Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ପୁଣି ୯ ନୂଆ ପଜିଟିଭ୍‌ ଚିହ୍ନଟ, କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି

4/01/2021 at 6:02 PM

ନୂଆଦିଲ୍ଲୀ ୦୪/୦୧: ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ। ବ୍ରିଟେନରେ ମିଳିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ରେ ୯ ନୂଆ ସଂକ୍ରମିତଙ୍କ ସହ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ସରକାର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ। କିନ୍ତୁ ସେତେବେଳକୁ ଭାରତରେ ପ୍ରବେଶ କରିସାରିଥିଲା ବହୁ ରୂପି କରୋନା।

ଏହା ପୂର୍ବରୁ ବ୍ରିଟେନରୁ ଭାରତ ପ୍ରବେଶ କରିଥିବା କରୋନାର ନୂଆ ଷ୍ଟ୍ରେନ୍‌ର ‘କଲ୍ଚର’ ସରିଥିବା ନେଇ ଆଇସିଏମଆର ପକ୍ଷରୁ ସୂଚନା ମିଳିଥିଲା। ବ୍ରିଟେନ ଫେରନ୍ତାଙ୍କ ଶରୀରରେ ନୂଆ କରୋନା ଭାଇରସ୍‌ ମିଳିବା ପରଠୁ ଏହା ଉପରେ ଲଗାତର ପରୀକ୍ଷା ଜାରି ରଖିଛନ୍ତି ଆଇସିଏମଆର ବିଶେଷଜ୍ଞ। ଏହା ଉପରେ ବିଶ୍ବର ଅନ୍ୟ ଦେଶ  ତୁଳନାରେ ଭାରତରେ ପୃଥକ ଓ କଲଚର କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ନିକଟରେ ବ୍ରିଟେନ ସରକାର  କରୋନା ଭୂତାଣୁର ନୂଆ ରୂପ ସମ୍ପର୍କରେ ସୂଚନା ଦେଇଥିଲେ। ଯାହାକି ୭୦ ପ୍ରତିଶତ ସଂକ୍ରାମକ। ତେବେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନରେ ଭାରତରେ ଶୁକ୍ରବାର ସୁଦ୍ଧା ୨୯ ଜଣ ସଂକ୍ରମିତ ହୋଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା। ଏହା ସହ ବ୍ରିଟେନକୁ ପୁନଃ ବିମାନ ଉଡ଼ାଣ ଜାନୁଆରୀ ୮ରେ ହେବ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ।

   Related Posts