ପୁରନ ଓ ହୋଲ୍‌ଡରଙ୍କ ଦମଦାର୍ ବ୍ୟାଟିଂ : ଅଷ୍ଟ୍ରେଲିଆକୁ ୪ ଓ୍ୱିକେଟରେ ହରାଇଲା ଇଣ୍ଡିଜ୍

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ, ୨୬/୦୭ :  ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଓ୍ୱେଷ୍ଟ ଇଣ୍ଡିଜ । ୧୨ ଓଭର ବାକି ଥାଇ ୪ ଓ୍ୱିକେଟରେ କଙ୍ଗାରୁ ବାହିନୀକୁ ମାତ୍ ଦେଇଚି କାରବିଆନ ଟିମ୍ । ଶନିବାର ବ୍ରିଜଟାଇନରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଦିନିକିଆ ମୁକାବିଲାରେ ଅଷ୍ଟ୍ରେଲିଆ ପରାଜୟର ସ୍ୱାଦ ଚାଖିଛି ।

ଇଣ୍ଡିଜ ବିଜୟର ହିରୋ ଥିରେ ନିକୋଲାସ ପୁରନ ଓ ଜାସନ ହୋଲଡର୍ । ଉଭୟଙ୍କ ମଧ୍ୟରେ ହୋଇଥିବା ୯୩ ରନର ପାର୍ଟନରସିପ ଇଣ଼୍ଡିଜକୁ ବିଜୟ ଦେଇଥିଲା । ସୂଚନାନୁସାରେ, ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଥିଲା । ଏହାସହ ଇଣ୍ଡିଜକୁ ୧୮୮ ରନର ଟାର୍ଗେଟ୍ ଦେଇଥିଲା । କଙ୍ଗାରୁ ଟିମ୍ ମାତ୍ର ୪୫ ରନ୍ ବିନିମୟରେ ୬ ଓ୍ୱିକେଟ ହରାଇ ସାରିଥିଲା । କିନ୍ତୁ ମାଥ୍ୟୁ ଓ୍ୱାଡେ ଓ ଆଡାମ ଜାମ୍ପା ଦଳର ସ୍କୋର ୧୮୭ ଯାଏଁ ପହଁଚାଇଥିଲା ।

ଦ୍ୱିତୀୟ ଇନିଂସରେ ଇଣ୍ଡିଜ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା  । କିନ୍ତୁ ପୁରନ ଓ ହୋଲଡର୍ ସପ୍ତମ ଓ୍ୱିକେଟରେ ୯୩ ରନର ପାର୍ଟନରସିପ୍ କରି ଦଳକୁ ବିଜୟୀ ହରାଇଥିଲେ ।

ପୁରନ ୫୯ ରନ୍ କରିଥିବା ବେଳେ ହୋଲଡର୍ ୫୨ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ତିନୋଟି ଓ୍ୱିକେଟ ନେଇଥିବା ବେଳେ, ଆଢାମ ଜାମ୍ପା ଦୁଇଟି ଓ  ଆସ୍ଥୋନ ଟର୍ଣ୍ଣର ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.