ରାସ୍ତା କଡରେ ଥିବା ରଙ୍ଗବେରଙ୍ଗ ମାଇଲ ଖୁଣ୍ଟର କଣ ଦର୍ଶାଇଥାଏ ଆସନ୍ତୁ ଜାଣିବା ...

Published By : Prameya-News7 Bureau | December 13, 2018 IST

ଭୁବନେଶ୍ୱର ୧୩/୧୨ : ରାସ୍ତାରେ ଗଲାବେଳେ ବହୁତ ଜିନିଷ ଆମ ନଜରକୁ ଆସିଥାଏ |  କିଛି ଆମେ ମାନେ ରଖିଥାଉ ତ କିଛି ଭୁଲିଯାଇଥାଉ | ରାସ୍ତା କଡରେ ପୋତାଯାଇଥିବା ମାଇଲ ଖୁଣ୍ଟ ଉପରେ ସମସ୍ତଙ୍କ ନଜର ପଡିଥାଏ | ଏହି ମାଇଲ ଖୁଣ୍ଟରେ ଜାଗାର ନାଁ ସହ ଦୂରତ୍ୱ ଲେଖାଯାଇଥାଏ | ତେବେ ଆପଣ କେବେ ଏହି ମାଇଲ ଖୁଣ୍ଟକୁ ଧ୍ୟାନ ଦେଇ ଦେଖିଛନ୍ତି କି ? ଯଦି ଦେଖିଛନ୍ତି ତାହେଲେ ନିଶ୍ଚୟ ଅନୁମାନ କରିଥିବେ ଏହା ବିଭିନ୍ନ ରଙ୍ଗରେ ରଙ୍ଗା ଯାଇଥାଏ | କେତେକ ମାଇଲ ଖୁଣ୍ଟରେ ସବୁଜ ରଙ୍ଗ ତ କେତେକ ମାଇଲ ଖୁଣ୍ଟରେ ହଳଦିଆ ରଙ୍ଗ ମରାଯାଇଥାଏ | ପୁଣି କେତେକ ମାଇଲ ଖୁଣ୍ଟରେ ନାଲି ରଙ୍ଗ ଏବଂ ଧଳା ମରାଯାଇଥାଏ | 

{"id":63172}

ତେବେ ସବୁଜ ରଙ୍ଗର ଏକ ଅଲଗା କାରଣ ରହିଛି | ଏହି ରଙ୍ଗ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଂଚିବାରେ ସାହାଯ୍ୟ କରିଥାଏ | ଧଳା ମାଇଲଖୁଣ୍ଟରେ ହଳଦିଆ ରଙ୍ଗର ମାନେ କଣ ଆସନ୍ତୁ ଜାଣିବା

ଯେଉଁଠି ଆପଣଙ୍କୁ ଧଳା ମାଇଲଖୁଣ୍ଟରେ ହଳଦିଆ ରଙ୍ଗ ମରାଯାଇଥିବା ଦେଖିବାକୁ ମିଳିବ ଆପଣ ଜାଣିବେ ଯେ, ଆପଣ ଜାତୀୟ ରାଜପଥରେ ଗତି କରୁଛନ୍ତି | ଧଳା ହଳଦିଆ ଖୁଣ୍ଟ ଜାତୀୟ ରାଜପଥ କଡରେ ହିଁ ଲଗାଯାଇଥାଏ | 

{"id":63169,"width":586,"height":390}

ଧଳା ମାଇଲଖୁଣ୍ଟରେ ସବୁଜ ରଙ୍ଗର ମାନେ କଣ ଜାଣିବା

ରାସ୍ତା କଡରେ ଆପଣ ଧଳା ମାଇଲଖୁଣ୍ଟରେ ସବୁଜ ରଙ୍ଗ ମରାଯାଇଥିବା ନିଶ୍ଚୟ ଦେଖିଥିବେ | ଏହାର ମାନେ ହେଲା ଆପଣ ରାଜ୍ୟ ରାଜପଥ ଦେଇ ଗତି କରୁଛନ୍ତି | ଏହି ରାସ୍ତାର ସମସ୍ତ ଦାୟିତ୍ୱ ରାଜ୍ୟ ସରକାରଙ୍କ |

{"id":63170}

ଧଳା ସହ କଳା ରଙ୍ଗର ମାଇଲଖୁଣ୍ଟର ମାନେ କଣ ଜାଣିବା

ରାସ୍ତା କଡରେ ଧଳା ମାଇଲଖୁଣ୍ଟରେ କଳା ରଙ୍ଗ ମରାଯାଇଥିବା ଅବଶ୍ୟ ଦେଖିଥିବେ | ଏହାର ମାନେ ଆପଣ ଏକ ବଡ ସହର ପାଖାପାଖି ଅଛନ୍ତି | ଆପଣ ଯେଉଁ ରାସ୍ତା ଦେଇ ଯାଉଛନ୍ତି ସେହି ରାସ୍ତା ସେହି ବଡ ସହରକୁ ସଂଯୋଗ କରୁଛି ଅବଂ ଏକ ଜିଲ୍ଲାର ଅଧୀନରେ ରହିଛି |

{"id":63171,"width":589,"height":361}

ରାସ୍ତାରେ ଯଦି ଧଳା ନାରଙ୍ଗୀ ମାଇଲଖୁଣ୍ଟ ଦେଖିବାକୁ ମିଳେ ତାହେଲେ ଜାଣିବେ ଆପଣ ସେହି ସଡକର ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାର ଅନ୍ତର୍ଭୁକ୍ତ | ଏହି ରାସ୍ତା ରାଜପଥରୁ କୌଣସି ଏକ ଗାଁକୁ ଯାଉଥିବା ଲିଙ୍କ ରୋଡ଼ ବୋଲି ଜାଣିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.