ଦାବି ପୂରଣ ପାଇଁ ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଲେ ଆଦିବାସୀ ବସ୍ତି ବାସିନ୍ଦା
4/08/2020 at 4:36 PM

ଭଦ୍ରକ୪/୮: ଦାବି ପୂରଣ ପାଇଁ ଆଦିବାସୀ ବସ୍ତି ବାସିନ୍ଦାଙ୍କ ଅଭିନବ ପ୍ରତିବାଦ। ନୀରବ ପ୍ରତିବାଦ କରିବା ସହ ରାସ୍ତାରେ ଧାରଣରେ ବସିଲେ ଆଦିବାସୀ । ଭଦ୍ରକ ସହରର ଚରମ୍ପା ଏବଂ ଏରେଇଁ ପଞ୍ଚାୟତର ଆଦିବାସୀ ବସ୍ତି ବାସିନ୍ଦାମାନେ ଏମିତି ପ୍ରତିବାଦ କରିଛନ୍ତି ।
ସହିଦ ବୀର୍ସା ମୁଣ୍ଡା ଆଦିବାସୀ ମହାସଂଘ ତରଫରୁ ଏହି ପ୍ରତିବାଦ କରାଯାଇଛି । ତେବେ ପ୍ରତିବାଦକାରୀ ମାନେ ମୁଖ୍ୟତ ଆଦିବାସୀ ସମ୍ପ୍ରଦାୟର । ସେମାନେ କେତେକ ସ୍ଥାନରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ତିନି ପିଢ଼ି ହେଲା ସେମାନେ ଚରମ୍ପା ଅଞ୍ଚଳରେ ବସବାସ କରୁଛନ୍ତି । କିନ୍ତୁ ସେମାନେ ବସ୍ତି କରି ରହୁଥିବା ଜାଗାର ମାଲିକାନା ବଦଳିବା ପରେ ଏବେ ସେମାନଙ୍କୁ ସେଠାରୁ ଚାଲିଯିବା ପାଇଁ କହୁଥିବା ଅଭିଯୋଗ ହୋଇଛି ।
ଏମିତି କି ସେହି ବସ୍ତିରେ ପ୍ରାୟ ୪ ଦିନ ତଳୁ ଉଦ୍ଦେଶ୍ୟ ମୂଳକ ଭାବେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ତେଣୁ ଏହି ଘଟଣାର ନୀରବ ପ୍ରତିବାଦ ପାଇଁ ଅଧିବାସୀ ସମ୍ପ୍ରଦାୟର କେତେକ ବସ୍ତି ବାସିନ୍ଦା ମେଳି ହୋଇ ଚରମ୍ପାରୁ ଚାଲି ଚାଲି ଆସିଥିଲେ । ରାଜଘାଟ ଛକ ଠାରେ ସେମାନେ ରାସ୍ତା ଉପରେ ବସି ଯାଇଥିଲେ । ରାସ୍ତା ଜାମ ହେବାରୁ ଟାଉନ ପୋଲିସ ପହଁଞ୍ଚିଥିଲା। ପରେ ଭଦ୍ରକ ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ଦାବୀ ପୂରଣ ପାଇଁ ଆଲୋଚନା ହେବା ପରେ ରାସ୍ତାରୋକ ହଟିଥିଲା ।