Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଅପ୍ରେଲ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କଲା ଇଣ୍ଡିଗୋ ଏୟାରଲାଇନ୍ସ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ

8/04/2020 at 8:45 PM

ନୂଆଦିଲ୍ଲୀ ୮।୪: ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ଅପ୍ରେଲ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରିଦେଇଛି । ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଅପ୍ରେଲ ୩୦ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ବିମାନରେ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କ ଟଙ୍କା ଏକ କ୍ରେଡିଟ୍ ସେଲ୍ ଭଳି ସୁରକ୍ଷିତ ରଖାଯାଇଛି ।

ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଯେଉଁ ଯାତ୍ରୀମାନେ ଏହି ସମୟ ମଧ୍ୟରେ ଯାତ୍ରା କରିବାକୁ ଯାଉଥିଲେ, ସେମାନେ କ୍ରେଡିଟ୍ ସେଲ୍ ମାଧ୍ୟମରେ ଆଗାମୀ ଏକ ବର୍ଷ ମଧ୍ୟରେ ଯେକୌଣସି ଦିନ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିପାରିବେ । ଯେଉଁ ଦିନ ଯାତ୍ରୀମାନେ ଟିକେଟ୍ ବୁକ୍ କରିଥିଲେ, ସେହି ଦିନଠାରୁ ଆଗାମୀ ଏକ ବର୍ଷ ପାଇଁ ସମୟ ଉପଲବ୍ଧ ହେବ ।
ଟିକେଟ୍ ବାତିଲ ହେବା ମାତ୍ରେ ଇଣ୍ଡିଗୋ ଭଡା ରାଶି ଗ୍ରାହକଙ୍କ ନାମରେ ୱାଲେଟରେ ରଖିଦେବ । ୱାଲେଟର ବାଲାନ୍ସ ଯେକୌଣସି ଯାତ୍ରୀ ଇଣ୍ଡିଗୋ ୱେବସାଇଟରେ ଏଡିଟ୍ ବୁକିଂ ବିକଳ୍ପରେ ଦେଖିପାରିବେ ।

ବର୍ତ୍ତମାନ ଯାତ୍ରୀମାନଙ୍କୁ ନୂତନ ବୁକିଂ କରିବା ସମୟରେ ପେମେଣ୍ଟରେ CREDIT SHELL OPTION ବିକଳ୍ପ ବାଛିବାକୁ ପଡିବ । ଅଧିକ ସୂଚନା ପାଇଁ, ଯାତ୍ରୀମାନେ ଇଣ୍ଡିଗୋ ଏୟାରଲାଇନ୍ସ ୱେବସାଇଟରେ ଏଡିଟ୍ ବୁକିଂ ସେକ୍ସନକୁ ଯାଇ ସେମାନଙ୍କର କ୍ରେଡିଟ୍ ସେଲ୍ ବାଲାନ୍ସ ଦେଖିପାରିବେ ।

କ୍ରେଡିଟ୍ ସେଲ୍ ହେଉଛି ଏକ ପ୍ରକାର କ୍ରେଡିଟ୍ ନୋଟ୍ । ଏହାକୁ ବାତିଲ ହୋଇଥିବା PNR ବଦଳରେ ଜାରି କରାଯାଇଥାଏ । ଏହାକୁ ଭବିଷ୍ୟତରେ ବୁକିଂ ପାଇଁ ବ୍ୟବହାର କରାଯାଇପାରିବ । ଏହାପୂର୍ବରୁ ସରକାରୀ ବିମାନ କମ୍ପାନୀ ଏୟାରଇଣ୍ଡିଆ ଅପ୍ରେଲ ୩୦ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ବନ୍ଦ କରି ଦେଇଛି । କମ୍ପାନୀ କହିଛି ଯେ ଅପ୍ରେଲ ୧୪ରେ ଲକ୍ ଡାଉନ୍ ଶେଷ ହେବା ପରେ ଅନ୍ୟ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛି ।

   Related Posts