ରୋଶନୀ ନାଡର୍‌ଙ୍କ ସମେତ ଏମାନେ ହେଉଛନ୍ତି ଦେଶର ୫ ସବୁଠାରୁ ଧନୀ ମହିଳା: ଜାଣନ୍ତୁ ତାଙ୍କର ସମ୍ପତ୍ତି କେତେ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭/୦୭ : ଏଚସିଏଲ ଟେକର ଚେୟାରମ୍ୟାନ ଶିବ ନାଡର ଏଚସିଏଲ ଟେକର ଚେୟାରମ୍ୟାନ ପଦବୀରୁ ଇସ୍ତଫା ଦେଇଛନ୍ତି | ସେ ଇସ୍ତଫା ଦେବାପରେ ତାଙ୍କ ଝିଅ ରୋଶନୀ ନାଡର ଏଚସିଏଲ ଚେୟାର ପର୍ସନ ହୋଇଛନ୍ତି | ରୋଶନୀ ନାଡରଙ୍କ ପରିଚୟ କେବଳ ଏତିକି ନୁହେଁ ଯେ ସେ ଏଚସିଏଲ ଟେକର ଚେୟାର ପର୍ସନ ବରଂ ସେ ଦେଶରେ ସବୁଠାରୁ ଧନୀ ମହିଳା | ତାଙ୍କ ସହ ଦେଶର ଆଉ ୪ଜଣ ଧନୀ ମହିଳାଙ୍କ ବିଷୟରେ ଜାଣନ୍ତୁ | ଏହି ତାଲିକା ଆଇଆଇଏଫଏଲ ୱେଲ୍ଥ ହୂରନ ଇଣ୍ଡିଆ ୱିମେନ ରିଚ୍ ୨୦୧୯ ଆଧାରରେ ରହିଛି |

୧. ରୋଶନୀ ନାଡର - ଆଇଆଇଏଫଏଲ ୱେଲ୍ଥ ହୂରନ ଇଣ୍ଡିଆ ୱିମେନ ରିଚ୍ ୨୦୧୯ (IIFL Wealth Hurun India Rich List) ତାଲିକା ଅନୁସାରେ ରୋଶନୀ ନାଡର ଭାରତର ସବୁଠାରୁ ଧନୀ ମହିଳା | ତାଙ୍କର ମୋଟ ସମ୍ପତ୍ତି ୩୬ ହଜାର ୮୦୦ କୋଟି ଟଙ୍କା | ଶିବ ନାଡର ଏଚସିଏଲ ଚେୟାରମ୍ୟାନ ପଦରୁ ହଟିବା ପରେ ରୋଶନୀ ନାଡର ମଲହୋତ୍ରା ଏଚସିଏଲ ଇଣ୍ଟରପ୍ରାଇଜର ଚେୟାରପର୍ସନ ହୋଇଛନ୍ତି | ଏହା ପୂର୍ବରୁ ସେ ଏଚସିଏଲର କାର୍ଯ୍ୟକାରୀ ନିର୍ଦେଶିକା ଏବଂ ସିଇଓ ଥିଲେ | ରୋଶନୀ ନାଡର ଶିବ ନାଡରଙ୍କ ଏକମାତ୍ର ସନ୍ତାନ | ୨୦୧୯ ମସିହାରେ ସେ ଫୋର୍ବସ ୱାର୍ଲଡର ୧୦୦ ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ତମ ସ୍ଥାନରେ ଥିଲେ |

{"id":301726,"sizeSlug":"large"}

୨. ସ୍ମିତା ବି କ୍ରିଷ୍ଣା - ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୋଦରଜେର ଭାଗିଦାର ସ୍ମିତା ବି କୃଷ୍ଣା | ଆଇଆଇଏଫଏଲ ୱେଲ୍ଥ ହୂରନ ଇଣ୍ଡିଆ ୱିମେନ ରିଚ୍ ୨୦୧୯ ଆଧାରରେ ତାଙ୍କର ମୋଟ ସମ୍ପତ୍ତି ୩୧ ହଜାର ୪୦୦ କୋଟି ଟଙ୍କା | ୨୦୧୮ ମସିହାରେ କୋଟକ ୱେଲ୍ଥ ହୂରନର ରିଚ ତାଲିକାରେ ସେ ପ୍ରଥମ ସ୍ଥାନରେ ଥିଲେ | ତାଙ୍କର ମୋଟ ସମ୍ପତ୍ତି ୩୭ ହଜାର ୫୭୦ କୋଟି ଟଙ୍କା ଥିଲା |

{"id":301733,"sizeSlug":"large"}

୩. କିରଣ ନାଡର - ତୃତୀୟ ସ୍ଥାନରେ ଅଛନ୍ତି କିରଣ ନାଡର କମ୍ପାନୀର ମାଲିକାଣି କିରଣ ନାଡର | ଆଇଆଇଏଫଏଲ ୱେଲ୍ଥ ହୂରନ ଇଣ୍ଡିଆ ୱିମେନ ରିଚ୍ ୨୦୧୯ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୨୫ ହଜାର ୧୦୦ କୋଟି ଟଙ୍କା |

{"id":301730,"sizeSlug":"large"}

୪. କିରଣ ମଜୁମଦାର - ଚତୁର୍ଥ ସ୍ଥାନରେ ଅଛନ୍ତି ବାୟକନ ଲିମିଟେଡ଼ର ସଂସ୍ଥାପକ କିରଣ ମଜୁମଦାର ଶା | ତାଙ୍କର ମୋଟ ସମ୍ପତ୍ତି ୧୮ ହଜାର ୫୦୦ କୋଟି ଟଙ୍କା | କିରଣ ମଜୁମଦାର ୧୯୫୩ ମାର୍ଚ୍ଚ ୨୩ରେ ଜନ୍ମ ହୋଇଥିଲେ | ସେ ବାୟକନ ଲିମିଟେଡ଼ର ସଂସ୍ଥାପକ ହେବାସହ ଟେକ୍ନୋକ୍ରିଟ, ଅନ୍ଵେଷକ ମଧ୍ୟ ଅଛନ୍ତି | ତାଙ୍କର ବାୟକନ କମ୍ପାନୀ ବେଙ୍ଗାଲୁରୁରେ ଏକ ଅଗ୍ରଣୀ ବାୟୋଟେକ୍ନୋଲୋଜି ପ୍ରତିଷ୍ଠାନ | କିରଣ ମଜୁମଦାର ବାୟକନ ଲିମିଟେଡ଼ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅଛନ୍ତି |

{"id":301728,"sizeSlug":"large"}

୫. ମଞ୍ଜୁ ଗୁପ୍ତା - ଦେଶରେ ସବୁଠାରୁ ଅଧିକ ଧନୀ ମହିଳା ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ମଞ୍ଜୁ ଗୁପ୍ତା | ସେ ଲ୍ୟୁପିନ ଫାର୍ମାର ମୁଖ୍ୟ ଅଛନ୍ତି | ଆଇଆଇଏଫଏଲ ୱେଲ୍ଥ ହୂରନ ଇଣ୍ଡିଆ ୱିମେନ ରିଚ୍ ୨୦୧୯ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୧୮ ହଜାର କୋଟି ଟଙ୍କା |

{"id":301736,"width":565,"height":565,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.