନନା କରନ୍ତି ସେହି ରୁଟରୁ ଫ୍ଲାଇଟକୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାତିଲ କରିଦିଆଯିବ।

ନିୟମ ଉଲ୍ଲଂଘନ କରିଥିବା ଲୋକଙ୍କ ଉପରେ ଏୟାରଲାଇନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହି ଆଦେଶର ପାଳନ କରାଯିବ ବୋଲି ଡିଜିସିଏ କହିଛି। ଏନେଇ ଡିଜିସିଏ ସବୁ ବିମାନ କମ୍ପାନି, ଏୟାରପୋର୍ଟ ଅଥୋରିଟି ଓ ଏୟାରପୋର୍ଟ ଅପରେଟରଙ୍କୁ ଆଦେଶ ଦେଇଛନ୍ତି।

ଗତ ବୁଧବାର ୬ଇ୨୬୪ ଉଡାଣ ବେଳେ ପରସ୍ପର ମିଡିଆକର୍ମୀ ବହୁତ ପାଖାପାଖି ଛିଡ଼ା ହୋଇଥିଲେ। ଯାହା ସୁରକ୍ଷା ଓ ସାମାଜିକ ଦୂରତ୍ବର ନିୟମକୁ ଉଲ୍ଲଂଘନ କରୁଥିଲା। ଏହି ଘଟଣାକୁ ନେଇ ଇଣ୍ଡିଗୋକୁ ରିପୋର୍ଟ ବି ମଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.