ଖୁସିଖବର ! ସ୍ୱଦେଶୀ କରୋନା ଟିକା Covaxinର ଆସିଲା ପ୍ରଥମ କ୍ଲିନିକାଲ ଟ୍ରାୟଲ ରିପୋର୍ଟ, ନାହିଁ ପାର୍ଶ୍ୱପ୍ରତିକ୍ରିୟା

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: ଭାରତର ନିଜସ୍ୱ କରୋନା ଟିକା କୋଭାକ୍ସିନର ପ୍ରଥମ କ୍ଲିନିକାଲ ଟ୍ରାୟଲ ଫଳାଫଳ ଆସିଛି। ଏ ନେଇ ଆସିଥିବା ରିପୋର୍ଟ ଜନସାଧାରଣଙ୍କ ସମେତ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍‌ଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି। କମ୍ପାନୀ ପକ୍ଷରୁ ବୁଧାର ଏ ନେଇ ସୂଚିତ କରାଯାଇଥିବା ବେଳେ ପ୍ରଥମ କ୍ଲିନିକାଲ ଟ୍ରାଏଲରେ ଭାକ୍ସିନ ଶରୀରରେ ଆଣ୍ଟିବଡି ବିକଶିତ  କରିଥିବା ବେଳେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନଥିବା ଦାବି କରିଛି।

ଲୋକଙ୍କ ଠାରେ ଯାହାବି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଛି ତାହା ମଧ୍ୟ ବିନା କୌଣସି ଔଷଧରେ ଖୁବ୍ ଶୀଘ୍ର ଭଲ ହୋଇଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଶରୀରରେ ଟିକା ଲଗାଇବା ବେଳେ ହୋଇଥିବା ଯନ୍ତ୍ରଣା ମଧ୍ୟ ଆପେ ଆପେ ଠିକ ହୋଇଯାଇଛି।  ଏବେ କୋଭାକ୍ସିନ ଆପାତକାଳୀନ ଉପଯୋଗ ଲାଗି ଅନ୍ୟ ଦୁଇ ଟିକାଙ୍କ ସହ ସରକାରଙ୍କ ନିକଟରେ ନିବେଦନ କରିଛି।

କିଛିଦିନ ପୂର୍ବେ ଭାରତ ବାୟୋଟେକ୍‌ର ଯୁଗ୍ମ ନିର୍ଦ୍ଦେଶିକା ସୁଚିତ୍ରା ଇଲା ସୁରକ୍ଷା ଓ କ୍ଷମତା ସହ କୋଭାକ୍ସିନ ୨୦୨୧ ପ୍ରଥମ ତିନିମାସରେ ଦେଶରେ ଉପଲବ୍ଧ ଥିବ ବୋଲି ଆଶାବ୍ୟକ୍ତ କରିଥିଲେ। ସେହିପରି ଦେଶରେ ସରକାରଙ୍କ ଟିକାକରଣ ଯୋଜନାରେ କୋଭାକ୍ସିନକୁ ପ୍ରଥମ ଶ୍ରେଣୀ ଦର୍ଜା ମିଳିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.