୯ ଜଣ ସାମ୍ବାଦିକଙ୍କ ଉପରେ ଇଣ୍ଡିଗୋ ଲଗାଇଲା କଟକଣା, କଙ୍ଗନାଙ୍କ ଫ୍ଲାଇଟରେ କରିଥିଲେ କରୋନାର ନିୟମ ଉଲ୍ଲଘଂନ

Published By : Prameya-News7 Bureau | October 25, 2020 IST

ନୂଆଦିଲ୍ଲୀ ୨୫/୧୦: ଏୟାରଲାଇନ କମ୍ପାନି ଇଣ୍ଡିଗୋ ୯ ଜଣ ସାମ୍ବାଦିକଙ୍କ ଉପରେ କଟକଣା ଲଗାଇଛି। ବିମାନରେ ସୁରକ୍ଷା ନିୟମ ଉଲ୍ଲଘଂନ ଓ ସାମାଜିକ ଦୂରତ୍ବ ପାଳନ କରି ନ ଥିବା ୯ ଜଣ ସାମ୍ବାଦିକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅର୍ଥାତ ସେମାନଙ୍କ ଉପରେ ୧୫ ଦିନ ପାଇଁ କଟକଣା ଲଗାଯାଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଚଣ୍ଡିଗଡ଼ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ସମୟରେ ଏମାନେ ସେହି ଫ୍ଲାଇଟରେ ଉପସ୍ଥିତ ଥିଲେ। ଏହି ଅବସରରେ ସେମାନେ କଙ୍ଗନାଙ୍କ ଫଟୋ ତଥା ଭିଡ଼ିଓ ନେବା ପାଇଁ ଫ୍ଲାଇଟରେ ସାମ୍ବାଦିକଙ୍କ ଭିତରେ ହଙ୍ଗାମା ହୋଇଥିଲା। ଯାହା ଉପରେ ଡିସିଜିଏ କଡ଼ା ପଦକ୍ଷେପ ନେଇଥିଲେ। ସେତେବେଳେ କଙ୍ଗନା ମହାରାଷ୍ଟ୍ର ସରକାରଙ୍କ ବିବାଦକୁ ନେଇ ବେଶ ଚର୍ଚାରେ ଥିଲେ।

ସେପ୍ଟେମ୍ବର ୯ରେ କଙ୍ଗନା ଇଣ୍ଡିଗୋର ଫ୍ଲାଇଟ ନମ୍ବର ୬ଇ-୨୬୪ରୁ ଚଣ୍ଡିଗଡ଼ରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ସାମ୍ବାଦିକମାନେ କରୋନାର ସମସ୍ତ ଗାଇଡ ଲାଇନ ଉଲ୍ଲଘଂନ କରିଥିଲେ। ଅର୍ଥାତ ସେମାନେ ସାମାଜିକ ଦୂରତ୍ବ ରକ୍ଷା କରି ନ ଥିଲେ, ବିମାନ ମଧ୍ୟରେ ଫଟୋଗ୍ରାଫିର ଅନୁମତି ନ ଥିବା ବେଳେ  ସେମାନେ ଏଭଳି କିଛି ନିୟମ ପାଳନ କରି ନ ଥିଲେ। ନିୟମ ଉଲ୍ଲଘଂନକୁ ଦୃଷ୍ଟିରେ ରଖି ଡିଜିସିଏ ଇଣ୍ଡିଗୋକୁ ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ଉପରେ କଟକଣା ଲଗାଇଛି ଇଣ୍ଡିଗୋ।

ତେବେ ଏ ବ୍ୟାନ ଅକ୍ଟୋବର ୧୫ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତମାସରେ ଡିଜିସିଏ ସ୍ପଷ୍ଟ କରିଥିଲେ ଯାତ୍ରୀ ବିମାନ ଭିତରେ ଫଟୋ ଉତ୍ତୋଳନ କରିପାରିବେ ଓ ଭିଡ଼ିଓ ପ୍ରସ୍ତୁତ କରିପାରିବେ। ମାତ୍ର ରେକଡିଂ ଉପକରଣ ବ୍ୟବହାର କରିପାରିବେ ନାହିଁ। ଅର୍ଥାତ ଏଭଳି କିଛି ଉପକରଣ ବ୍ୟବହାର କରିପାରିବେ ନାହିଁ ଯେଉଁଥିରେ ଗହଳି ହେବ। ଏହା ସହ ଫ୍ଲାଇଟରେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.