ନୀଳଗିରି ୧୭/୦୯: ବଣ ଧୂଳିର ଫୁଲ ଓ ଗୁଞ୍ଜ୍ ସଂଗଠନର ମିଳିତ ଉଦ୍ୟମରେ ନୀଳଗିରି ବ୍ଲକ ଅଧିନ ମହିଷାପଟା ପଞ୍ଚାୟତ ଜନଜାତିର ଗାଁ ଶାଳବଣୀ ଠାରେ "ଆଦିବାସୀଙ୍କ ମୌସୁମୀ ଖାଦ୍ୟ ପ୍ରଦର୍ଶନୀ"ଅନୁଷ୍ଠିତ ହୋଇଛି । ଦୁଇଦିନ ଧରି ଚାଲିଆସିଥିବା ଏହି ପ୍ରଦର୍ଶନରେ ଭୂମିଜ ଜନଜାତିର ହଜି ଯାଉଥିବା ପ୍ରାୟ ସାଠିଏ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯାଇଛି ।
ଏହି ପ୍ରଦର୍ଶନୀରେ କୁକୁଡା ମାଂସ, ଚାଉଳ, ସ୍ୱଳ୍ପ ତେଲ ଓ ବଟା ମସଲା ଦିଆ ଲେଠେ, ଗେଣ୍ଡା ପିଠା, କାଇ ଚଟଣୀ, ହଳଦୀ ପତ୍ରରେ ପୋଡା କରାଣ୍ଡି ମାଛ, ବାଡି ବଗିଚା ଓ ଜଙ୍ଗଲରେ ମିଳୁଥିବା ବିଭିନ୍ନ ଶାଗପତ୍ରର ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ଚଟଣି ତରକାରୀ ସମେତ ପିତା ଆଳୁ ଶିଝା ଆଦି ପ୍ରାୟ ୨୫ ପ୍ରକାରରୁ ଉର୍ଦ୍ଧ୍ବ ଖାଦ୍ୟ ପ୍ରଦର୍ଶନ କରାଯାଇଛି ।
wp:gallery {"ids":[512826],"linkTo":"none"} /wp:gallery୧୫ ଜଣ ଭୂମିଜ ଜନଜାତିର ମହିଳାଙ୍କ ଦ୍ୱାରା ପାରମ୍ପରିକ ବେଶ ପୋଷାକ ଓ ସାଜସଜ୍ଜା ହୋଇ ନିଆରା ଢଙ୍ଗରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ପ୍ରକାର ପରସା ଯାଇଥିବା ଖାଦ୍ୟ ପ୍ରଦର୍ଶନରେ ବିଶିଷ୍ଟ ସାମାଜିକ କର୍ମୀ ନିଳିମା ହେମ୍ବ୍ରମ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ କଳା ଓ ସଂସ୍କୃତିର ଉଦ୍ଧାରକ ଶିଳ୍ପୀ କେଶୁ ଦାସ ବୈଷୟିକ ପରାମର୍ଶ ଦେଇଛନ୍ତି ।
ଏପରିକି କଙ୍କଡା, ଗେଣ୍ଡା ଓ ଖଟାଶାଗକୁ ଖାଇବାର ନିଆରା ମଜା ଉଠାଇଛନ୍ତି ଶିଳ୍ପୀ କେସୁ ଦାସ । ପୁରସ୍କାର ବିତରଣ ଉତ୍ସବରେ ପ୍ରଥମ ପୁରଷ୍କାର ଭାବେ ଲଳିତା ସିଂଙ୍କୁ ୧୫୦୦ ଟଙ୍କା, ଦ୍ୱିତୀୟ ପୁରଷ୍କାର କବିତା ସିଂଙ୍କୁ ୧୦୦୦ ଟଙ୍କା, ତୃତୀୟ ପୁରସ୍କାର ଭାବେ ଶ୍ରୀମତୀ ସିଂଙ୍କୁ ୫୦୦ ଟଙ୍କା ଓ ସାନ୍ତ୍ୟନା ପୁରଷ୍କାର ଝିଲିମଣି ସିଂଙ୍କୁ ୨୫୦ ଟଙ୍କା ପ୍ରଦାନ କରାଯାଇଛି । ବଣ ଧୂଳିର ଫୁଲର ଅନ୍ୟତମ ପ୍ରତିଷ୍ଠାତ୍ରୀ ବାସନ୍ତୀମଣି ସିଂ ତରଫରୁ ପ୍ରଦାନ କରାଯାଇ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ବଣଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ, ପ୍ରମୁଖ କାର୍ଯ୍ୟ ନିର୍ବାହୀ ବାଇଧର ସିଂ, ଟ୍ରେଜରର ପ୍ରଣବ କୁମାର ସିଂ, ସଦସ୍ୟ ବୃନ୍ଦଦୁଖା ସିଂ,ବାଙ୍ଗୁରୁ ସିଂ, ମହେଶ୍ବର ସିଂ, ନୀରମଣୀ ସିଂ, ପରମେଶ୍ବର ସିଂ ସମେତ ଶାଳବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ସିଂ ପ୍ରଭୃତି ଆୟୋଜନ କରିଥିଲେ । ଆଦିବାସୀ ମାନଙ୍କର ପରମ୍ପରା ଉଜ୍ଜୀବିତ ରଖିବା ସହ ଲୁକ୍କାୟିତ ପ୍ରତିଭା ଚିହ୍ନଟ କରିବା ଭଳି ନିଆରା ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।