ଶାରଜାହରୁ ଲକ୍ଷ୍ନୌ ଆସୁଥିବା ବିମାନର ପାକିସ୍ତାନରେ ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ୍, ଜଣେ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | March 02, 2021 IST

ଲକ୍ଷ୍ନୌ ୦୨/୦୩ : ମଙ୍ଗଳବାର ଦିନ ଶାରଜାହରୁ ଲକ୍ଷ୍ନୌ ଆସୁଥିବା ଇଣ୍ଡିଗୋର ଏକ ବିମାନକୁ ମେଡିକାଲ ଏମର୍ଜେନ୍ସି ଯୋଗୁଁ ପାକିସ୍ତାନ କରାଚୀ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ଇଣ୍ଡିଗୋ ନିଜ ବୟାନରେ କହିଛି ମେଡିକାଲ ଏମେର୍ଜେନ୍ସି ଯୋଗୁଁ ବିମାନର ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରିବାକୁ ପଡିଛି। କିନ୍ତୁ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ। କରାଚୀ ବିମାନବନ୍ଦରରେ ମେଡିକାଲ ଟିମ ଆସି ବ୍ୟକ୍ତିଙ୍କୁ ମୃତ ଘୋଷିତ କରିଥିଲେ।

ଏୟାରଲାଇନ କହିଛି ଯେ ୬ ଇ ୧୪୧୨ ବିମାନ - ଶାରଜାହରୁ ଲକ୍ଷ୍ନୌରୁ ଆସୁଥିଲା। ହଠାତ ବିମାନକୁ କରାଚୀ ଆଡକୁ ନିଆଯାଇଥିଲା ଓ କରାଚୀରେ ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଥିଲା। ଏୟାରଲାଇନ କହିଛି ଯେ ଏହି ସୂଚନା ପାଇଁ ସେ ଦୁଃଖିତ ଏବଂ ତାଙ୍କ ପ୍ରାର୍ଥନା ମୃତ ବ୍ୟକ୍ତିଙ୍କ ପରିବାର ସହ ରହିଛି।

ଏହା ପୂର୍ବରୁ ଏକ ଭାରତୀୟ ଏୟାର ଆମ୍ବୁଲାନ୍ସ ଇନ୍ଧନ ଭରିବାକୁ ଇସ୍ଲାମଵାଦ ବିମାନବନ୍ଦରରେ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ କରିଥିଲା। ତା ପୂର୍ବରୁ ୧୭୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଗୋଏୟାର ବିମାନ କରାଚୀ ବିମାନବନ୍ଦରରେ ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରିଥିଲା। ୨୦୨୦ ନଭେମ୍ବରରେ ବିମାନର ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା। ଯାତ୍ରା ସମୟରେ ତାଙ୍କୁ ଚିକିତ୍ସା କରାଯାଇଥିଲା କିନ୍ତୁ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.